Dabugam Pond Drowning: ପୋଖରୀରେ ବୁଡ଼ି ଯୁବକର ମୃତ୍ୟୁ
"ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ଜୁନାପାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗିରିଲା ଗ୍ରାମରେ ଜଣେ ଯୁବକଙ୍କ ପୋଖରୀରେ ବୁଡି ମୃତ୍ୟୁଘଟିଛି।
ମୃତ ଯୁବକ ଗିରିଲା ଗ୍ରାମର ରାମଚନ୍ଦ୍ର ଭତରା (୧୯)।Advertisment Tragedy during festivities: ପାର୍ବଣରେ ଅଘଟଣ: ପାଣିରେ ବୁଡ଼ି ପ୍ରାଣ ହରାଇଲେ ୧୪ ଜଣ, ଗୋପାଳପୁର ସାଇଫନ୍ରେ ବୁଡ଼ି ୪ ମୃତ ସୂଚନା ଅନୁଯାୟୀ, ଶୁକ୍ରବାର ଭୋର ୫ଟା ସମୟରେ ଶୌଚ ପାଇଁ ରାମଚନ୍ଦ୍ର ଗ୍ରାମ ନିକଟ ପୋଖରୀକୁ ଯାଇଥିଲେ ।
ତେବେ ଗୋଡ ଖସି ଯିବାରୁ ସେ ଗଭୀର ପାଣିରେ ବୁଡି ଯାଇଥିଲା।
କିଛି ସମୟ ପରେ ରାମଚନ୍ଦ୍ରଙ୍କ ଦାଦା ସେହି ପୋଖରୀରେ ଶୌଚ ପାଇଁ ଆସିଥିଲେ।
ସେ ରାମଚନ୍ଦ୍ର ର ପୋଷାକ ପୋଖରୀ ହୁଡାରେ ଥିବା ଓ ରାମଚନ୍ଦ୍ରଙ୍କ ଦେଖାନଥିବା ଦେଖି ସନ୍ଦେହ କରିଥିଲେ।
ତୁରନ୍ତ ପରିବାର ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀ ମଧ୍ୟରୁ ରାମଚନ୍ଦ୍ରଙ୍କ ଅଚେତନ ଶରୀରକୁ ଉଦ୍ଧାର କରିଥିଲେ।
ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆ ଯାଇଥିବା ବେଳେ ଡାକ୍ତର ସେଠାରେ ତାର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।
ଏ ନେଇ ମୃତ ଯୁବକ ର ବାପା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି କେସ ନମ୍ବର ୩୧/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି।
ପୂର୍ବାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଘଟଣାର ତଦନ୍ତ ପୁଲିସ ଏ ଏସ ଆଇ ରାମଚନ୍ଦ୍ର ନାୟକ କରୁଛନ୍ତି ।
ତେବେ ଚଳିତ ସପ୍ତାହ ମଧ୍ୟରେ ଡାବୁଗାଁ ଥାନା ଅଞ୍ଚଳରେ ପୋଖରୀରେ ବୁଡି ୩ ଜଣଙ୍କ ମୃତ୍ୟୁ ଘଟିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।