Cyclone Arnab: ବାତ୍ୟା ଅର୍ଣ୍ଣବ ମୁକାବିଲା ପ୍ରସ୍ତୁତି: ଗୋପାଳପୁର ବନ୍ଦର ଓ ଜେଟି ପରିଦର୍ଶନ କଲେ ବିଧାୟକ

Oct 27, 2026 - 12:04
Cyclone Arnab: ବାତ୍ୟା ଅର୍ଣ୍ଣବ ମୁକାବିଲା ପ୍ରସ୍ତୁତି: ଗୋପାଳପୁର ବନ୍ଦର ଓ ଜେଟି ପରିଦର୍ଶନ କଲେ ବିଧାୟକ

ଛତ୍ରପୁର: ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'କୁ ଦୃଷ୍ଟିରେ ରଖି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଆଜି ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଗୋପାଳପୁର ବନ୍ଦର ଓ ଜେଟି ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।

ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଏବଂ ସାମୁଦ୍ରିକ ପରିସ୍ଥିତି ସମ୍ପର୍କରେ ସେ ଅବଗତ ହେବା ସହ ଆବଶ୍ୟକ ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ।

Advertisment ବାତ୍ୟାଜନିତ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଧାୟକ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦେଇଥିଲେ।

ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ଓ ଡଙ୍ଗାଗୁଡ଼ିକର ସୁରକ୍ଷା ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖିବାକୁ ସେ କହିଥିଲେ।

ସତର୍କ ଓ ସଚେତନ ରହିବାକୁ ଅନୁରୋଧ କରିଥିଲେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ଜୀବନ ଓ ପଶୁସମ୍ପଦର ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ।

ଏହି ସମୟରେ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସମସ୍ତେ ସତର୍କ ଓ ସଚେତନ ରହିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

Raid: କଲ୍ୟାଣସିଂହପୁର ପୁଲିସ ହାତରେ ଧରାପଡ଼ିଲେ ୪ ଜୁଆଡ଼ି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।