Cyclone Tracking to Get Smarter: ବାତ୍ୟାର ଗତିପଥଠାରୁ ସାମୁଦ୍ରିକ ଜୁଆର ପର୍ଯ୍ୟନ୍ତ, ଏବେ ମିଳିବ ଆଗୁଆ ସୂଚନା

Oct 13, 2026 - 19:15
Cyclone Tracking to Get Smarter: ବାତ୍ୟାର ଗତିପଥଠାରୁ ସାମୁଦ୍ରିକ ଜୁଆର ପର୍ଯ୍ୟନ୍ତ, ଏବେ ମିଳିବ ଆଗୁଆ ସୂଚନା

ପ୍ରାକୃତିକ ବିପର୍ଯ୍ୟୟର ସଠିକ ପୂର୍ବାନୁମାନ, ଆଗୁଆ ପ୍ରସ୍ତୁତି ଆଉ ପଦକ୍ଷେପ। ସେଥିପାଇଁ IMD ପ୍ରସ୍ତୁତ କରିଛି ଡିସିଜନ୍ ସପୋର୍ଟ ସିଷ୍ଟମ୍ । ଯାହାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଏହି ଡିସିଜନ୍ ସପୋର୍ଟ ସିଷ୍ଟମ୍ ବା DSS ଘୂର୍ଣ୍ଣିଝଡ଼ ସମ୍ପର୍କିତ ଆଗୁଆ ସତର୍କ ସୂଚନା ଦେବା ସହ ସାମୁଦ୍ରିକ ପାଣିପାଗ ସେବାକୁ ଅଧିକ ସୁଗମ ଓ ପ୍ରଭାବଶାଳୀ କରିବ। ଇଣ୍ଟରାକ୍ଟିଭ୍ ୱେବ୍ ଜିଆଇଏସ୍ ଆଧାରିତ ଏହି ପ୍ଲାଟଫର୍ମ ମାଧ୍ୟମରେ ଘୂର୍ଣ୍ଣିଝଡ଼ର ଗତିପଥ, ତୀବ୍ରତା ଓ ଏହାସହ ଜଡ଼ିତ ବିଭିନ୍ନ ବିପଦ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଗୋଟିଏ ସ୍ଥାନରେ ଉପଲବ୍ଧ ହେବ।

୨୦୨୬ ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ରହିଥିବା ପରବର୍ତ୍ତୀ ଘୂର୍ଣ୍ଣିଝଡ଼ ଋତୁ ପାଇଁ ଆୟୋଜିତ ଦ୍ୱିବାର୍ଷିକ ପ୍ରାକ୍ -ଘୂର୍ଣ୍ଣିଝଡ଼ ପ୍ରସ୍ତୁତି ବୈଠକରେ ଏହି ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଛି। ନୂତନ DSS ପ୍ଲାଟଫର୍ମ IMDର ୱେବ୍ ସାଇଟ୍ ଏବଂ ଆଞ୍ଚଳିକ ବିଶେଷ ପାଣିପାଗ କେନ୍ଦ୍ର, ନୂଆଦିଲ୍ଲୀର ୱେବ୍ ସାଇଟ୍ ମାଧ୍ୟମରେ ଉପଲବ୍ଧ ହେବ। ଏହି ପ୍ଲାଟଫର୍ମରେ ଘୂର୍ଣ୍ଣିଝଡ଼ର ବର୍ତ୍ତମାନର ଓ ପୂର୍ବାନୁମାନ ଗତିପଥ, ତୀବ୍ରତା, ସମ୍ଭାବ୍ୟ ଗତିପଥ, ପବନର ବେଗ, ଜିଲ୍ଲାଭିତ୍ତିକ ବର୍ଷା ସତର୍କ ସୂଚନା, ସାମୁଦ୍ରିକ ଜୁଆର ଓ ଝଡ଼ଜନିତ ଜଳସ୍ତର ବୃଦ୍ଧି ସମ୍ପର୍କିତ ତଥ୍ୟ ମିଳିପାରିବ।

ଏହା ସହ ନଦୀ ଅବବାହିକାଗୁଡ଼ିକରେ ବର୍ଷାର ପୂର୍ବାନୁମାନ ମଧ୍ୟ ଦେଖିହେବ। ଏହି ବ୍ୟବସ୍ଥା ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ, ସରକାରୀ ସଂସ୍ଥା, ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ସ୍ଥାନଭିତ୍ତିକ ପାଣିପାଗ ସୂଚନା ଯୋଗାଇବା ସହ ବିପଦର ସମ୍ଭାବ୍ୟ ପ୍ରଭାବ ବୁଝିବାରେ ସହାୟତା କରିବ। ଫଳରେ ସମୟ ପୂର୍ବରୁ ପଦକ୍ଷେପ ଗ୍ରହଣ, ଆଗୁଆ ପ୍ରସ୍ତୁତି ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରାଯାଇପାରିବ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ୨୦୧୩ରେ ଅତି ଭୀଷଣ ଘୂର୍ଣ୍ଣିଝଡ଼ ‘ଫାଇଲିନ୍’ ଏବଂ ୨୦୧୪ରେ ଅତି ଭୀଷଣ ଘୂର୍ଣ୍ଣିଝଡ଼ ‘ହୁଡ୍ ହୁଡ୍’ର ସଫଳ ପୂର୍ବାନୁମାନ।... 

ଆଗୁଆ ହେବ ପ୍ରାକୃତିକ ବିପର୍ଯ୍ୟୟର ଆକଳନ
IMD ପକ୍ଷରୁ ଆରମ୍ଭ ଡିସିଜନ୍ ସପୋର୍ଟ ସିଷ୍ଟମ୍ 
ଗୋଟିଏ ସ୍ଥାନରେ ମିଳିବ ଘୂର୍ଣ୍ଣିଝଡ଼ର ପୂରା ତଥ୍ୟ
ଜାଣିହେବ ଗତିପଥ, ତୀବ୍ରତା ଓ ବିପଦ ସମ୍ପର୍କର ସୂଚନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।