Cyclone Murasu Intensifies: ବଙ୍ଗୋପସାଗରରେ ବଢ଼ୁଛି ମୁରାସୁର ବଳ, ଆସନ୍ତାକାଲି ଭୀଷଣ ବାତ୍ୟା ଆଶଙ୍କା
ବଙ୍ଗୋପସାଗରରେ ଆକାର ନେଉଛି ବାତ୍ୟା ମୁରାସୁ।
ସମୁଦ୍ର ଭିତରେ ଶକ୍ତି ଜୁଟାଉଛି, ଆଗକୁ ଆଗକୁ ବଢୁଛି।
ଯେତିକି ଉପକୂଳ ମୁହାଁ ହେଉଛି, ସେତିକି ବଳିୟାନ୍ ହେଉଛି।
ଗଭୀର ଅବପାତରୁ ବାତ୍ୟା...ଆଉ ବାତ୍ୟାରୁ ଏବେ ଭୀଷଣ ବାତ୍ୟା ହେବାକୁ ଯାଉଛି ମୁରାସୁ।
ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଭୟଙ୍କର ରୂପ ନେବ, ବଢ଼ିବ ତୀବ୍ରତା।
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତାକାଲି ସକାଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହେବ।
ତାପରେ ଉତ୍ତର ପଶ୍ଚିମ ଦିଗରେ ଗତକି କରି ମୁହାଁଇବ ଆନ୍ଧ୍ର ଉପକୂଳ।
ମୁରାସୁ କାଲି ମଧ୍ୟରାତ୍ରିରୁ ୩ ତାରିଖ ଭୋର ୪ଟା ଭିତରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଭୀଷଣ ବାତ୍ୟା ଭାବେ ନେଲୁର୍ ଓ ନରସାପୁର ମଝିରେ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ।
ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବ।
ଝଟକା ପବନର ବେଗ ୧୨୦ କିଲୋମିଟର ଯାଏଁ ଛୁଇଁପାରେ।
Advertisment ଇଏ ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ଟ୍ରାକ୍।
ଗୋଟିଏ ଗତକାଲି ଓ ଆଉ ଗୋଟିଏ ଆଜିର।
ଯେଉଁଥିରେ ବାତ୍ୟାର ସମ୍ଭାବ୍ୟ ଗତିପଥରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି।
ଗତକାଲିର ଟ୍ରାକ୍ ଅନୁସାରେ ବାତ୍ୟା ଆନ୍ଧ୍ର ଉପକୂଳ ଛୁଇଁବା ପରେ ସିଧା ସ୍ଥଳଭାଗରେ ତେଲେଙ୍ଗାନା ଆଡକୁ ଅଗ୍ରସର ହେବାର ସମ୍ଭାବନା ଥିଲା।
କିନ୍ତୁ ଆଜି ଜାରି ହୋଇଥିବା ଟ୍ରାକରେ ସମ୍ଭାବ୍ୟ ଗତିପଥରେ ସାମାନ୍ୟ ପରିବର୍ତ୍ତନ ହୋଇଛି।
ଅର୍ଥାତ ଲ୍ୟାଣ୍ଡଫଲ ପରେ ଦିଗ ବଦଳାଇପାରେ ମୁରାସୁ।
ବାତ୍ୟା ଆନ୍ଧ୍ର ଉପକୂଳ ନିକଟକୁ ଆସିବା ପରେ ତୀକ୍ଷ୍ଣ ମୋଡ଼ ନେଇ ଉତ୍ତର ଦିଗକୁ ମୁହାଁଉଛି।
ସ୍ଥଳଭାଗ ଛୁଇଁବା ପରେ ସିଧା ଉତ୍ତର ଦିଗରେ ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ।
ବାତ୍ୟା ପ୍ରଭାବରେ ଆଜି ରାତିରୁ ବଢ଼ିବ ପବନ ବେଗ।
ଘଣ୍ଟାପ୍ରତି ୮୦ରୁ ୯୦ ଓ ଝଟକା ପବନ ୧୦୦ କିମି ଛୁଇଁପାରେ।
କାଲି ପବନର ବେଗ ଆହୁରି ବଢ଼ିବ।
ବାତ୍ୟା ଆନ୍ଧ୍ର ଉପକୂଳକୁ ମୁହାଁଇଲେ ବି ଓଡ଼ିଶାରେ ରହିବ ପ୍ରଭାବ।
ପୁଣି ଦକ୍ଷିଣ ଓଡ଼ିଶାରେ ହେବ ବର୍ଷା ପବନ।
କିନ୍ତୁ ଅର୍ଣ୍ଣବ ଭଳି ପ୍ରଭାବ ସେତେ ଅଧିକ ରହିବ ନାହିଁ।
୩ ଓ ୪ରେ ଭୀଷଣ ବର୍ଷା ନେଇ ଜାରି ହୋଇଛି ସତର୍କ ସୂଚନା।
କାଲି ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ।
୩ ତାରିଖରେ ପୂଜା ରାଜ୍ୟରେ ବର୍ଷା ହେବ।
କିନ୍ତୁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରୁ ଅରେଞ୍ଜ ଏବଂ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
୪ ତାରିଖରେ ବି ସାରା ଓଡ଼ିଶାକୁ ଝଡ଼ବର୍ଷା ନେଇ ସତର୍କ ସୂଚନା ରହିଛି।
୩ରେ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୭୦ କିମି ବହିପାରେ।
Advertisment ବାତ୍ୟା ମୁରାସୁ ପ୍ରଭାବରେ ଅଶାନ୍ତ ହେଉଛି ସମୁଦ୍ର।
ଏଥିପାଇଁ କାଲିଠାରୁ ୪ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।