Daily Horoscope 1st November 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ- ଅଶ୍ୱନୀ- ଶରିରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ ।
ଆପଣ ନିଜ କଥାରେ ଅନ୍ୟ ମାନଙ୍କ ମନ ମୋହିବେ ।
ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ କଥା ହେବାକୁ ପଡିବ ।
କୃତିକା- ଛାତ୍ରଛାତ୍ରୀ ମାନେ ପଢାରେ କଷ୍ଟ କରିବେ ।
ବ୍ୟବସାୟରେ ଆଂଶିକ ସଫଳତା ପାଇବେ ।
ରାଜନୀତିରେ ଛୋଟ କଥାକୁ ବଡ କରି ବିବାଦ ଲାଗିପାରେ ।
ଦ୍ୱିଜା- କର୍ମକ୍ଷେତ୍ରରେ ସାମାନ୍ୟ ବିଶ୍ରାମ କରିବାର ସୁଯୋଗ ପାଇବା କଷ୍ଟକର ହୋଇପାରେ ।
ଅଧିକ ମୂଲ୍ୟ ଦେଇ ଜମି କିଣିବେ ।
ଶତୃଙ୍କର ସଡ ଯନ୍ତ୍ରର ଶିକାର ହୋଇ ପାରନ୍ତି ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ Advertisment ବୃଷ- କୃତିକା- ସ୍ୱାସ୍ଥ୍ୟରେ ଉନ୍ନତି ପରିଲଖିତ ହେବ ।
ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତୀ ହେବେ ।
ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ ।
ଦାମ୍ପତ୍ୟ ଜୀବନରେ କିଛିଟା ବ୍ୟତିକ୍ରମ ଦେଖା ଦେଇପାରେ ।
ରୋହିଣୀ- ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହପ୍ରଦ ହେବ ନାହିଁ ।
ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ ।
ଲୋକମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ ।
ମୃଗଶିରା- ମହିଳା ମାନେ ଅନ୍ୟକୁ ସାହାର୍ୟ୍ୟ କରିବେ ।
ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ ।
ଯାନବାହନ, ସଭାସମିତି, ପାରିବାରିକ ସମସ୍ୟା ନେଇ ଚିନ୍ତାରେ ରହିବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ ମିଥୁନ- ମୃଗଶିରା- ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ ।
କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ ।
ଦାମ୍ପତ୍ୟ ଜୀବନରେ ସମାନ୍ୟ ତିକ୍ତତା ଦେଖାଦେଇପାରେ ।
ଆଦ୍ରା- ବ୍ୟବସାୟରେ ନୂଆ କୈାଶଳ ପ୍ରୟୋଗ କରିବେ ।
ଆଲୋଚନା ପରିସରରେ ଅପ୍ରିୟ ସତ କଥା କହି ବିରୋଧୀ ହୋଇପାରନ୍ତି ।
ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦ ମର୍ଯ୍ୟାଦା ଲାଭ କରିବେ ।
ପୁନର୍ବସୁ- ସମ୍ପତିକୁ ନେଇ ଦୀର୍ଘଦିନର ଚିନ୍ତା ଦୂର ହେବ ।
ମହିଳା ମାନେ ରକ୍ଷଣଶୀଳ ରହିବେ ।
ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ Advertisment କର୍କଟ- ପୁନର୍ବସୁ- ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ ।
ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ ଆଦି ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ ପୁଷ୍ୟା- ଆର୍ଥିକ କ୍ଷେତ୍ରରେ ଲଭବାନ୍ ସହିତ ସଂଚୟ କରିପାରନ୍ତି ।
ରାଜନୀତିରେ ଅଗ୍ରଣୀ ଭୂମିକା ନେବେ ।
ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ ।
ଚାକିରି କ୍ଷେତ୍ରରେ ମନ ଅସ୍ଥିରତା ରହିବ ଅଶ୍ଲେଷା-ନିର୍ବାଚନ କ୍ଷେତ୍ରରେ ଶତୃମାନଙ୍କୁ ମୁକାବିଲା କରି ପାରିବେ ।
ସମ୍ପତି ବଢାଇବାର ଯୋଜନା ସଫଳ ହେବ ।
ମହିଳା ମାନେ ଅଳ୍ପ ପ୍ରୟାସରେ କାମ ପୂର୍ଣ୍ଣ କରିବେ ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨ ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ ସିଂହ- ମଘା- ରୋଗର ପ୍ରକୋପ ବୃଦ୍ଧି ପାଇବ ।
ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ ।
ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି ।
ଘରକୁ ଅତିଥୀ ଆସିବାର ସମ୍ଭାବନା ରହିଛି ।
ପୂ- ଫାଲ୍ଗୁନୀ- ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଜନଙ୍କ ପାଖରେ ଆଦୃତ ହେବେ ।
କର୍ମକ୍ଷେତ୍ରରେ ଆପଣଙ୍କର ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ ।
ଉ- ଫାଲ୍ଗୁନୀ- ରାଜନିତି କ୍ଷେତ୍ରରେ କୈାଶଳପୂର୍ଣ୍ଣ ଦୃଢ ପଦଦେକ୍ଷପ ନେବେ ।
ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି ।
ଶତୃମାନେ ପୁନରାୟ ପଛରେ ଲାଗି ଯାଇ ପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ କନ୍ୟା- ଉ,ଫଳଗୁନି- ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ ।
ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ ।
ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ ।
ହସ୍ତା-ପିତା ମାତାଙ୍କ ସହିତ ସାମାନ୍ୟ ମନମାଳିନ୍ୟ ଦେଖାଦେଇପାରେ ।
ଯେଉଁମାନେ ବିଦେଶୀ ବିଶ୍ୱବିଦ୍ୟାଳୟରେ ପଢିବାକୁ ଇଚ୍ଛା କରୁଛନ୍ତି ,ସେମାନେ ଆଡମିଶନ୍ ପାଇ ପାରିବେ ।
ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ ।
ଚିତ୍ରା-ଆଇନ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ ।
ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ ।
ବୈଜ୍ଞାନିକ ମାନେ ଗବେଷଣା କ୍ଷେତ୍ରରେ ଦୃତ ଅଗ୍ରଗତି କରିବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର - ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ତୁଳା- ଚିତ୍ରା- ଦୂରେଇ ଚାଲି ଯାଇଥିବା ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଚେଷ୍ଟା କରିବେ ।
ନୂଆ ବେପାର ଆରମ୍ଭ କରିବା ପାଇଁ ଭାବିବେ ।
ପିଲାମାନଙ୍କୁ ନେଇ ଗର୍ବିତ ଅନୁଭବ କରିବେ ।
ସ୍ୱାତୀ- କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ ।
ପଡୋଶୀ ବା କୁଟୁମ୍ଭଙ୍କ ସହିତ ମତାନ୍ତର ଥିଲେ ସମାଧାନ ହୋଇଯିବ ।
ମହିଳା ମାନେ ନିଜ ହାତ ପାହାନ୍ତାରେ ଥିବା ସୁଯୋଗ ହରାଇ ପାରନ୍ତି ।
ବିଶାଖା- ଆଇନର ଆଶ୍ରୟ ନେଇ ପାରନ୍ତି ।
ଶିକ୍ଷାକ୍ଷେତ୍ରରେ ଉଚ୍ଚ ଶ୍ରେଣୀ ପାଇବାସହ ବିଦ୍ୟାର୍ଥିମାନେ ନିଜ କ୍ୟାରିୟର ପାଇଁ ଭଲ ସୁଯୋଗ ପାଇବେ ।
ପୁଞ୍ଜି ଲଗାଣ , ଆଦାନ, ପ୍ରଦାନରେ ବିଶେଷ ଲାଭବାନ୍ ହେବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ଶନିଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ବିଛା- ବିଶାଖା- ପ୍ରେମୀଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବ ।
ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡିପାରନ୍ତି ।
ଅଧିକାଂଶ ସମୟ ମନ ଭାରାକ୍ରାନ୍ତ ରହିବା କାରଣରୁ ଯାହା ନ କହିବା କଥା ତାହା କହି ସମସ୍ୟାକୁ ଡାକି ଆଣିବେ ।
ଅନୁରାଧା- ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ ।
ରାଜନୀତି କ୍ଷେତ୍ରରେ ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ହେବ ।
ଶିକ୍ଷାକ୍ଷେତ୍ରରେ ମାନସିକ ସି୍ଥରତା ଦେଖାଦେବ ଓ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇ ପାରନ୍ତି ।
ଜ୍ୟେଷ୍ଠା- ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ ।
ମହିଳା ମାନେ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି ।
ବାକି ପଡିଥିବା ପାଉଣା ଫେରି ପାଇବେ ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ ଧନୁ- ମୂଳା- ପ୍ରେମିକା , ପ୍ରେମିକ ଦର୍ଶନୀୟ ସ୍ଥାନକୁ ବୁଲି ଯିବେ ।
ଅଫିସ୍ରେ ଆପଣଙ୍କର କାମରେ ଖୁସି ହୋଇ ସହକର୍ମୀ ଆପଣଙ୍କୁ ପ୍ରଶଂସା କରିବେ ।
ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ ।
ମାନସିକ ସ୍ତରରେ ଉନ୍ନତି ଆସିବ ।
ପୂ, ଷାଢା- ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ ।
ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି ହୋଇପାରନ୍ତି ।
କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ଉ, ଷାଢା- ଜମି କିଣିବା ଲାଗି ସୁନ୍ଦର ସୁଯୋଗ ଅଛି ।
ସକାରତ୍ମକ ଭାବନା ଆଗକୁ ବଢିବାରେ ସହାୟକ ହେବ ।
ମହିଳାଙ୍କ ଭାଗ୍ୟ ଉଦ୍ୟୟ ହୋଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଭୋଗ ଲଗାନ୍ତୁ ମକର- ଉ,ଷାଢା- ବାହାରେ ଖାଦ୍ୟ ଖାଇବା ଠାରୁ ଦୂରରେ ରୁହନ୍ତୁ ।
ଜୀବନ ସାଥିଙ୍କୁ ପ୍ରତ୍ୟେକ ଅସୁବିଧାରୁ ରକ୍ଷା କରିବାକୁ ଚେଷ୍ଟା କରିବେ ।
କର୍ମ କ୍ଷେତ୍ରରେ ପରିଶ୍ରମ ଓ ମେହନତର ପରିମାଣ ମିଳିବ ।
ଶ୍ରବଣା- ଆର୍ଥୀକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ଖୁସି ରହିବ ନାହିଁ ।
ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ ।
ଜୀବନ ସାଥିଙ୍କ ସଫଳତା ଓ ବ୍ୟବହାରରେ ମନ ପ୍ରସନ୍ନ ରହିବ ।
ଧନିଷ୍ଠା- ଶିକ୍ଷାକ୍ଷେତ୍ରରେ ଉନ୍ନତି କରିବା ସହିତ ସାସ୍କୃତିକ କାର୍ଯ୍ୟରେ ଲୋକ ପ୍ରିୟତା ଅର୍ଜନ କରିବେ ।
ସାମାଜିକ ସଂସାର କାମରେ ସହଯୋଗ କରିବେ ।
ମହିଳା ମାନଙ୍କର ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ହେତୁକ ମନ ଉଦ୍ବିଗ୍ନ ରହିବ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ କୁମ୍ଭ ଧନିଷ୍ଠା- ବୈବାହିକ ଜୀବନକୁ ଅଧିକ ସୁଖମୟ ବନେଇବାର ଚେଷ୍ଟା ଆଶାରୁ ଅଧିକ ରଙ୍ଗ ଆଣିବ ପାରିବାରିକ କଷ୍ଟ ଦୂର ହୋଇପାରେ ।
ସ୍ୱାସ୍ଥ୍ୟରେ ସୁଧାର ଆସିବ ।
ବ୍ୟବସାୟରେ ଦୂର ଯାତ୍ରା କରିବାର ସୁଯୋଗ ରହିଛି ।
ଶତଭିଷା- ରାଜନୀତିରେ ବିରେଧୀ ଦଳ ବଢିବେ ।
ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ ।
ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଭଲ ରହିବ ।
ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ ।
ପୂ, ଭାଦ୍ରପଦ- ମହିଳା ମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହେବ ।
ପୁରୁଣା କରଜ ଆପଣଙ୍କୁ ଫେରସ୍ତ ମିଳିପାରେ ।
ମନୋରଞ୍ଜନ କ୍ଷେତ୍ରରେ ବେଶୀ ଗୁରୁତ୍ୱ ଦେଇ ପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ ମୀନ- ପୂ,ଭାଦ୍ରପଦ- କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ ।
ପିଲା ମାନଙ୍କ ସହିତ ହସଖୁସିରେ ସମୟ ବିତାଇବେ ।
ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ ।
ଉ,ଭାଦ୍ରପଦ- ବ୍ୟବସାୟରେ ଦୂରସ୍ଥାନକୁ ଯାତ୍ରା କରିବା ଦ୍ୱାରା ବହୁତ ଲାଭ ମିଳିବ ଓ ଧନ ପ୍ରାପ୍ତି ହେବ ।
ଚାକିରି କ୍ଷେତ୍ରରେ ସୁନାମ ବୃଦ୍ଧି ଘଟିବ ।
ରାଜନୈତିକ କ୍ଷେତ୍ରରେ ବାଦବିବାଦ ଠାରୁ ଦୂରେଇ ରହିବେ ।
ରେବତୀ- ଜମିଜମା କ୍ରୟ ବା ନୂତନ ଗୃହ ନିର୍ମାଣ କରିବେ ।
ଶତୃମାନେ ମଥାନତ କରିବେ ।
ମହିଳା ମାନେ କର୍ମକ୍ଷେତ୍ରରେ ପଦୋନ୍ନତିର ସଂକେତ ପାଇବେ ।
ଖେଳାଳି ମାନେ ସତର୍କ ରହିବା ଆବଶ୍ୟକ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ଗରିବ ଲୋକଙ୍କୁ ସହାୟତା କରନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।