DGP Case: ଡିଜିପି ମାମଲା: ମଙ୍ଗଳବାର ପୁଣି ଶୁଣାଣି, ଏଜିଙ୍କ ପାଇଁ ଦୁଃଖ ପ୍ରକାଶ କଲେ ସଲିସିଟର ଜେନେରାଲ
"ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ଚୟନ ମାମଲାର ଶୁଣାଣି ଆପାତତଃ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ପରବର୍ତ୍ତୀ ଶୁଣାଣି ୨୯ ତାରିଖ ମଙ୍ଗଳବାର ଦିନ ହେବ।
ଆଜି ଶୁଣାଣି ବେଳେ ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ନାଁ ତାଲିକାରୁ ବାଦ୍ ଦିଆଯିବା ପ୍ରସଙ୍ଗରେ ଜୋରଦାର ଯୁକ୍ତି ଉପସ୍ଥାପନ ହୋଇଥିଲା।
ଏସ୍ଆଇ ନିଯୁକ୍ତି ସମ୍ପର୍କିତ ଏକ ଆପରାଧିକ ମାମଲାରେ ନାଥଙ୍କୁ ପଚରାଉଚରା କରାଯାଇପାରେ ବୋଲି ସିବିଆଇ କହିବା ପରେ ଓଡ଼ିଶା ସରକାର ତାଙ୍କର "ଇଣ୍ଟେଗ୍ରିଟି ସାର୍ଟିଫିକେଟ୍" ପ୍ରତ୍ୟାହାର କରିବା ନେଇ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଓଡ଼ିଶା ସରକାରଙ୍କୁ ପ୍ରଶ୍ନ କରିଥିଲେ।
ପଚାରିଥିଲେ, ସୁଶାନ୍ତ ନାଥଙ୍କ ନାଁକୁ ତାଲିକାରୁ ବାଦ୍ ଦେବାର ଆଧାର କ"ଣ କେବଳ ସିବିଆଇ ପକ୍ଷରୁ ତାଙ୍କୁ ପଚରାଉଚରା କରିବା ସମ୍ପର୍କରେ ପଠାଯାଇଥିବା ଚିଠି?
ତାଙ୍କର "ଇଣ୍ଟେଗ୍ରିଟି ସାର୍ଟିଫିକେଟ୍" ପ୍ରତ୍ୟାହାର କରି ରାଜ୍ୟ ସରକାର ତାଙ୍କୁ ଏହି ମାମଲାରେ ଜଣେ ଅଭିଯୁକ୍ତ ଭାବେ ଗ୍ରହଣ କରୁଛନ୍ତି କି?
ଇଣ୍ଟେଗ୍ରିଟି ସାର୍ଟିଫିକେଟ୍ ରୋକିବା ପଦକ୍ଷେପ ମାତ୍ରାଧିକ ହୋଇଯାଇନି କି?
ଏ କଥା ବି ଖଣ୍ଡପୀଠ କହିଥିଲେ, ଏହି ପ୍ରକ୍ରିୟାରୁ ଏପରି ଏକ ଧାରଣା କରାଯାଇପାରେ ଯେ ରାଜ୍ୟ ସରକାର ଘୋଡ଼ା ଆଗରେ ଗାଡ଼ି ଲଗାଇଦେଇଛନ୍ତି।Advertisment Cyclone: ଟଳିଲା ବିପଦ: ତୁହାକୁ ତୁହା ବର୍ଷା, ପ୍ରମୁଖ ନଦୀର ଜଳସ୍ତର ବଢ଼ୁଛି ସେତିକିରେ ଖଣ୍ଡପୀଠ ଅଟକି ନଥିଲେ।
ଏକ କାହାଣୀର ଅବତାରଣା କରି ଦର୍ଶାଇଥିଲେ ଯେ ଧରନ୍ତୁ ଏକ ନ୍ୟାୟିକ ପ୍ରତିଷ୍ଠାନର ରେକର୍ଡ ରୁମ୍ ଅର୍ଥ ତୋଷାରପାତ ଘଟଣାର ତଦନ୍ତ ଆରମ୍ଭ ହେଲା। "ଏକ୍ସ" ନାମକ ବ୍ୟକ୍ତି ହେଉଛନ୍ତି ସେହି ପ୍ରତିଷ୍ଠାନର ଜିଲ୍ଲା ଜଜ୍।
ତାଙ୍କୁ ସେହି ଘଟଣା ସମ୍ପର୍କରେ ପଚରାଉଚରା କରାଯାଇପାରେ।
ତାଙ୍କ ବିରୋଧରେ ତଦନ୍ତ ମଧ୍ୟ ହୋଇପାରେ।
ଉପଯୁକ୍ତ ମାମଲାରେ ତାଙ୍କୁ ଅଭିଯୁକ୍ତ ମଧ୍ୟ କରାଯାଇପାରେ।
କିନ୍ତୁ କେବଳ ରେକର୍ଡ ରୁମ୍କୁ ନେଇ ଏକ ଏଫ୍ଆଇଆର ରୁଜୁ ହୋଇଛି ବୋଲି ଜିଲ୍ଲା ଜଜ୍ଙ୍କ ବାର୍ଷିକ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ (ଏପିଏଆର୍)ରେ ଏପରି ପ୍ରତିକୂଳ ମନ୍ତବ୍ୟ ରହିବ କି, ଯାହା ଫଳରେ ତାଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟ୍ ରୋକି ଦିଆଯିବ।
ତେଣୁ ସୁଶାନ୍ତ ନାଥଙ୍କୁ ପଚରାଉଚରା କରିବା ସମ୍ପର୍କରେ ସିବିଆଇର ଉତ୍ତର ଇଣ୍ଟେଗ୍ରିଟି ସାର୍ଟିଫିକେଟ୍ ରୋକିବା ପାଇଁ ପର୍ଯ୍ୟାପ୍ତ କି ନୁହେଁ, ତାହା କୋର୍ଟ ପରୀକ୍ଷା କରିବେ ବୋଲି କହିଥିଲେ।
ଧାରଣା ହେଉଛି ଓଡ଼ିଶା ସରକାର ଘୋଡ଼ା ଆଗରେ ଗାଡ଼ି ଲଗାଇଛନ୍ତି: ଖଣ୍ଡପୀଠ ଆଜିର ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା କୋର୍ଟଙ୍କୁ ଜଣାଇଥିଲେ, ସିବିଆଇ ତଦନ୍ତ ଏପର୍ଯ୍ୟନ୍ତ ଚାଲିଛି।
ସିବିଆଇର ଅନୁରୋଧ ପରେ ରାଜ୍ୟ ସରକାର ତାଙ୍କୁ ବାଦ୍ ଦେଇଥିଲେ ଏବଂ କେବଳ ୧୦ ଜଣ ଅଧିକାରୀଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟ୍ ସହିତ ସଂଶୋଧିତ ପ୍ରସ୍ତାବ ୟୁପିଏସ୍ସିକୁ ପଠାଇଥିଲେ।
ଅତ୍ୟଧିକ ସତର୍କତା ଓ ଯାଞ୍ଚର ଅଂଶ ଭାବେ ରାଜ୍ୟ ସମସ୍ତ ଯୋଗ୍ୟ ଅଧିକାରୀଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟ୍ର ପୁନଃସମୀକ୍ଷା କରିଥିଲା।
ଏହା କେବଳ ଜଣେ ବ୍ୟକ୍ତିଙ୍କ ପାଇଁ କରାଯାଇନଥିଲା।
ଯଦି ଅନ୍ୟ କୌଣସି ଅଧିକାରୀଙ୍କ ବିଷୟରେ କିଛି ମିଳିଥାନ୍ତା, ତାହା ମଧ୍ୟ ଉପଯୁକ୍ତ ଭାବେ ଜଣାଇ ଦିଆଯାଇଥାନ୍ତା।
ସୁଶାନ୍ତ ନାଥଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କରୁଣା ନନ୍ଦୀ କହିଥିଲେ, ଏକ ବର୍ଷ ଧରି ତଦନ୍ତ ଚାଲିଥିବାରୁ ତାଙ୍କ ଇଣ୍ଟେଗ୍ରିଟି ଉପରେ ପ୍ରଶ୍ନଚିହ୍ନ ଲଗାଯାଇପାରିବ ନାହିଁ।
ତାଙ୍କୁ ଜଣେ ଅଭିଯୁକ୍ତ ଭାବେ ଦର୍ଶାଯାଇନାହିଁ।
ତଦନ୍ତ ଏପର୍ଯ୍ୟନ୍ତ ଚାଲିଛି ଏବଂ ଲିକ୍ ହୋଇଥିବା ପ୍ରଶ୍ନପତ୍ର କେବେ ମଧ୍ୟ ମିଳିନାହିଁ।
ଜନସ୍ୱାର୍ଥ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି.
ଚିଦମ୍ବରମ୍ ଯୁକ୍ତି କରିଥିଲେ, "ରାଜ୍ୟ ଦୁଇଟି ଏକ୍ସ-କ୍ୟାଡର୍ ପଦ ସୃଷ୍ଟି କରି ସେଥିରେ ଥିବା ଅଧିକାରୀଙ୍କୁ "ତତକ୍ଷଣାତ୍ ଭିତ୍ତିରେ" ପଦୋନ୍ନତି ଦେଇ ନିୟମର ଉଲ୍ଲଂଘନ କରିଛନ୍ତି।
ଏହାର ଉଦ୍ଦେଶ୍ୟ ସ୍ପଷ୍ଟ।
Drug Seizure: ୮୧୮ କିଲୋ ଗଂଜେଇ ଜବତ ଏହାପରେ ସଲିସିଟର ଜେନେରାଲ୍ ଖଣ୍ଡପୀଠଙ୍କୁ କହିଥିଲେ, ଛୋଟ ରାଜ୍ୟଗୁଡ଼ିକରେ ମଞ୍ଜୁରିପ୍ରାପ୍ତ କ୍ୟାଡର୍ ପଦବି ସଂଖ୍ୟା କମ୍ ଥିବାରୁ ଅଧିକ ସଂଖ୍ୟକ ଅଧିକାରୀଙ୍କ ନାମ ପଠାଯାଇଥିଲା।
ଦୁଇଟି କ୍ୟାଡର୍ ପଦବିରେ ଅଧିକାରୀ ନିଯୁକ୍ତ ଅଛନ୍ତି।
ଦୁଇଟି ଏକ୍ସ-କ୍ୟାଡର୍ ପଦବି କଥା ଯଦି କହିବା, ତେବେ ସେଥିରୁ ଜଣେ ଅଧିକାରୀ ୨୦୨୬ ଅଗଷ୍ଟ ୧୬ କିମ୍ବା ୧୭ ତାରିଖ ପାଖାପାଖି ଅବସର ନେବାର ଥିଲେ।
ତେଣୁ ବାସ୍ତବରେ ଏବଂ ତଥ୍ୟଗତ ଭାବେ ଲେଭେଲ-୧୫ର ସର୍ବୋଚ୍ଚ ବରିଷ୍ଠ ଅଧିକାରୀଙ୍କ ମଧ୍ୟରୁ ଜଣେ ଅଗଷ୍ଟରୁ ଲେଭେଲ-୧୬କୁ ଯାଇଥିଲେ।
ଲେଭେଲ-୧୫ର ପରବର୍ତ୍ତୀ ଅଧିକାରୀ ୨୦୨୬ ଡିସେମ୍ବର ୧ରୁ ଲେଭେଲ-୧୬କୁ ଯାଇପାରିବେ।
ଏହା ପରେ ଏକ୍ସ-କ୍ୟାଡର୍ ପଦବି ସମ୍ପର୍କରେ ଏବଂ ଅନ୍ୟାନ୍ୟ କେତେକ ଆଇନଗତ ଦିଗକୁ ନେଇ ଖଣ୍ଡପୀଠ ଉଠାଇଥିବା କେତେକ ପ୍ରଶ୍ନର ଉତ୍ତର ଦେବା ପାଇଁ ଶ୍ରୀ ମେହେଟା ଆଜି କୋର୍ଟଙ୍କୁ ଶୁକ୍ରବାର ଏହି ଶୁଣାଣିକୁ ଜାରି ରଖି ନିଜର ପକ୍ଷ ରଖିବାକୁ ଅଧିକ ୧୫ ମିନିଟ ସମୟ ମାଗିଥିଲେ।
କୋର୍ଟ ଏହି ମାମଲାର ଶୁଣାଣିକୁ ଆସନ୍ତା ମଙ୍ଗଳବାରକୁ ସ୍ଥଗିତ ରଖିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ଆସନ୍ତା ମଙ୍ଗଳବାର କେବଳ ସଲିସିଟର ଜେନେରାଲ ଏହି ମାମଲାରେ ନିଜର ପକ୍ଷ ରଖିବା ପରେ ଶୁଣାଣି ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।