Cyclone: ଟଳିଲା ବିପଦ: ତୁହାକୁ ତୁହା ବର୍ଷା, ପ୍ରମୁଖ ନଦୀର ଜଳସ୍ତର ବଢ଼ୁଛି
"ଭୁବନେଶ୍ୱର: କଳିଙ୍ଗପଟ୍ଟନମ୍ଠାରେ ଗତକାଲି ସ୍ଥଳଭାଗ ଛୁଇଁଥିବା ଗଭୀର ଅବପାତ ଦୁର୍ବଳ ହେବାରେ ଲାଗିଛି।
ପବନର ବେଗ କମିଛି।
ବର୍ଷା ପରିମାଣ ମଧ୍ୟ ହ୍ରାସ ପାଇଛି।
ଗଭୀର ଅବପାତ ରୂପେ ଓଡ଼ିଶାରେ ପ୍ରବେଶ କରି ଆଜି ସନ୍ଧ୍ୟା ସୁଦ୍ଧା ଘଣ୍ଟାପ୍ରତି ୧୦ କିମି ବେଗରେ ଆଗକୁ ବଢ଼ୁଛି।
ରିପୋର୍ଟ ଲେଖାଯିବା ବେଳକୁ ଏହା କୋରାପୁଟର ଉତ୍ତରପୂର୍ବରେ ୪୦ କିମି, ଭାବନୀପାଟଣାର ଦକ୍ଷିଣ-ଦକ୍ଷିଣପୂର୍ବକୁ ୯୦ କିମି, ଛତିଶଗଡ଼ର ଜଗଦଲପୁରର ପୂର୍ବକୁ ୧୦୦ କିମି ଓ ରାୟପୁରର ଦକ୍ଷିଣ-ଦକ୍ଷିଣ ପୂର୍ବକୁ ୨୭୦ କିମି Advertisment ଦୂରରେ କେନ୍ଦ୍ରୀଭୂତ ରହିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆହୁରି ଦୁର୍ବଳ ହେବ।
ସମ୍ଭବତଃ ଶୁକ୍ରବାର ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହୋଇ ଅପରାହ୍ଣରେ ଛତିଶଗଡ଼ରେ ପ୍ରବେଶ କରିବାର ସମ୍ଭାବନା ରହିଛି।
ଗଭୀର ଅବପାତ ଦ୍ବାରା କୋରାପୁଟ, ରାୟଗଡ଼ା, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର ଜିଲ୍ଲା ପ୍ରଭାବିତ ହୋଇଛି।
ଗଛ ଉପୁଡିବା ସହ ଜଳବନ୍ଦି ସମସ୍ୟା ଉପୁଜିଛି।
ଲଗାଣ ବର୍ଷାରେ କଳିଙ୍ଗା ଘାଟିର ଅନ୍ଧାରକୋଟ ବନଦୁର୍ଗା ମନ୍ଦିର ପୂର୍ବରୁ ଗାର୍ଡୱାଲ୍ ଧସିଥିବାରୁ ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଳିଙ୍ଗା ଘାଟିକୁ ସିଲ୍ କରାଯାଇଛି।
କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ କିଛି ଅଞ୍ଚଳରେ ରାସ୍ତା ଉପରେ ପାଣି ଚାଲୁଛି।
ଗଜପତି ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାରୁ ଯାତାୟାତ ବନ୍ଦ ହୋଇଛି ଏବଂ ରାସ୍ତାପାର୍ଶ୍ୱ ପାହାଡ଼ ଅଞ୍ଚଳ ଉପରେ ନଜର ରଖାଯାଇଛି।
ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।
ସରକାରୀ ତଥ୍ୟ ଅନୁସାରେ ୬ଟି ଜିଲ୍ଲାର ୩୭ଟି ବ୍ଲକ, ୧୨୭ଟି ପଞ୍ଚାୟତ ଓ ୨୭୩ଟି ଗାଁ ଏବଂ ୫ଟି ସହରାଞ୍ଚଳର ୨୦ଟି ୱାର୍ଡ ପ୍ରଭାବିତ ହୋଇଛି।
ମୋଟ ୮,୨୦୫ ଜଣ ପ୍ରଭାବିତ ହୋଇଥିବାବେଳେ ୮,୦୮୨ ଜଣ ସ୍ଥାନାନ୍ତର ହୋଇଛନ୍ତି।
Choudwar Jail: ଚୌଦ୍ବାର ଜେଲ୍ ବିବାଦ: ରଫାଦଫା ପାଇଁ ଦେଇଥିବା ଆଫିଡେଭିଟ୍ ଜବତ ପ୍ରମୁଖ ନଦୀର ଜଳସ୍ତର ବଢ଼ୁଛିପୁଣି ଫୁଲିପାରେ ମହାନଦୀ୬ ଜିଲ୍ଲାର ୩୭ ବ୍ଲକ୍ ପ୍ରଭାବିତ୫ ଜିଲ୍ଲାକୁ ୫ ଅଧିକାରୀ ଗଲେ ବର୍ଷା ପରିସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ୫ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି।
ଅତିରିକ୍ତ ଏସ୍ଆରସି ସୁଭାଷଚନ୍ଦ୍ର ନାଥଶର୍ମାଙ୍କୁ ମାଲକାନଗିରି ଦାୟିତ୍ବ ଦିଆଯାଇଥିବା ବେଳେ ଦିଗନ୍ତ ରାଉତରାୟଙ୍କୁ କୋରାପୁଟ, ଅମିୟ ସାହୁଙ୍କୁ ନବରଙ୍ଗପୁର, ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କୁ ଗଜପତି ଓ ପ୍ରଦୀପ କୁମାର ସାହୁଙ୍କୁ କଳାହାଣ୍ଡି ଜିଲ୍ଲାର ଦାୟିତ୍ବ ଦିଆଯାଇଛି।
ଅଧିକାରୀମାନେ ତୁରନ୍ତ ଜିଲ୍ଲା ଗସ୍ତ କରି ସେଠାରେ ରହି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ବିପଦପ୍ରବଣ ଅଞ୍ଚଳରୁ ଆବଶ୍ୟକ ହେଲେ ତୁରନ୍ତ ଲୋକଙ୍କୁ ସ୍ଥାନାନ୍ତର, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।
ସେପ୍ଟେମ୍ବର ୨୫ (ଶୁକ୍ରବାର) କେତେକ ଜିଲ୍ଲାରେ ବର୍ଷା ହେବାକୁ ଥିବାରୁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ବଢ଼ାଯାଇଛି।
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଦୁଇ କିମ୍ବା ତିନି ଦିନ ସ୍କୁଲ ଛୁଟି କରିଥିଲେ।
ଅତ୍ୟଧିକ ବର୍ଷା ପାଇଁ ସ୍ଥିତିକୁ ଦେଖି ଜିଲ୍ଲାପାଳମାନେ ଛୁଟି ବଢ଼ାଇପାରନ୍ତି।
ଅତିରିକ୍ତ କ୍ଲାସ ମାଧ୍ୟମରେ ପାଠପଢ଼ା ଭରଣା କରାଯିବ ବୋଲି ସେ କହିଛନ୍ତି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସ୍ଥିତି ସମୀକ୍ଷା କରିଛନ୍ତି।
ପ୍ରଭାବିତ ଜିଲ୍ଲାଗୁଡ଼ିକର ସାମଗ୍ରିକ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
ଜିଲ୍ଲାଗୁଡ଼ିକରୁ ପ୍ରାପ୍ତ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ କୌଣସି ବଡ଼ଧରଣର କ୍ଷୟକ୍ଷତି ଘଟିଥିବା ରିପୋର୍ଟ ମିଳିନାହିଁ ବୋଲି ସେ କହିଛନ୍ତି।
Dhamara port: ଧାମରା ବନ୍ଦର ନେଇ ମଉଳି ଯାଉଛି ଭଦ୍ରକବାସୀଙ୍କ ସ୍ବପ୍ନ!
ଗତକାଲି ରାତିରେ ଆନ୍ଧ୍ର ଉପକୂଳ ସ୍ପର୍ଶ କରିବା ସମୟରେ କଳିଙ୍ଗପଟ୍ଟନମ୍ରେ ଝଟକା ପବନର ବେଗ ୭୫ କିମି, ଓଡ଼ିଶାର ଗୋପାଳପୁରରେ ୭୧ କିମି ଏବଂ ତେଲେଙ୍ଗାନାର ପ୍ରକାଶମଜମିମିକୁଣ୍ଟାଠାରେ ୫୬ କିମି ବେଗରେ ଝଟକା ପବନ ଅନୁଭୂତ ହୋଇଥିଲା।
ଆଜି ସକାଳୁ ପୁରୀରେ ଘଣ୍ଟାପ୍ରତି ୮୫ କିମି ଓ ଭୁବନେଶ୍ବରରେ ୫୦ କିମି ବେଗରେ ଝଟକା ପବନ ବହିଥିଲା।
ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟର ସେମିଳିଗୁଡ଼ାରେ ୧୯୩.୯ ମିମି, ମାଲକାନଗିରିର ଚିତ୍ରକୋଣ୍ଡାରେ ୧୬୮.୮ ମିମି, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀରେ ୧୪୨ ମିମି, କଟକ ଜିଲ୍ଲା ବଡ଼ମ୍ବାରେ ୧୩୪ ମିମି, କନ୍ଧମାଳର ଜି.
ଉଦୟଗିରିରେ ୧୨୫.୪ ମିମି, ଗଜପତିର ପାରଳାଖେମୁଣ୍ଡିରେ ୧୨୧.୪ ମିମି ଓ ଗଜପତିର ଗୋଷାଣୀଠାରେ ୧୨୦ ମିମି ବର୍ଷା ହୋଇଛି।
ଆଗାମୀ ୧୨ ଘଣ୍ଟା ପାଇଁ ନବରଙ୍ଗପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ କୋରାପୁଟ, ମାଲକାନଗିରି, ବରଗଡ଼, ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।