08 OCTOBER 2026

Welcome!

Unlock your personalized experience.
Sign Up

Cyclone warning: ବଙ୍ଗୋପସାଗରରେ ବାତ୍ୟା ସଙ୍କେତ: ବିଦେଶୀ ପାଣିପାଗ ସଂସ୍ଥାଙ୍କ ପୂର୍ବାନୁମାନ

Oct 08, 2026 - 03:28
Cyclone warning: ବଙ୍ଗୋପସାଗରରେ ବାତ୍ୟା ସଙ୍କେତ: ବିଦେଶୀ ପାଣିପାଗ ସଂସ୍ଥାଙ୍କ ପୂର୍ବାନୁମାନ

ଭୁବନେଶ୍ବର: ପୂର୍ବ ଆକଳନ ଅନୁଯାୟୀ ବଙ୍ଗୋପସାଗରରେ ବାତ୍ୟା ସଙ୍କେତ ମିଳୁଛି।  ଆମେରିକାର ନ୍ୟାସନାଲ ଓସେନ୍‌ସିକ୍‌ ଆଣ୍ଡ୍‌ ଆଟମୋସ୍‌ଫେରିକ୍‌ ଆଡମିନିଷ୍ଟ୍ରେସନ୍‌ (ଏପ୍‌ଓଏଏ) ପୂର୍ବାନୁମାନ କରିଛି ଯେ ଅକ୍ଟୋବର ୧୪ରୁ ୨୦ ମଧ୍ୟରେ ଉତ୍ତର ଭାରତ ମହାସାଗରରେ ଘୂର୍ଣ୍ଣିବାତ୍ୟା ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। ବଙ୍ଗୋପସାଗର ଉପରେ ମୌସୁମୀ ବାୟୁ ଦୁର୍ବଳ ହୋଇ ପବନର ଢାଞ୍ଚା ବଦଳିବା ଏବଂ ଭାରତ ମହାସାଗର ଉପରେ ମାଡେନ୍‌-ଜୁଲିଆନ୍‌ ଓସିଲେସନ୍‌ (ଏମ୍‌ଜେଓ) ଅଧିକ ଅନୁକୂଳ ହୋଇପାରେ ବୋଲି ଦର୍ଶାଯାଇଛି। ବିଶ୍ୱସ୍ତରୀୟ ମଡେଲ୍‌ ଅନୁଯାୟୀ ଇସିଏମ୍‌ଡବ୍ଲୁଇ ଓ ଜିଇଏଫ୍‌ଏସ୍‌ ଏନ୍‌ସିଏମ୍‌ବୁଲ୍‌ ଘୂର୍ଣ୍ଣିବାତ୍ୟା ନିଶ୍ଚିତ କରୁନଥିଲେ ହେଁ, ଏଥିପାଇଁ ପରିବେଶ ଅନୁକୂଳ ହେବା ଉପରେ ଅଧିକ ସହମତ ଅଛନ୍ତି। ତେବେ ଜିଇଏଫ୍‌ଏସ୍‌ରେ ଅନିଶ୍ଚିତତା ଅଧିକ ଦେଖାଯାଉଛି।

Drinking water: ପାନୀୟ ଜଳ ପାଇଁ ୮ ପଞ୍ଚାୟତର ଲୋକେ ହନ୍ତସନ୍ତ

ଅକ୍ଟୋବର ୧୨ ପାଖାପାଖି ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ, ଯାହାକି ପରବର୍ତ୍ତୀ ସମୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାପରେ ଶକ୍ତିଶାଳୀ ହେବ ଓ କେଉଁ ଦିଗକୁ ଯିବ, ତାହା ଏବେ ମଧ୍ୟ ଅନିଶ୍ଚିତତା ଭିତରେ ରହିଛି। ଯଦି ଲଘୁଚାପ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ସଙ୍ଗଠିତ ହୁଏ, ତେବେ ଓଡ଼ିଶା ପାଇଁ ଏହାର ଗୁରୁତ୍ୱ ବଢ଼ିବ। ୧୦ରୁ ୧୨ ତାରିଖ ମଧ୍ୟରେ ଚିତ୍ର ଆହୁରି ସ୍ପଷ୍ଟ ହେବ। ବର୍ତ୍ତମାନ ଓଡ଼ିଶା ପାଇଁ ସିଧାସଳଖ ବିପଦର କୌଣସି ବିଶ୍ୱସନୀୟ ସଙ୍କେତ ନ ଥିବାରୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

Tribal student: ୧୧ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମିଳିଲା ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌

ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ବାତ୍ୟା ଆଶଙ୍କା ନେଇ କୌଣସି ସୂଚନା ଦେଇ ନାହିଁ। ମାତ୍ର ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ୮ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପବନ ହେବ। ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ରହିଛି। ୯ ତାରିଖରେ ମଧ୍ୟ ସମାନ ପ୍ରଭାବ ଲାଗିରହିବ। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଗଜପତି, ଢେଙ୍କାନାଳ, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ବର, ବୌଦ୍ଧ, କେନ୍ଦୁଝର, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ତେଣୁ ଆଜି କେତେକ ଅଞ୍ଚଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ତେବେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।