Viral Video Shows Minors Teasing Wild Elephants:୨୫ ଟିକିଆ ହାତୀପଲ ନିକଟରେ ବିପଜ୍ଜନକ କାଣ୍ଡ, ଜୀବନକୁ ବାଜି ଲଗାଇଲେ ନାବାଳକ

Oct 13, 2026 - 19:15
Viral Video Shows Minors Teasing Wild Elephants:୨୫ ଟିକିଆ ହାତୀପଲ ନିକଟରେ ବିପଜ୍ଜନକ କାଣ୍ଡ, ଜୀବନକୁ ବାଜି ଲଗାଇଲେ ନାବାଳକ

ମରଣ ମୁହଁରେ ଅମାନିଆ ନାବାଳକ । ଯେତେ ବୁଝାଇଲେ ବୁଝୁ ନାହାନ୍ତି... ଜଙ୍ଗଲୀ ହାତୀଙ୍କ ଅତି ନିକଟକୁ ଯାଉଛନ୍ତି... ପଛପଟୁ ଆକ୍ରମଣ କରୁଛନ୍ତି। ସବୁଠୁ ବିଡମ୍ବନାର କଥା ହେଲା, ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଘଟୁଛି ଏଭଳି କାଣ୍ଡ ।  ଆଜି ଚମ୍ପୁଆ ରେଞ୍ଜ ମଙ୍ଗଳପୁର, କାସିପାଳ ଜଙ୍ଗଲରେ ବୁଲୁଥିଲେ ୨୫ ଟିକିଆ ହାତୀପଲ । ହାତୀ ଦେଖିବାକୁ ସେଠାରେ ଶତାଧିକ ଲୋକ ଭିଡ ଜମାଇଥିଲେ ।

ଏହି ସମୟରେ ଏକ ବିଚଳିତ କରିବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି। କିଛି ନାବାଳକ ହାତୀକୁ ଗୋଡାଇ ଗୋଡାଇ ବାଡିରେ ପିଟିଛନ୍ତି । ଆଉ ହାତୀ ସେମାନଙ୍କୁ ପଛପଟୁ ଲାତ ମାରିବାକୁ ଚେଷ୍ଟା କରୁଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ବନ ବିଭାଗ କର୍ମଚାରୀମାନେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଜଙ୍ଗଲ ଭିତରକୁ ନ ଯିବାକୁ ସତର୍କ କରିଛନ୍ତି । 

 ମରଣ ମୁହଁରେ ଅମାନିଆ ନାବାଳକ 
ଜଙ୍ଗଲୀ ହାତୀକୁ ପଛପଟୁ ଆକ୍ରମଣ କରୁଛନ୍ତି
ବନ ବିଭାଗର ଉପସ୍ଥିତିରେ ଘଟୁଛି ଏଭଳି କାଣ୍ଡ
ଚମ୍ପୁଆରେ ୨୫ ଟିକିଆ ହାତୀପଲ ଉପରେ ଆକ୍ରମଣ
ହାତୀକୁ ଗୋଡାଇ ଗୋଡାଇ ପିଟିଲେ ନାବାଳକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।