Uttarakhand Helicopter Crash: ସାଙ୍ଗ ହୋଇ ଆସିଥିଲେ, ଏକାଠି ଚାଲିଗଲେ ! ହେଲିକପ୍ଟର ଦୁର୍ଘଟଣାରେ ୬ ମୃତ
ମୃତ୍ୟୁର ହେଲିକପ୍ଟରରେ ୬ ସବାରୀ।
ମଝି ଆକାଶରେ ଜଳିଗଲେ ପୋଲିସ୍, ଓକିଲ, ପାଇଲଟ୍।
ଆଖି ପିଛୁଳାକେ ଛାରଖାର୍ ପରିବାର।
ବଦ୍ରିନାଥ ଆସିଥିଲେ ବୁଲିବାକୁ, ହେଲେ ତୀର୍ଥଯାତ୍ରା ହେଲା ଶେଷଯାତ୍ରା ।
ସାଙ୍ଗ ହୋଇ ଆସିଥିଲେ ସାଙ୍ଗ ହୋଇ ଆରପାରିକୁ ଚାଲିଗଲେ ।
କିଏ ପୋଲିସ୍ ଅଫିସର ଥିଲା ତ ଆଉ କିଏ ବଡ଼ ଓକିଲ ।
ହେଲେ କିଏ ବା ଜାଣିଥିଲା, ସେମାନେ ଯେଉଁ ହେଲିକପ୍ଟରରେ ବସିଛନ୍ତି, ତାହା ପ୍ରକୃତରେ ଥିଲା ଯମର କୋଳ ।
Advertisment ଉତ୍ତରାଖଣ୍ଡ ଯୋଶୀମଠରେ ଘଟିଥିବା ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ବେଙ୍ଗାଲୁରୁର ୫ ଜଣ ଯାତ୍ରୀଙ୍କ ସହିତ ଦିଲ୍ଲୀର ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି ।
ମୃତକମାନେ ହେଲେ ପ୍ରତାପ ବି ନିଙ୍ଗାରାଜୁ, ଅରୁଣ ସାଲୁଙ୍କେ, ସୁଧୀର କେ, ଏଚ୍.ଏସ୍.
ନଟରାଜ ଓ ଶଙ୍କର ଗୌଡ଼ା ।
ସାଲୁଙ୍କେ ବେଙ୍ଗାଲୁରୁର ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚରେ ଇନ୍ସପେକ୍ଟର ଥିଲେ ।
ସେ ପ୍ରଥମେ ଦିଲ୍ଲୀରେ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିଥିଲେ ।
ସେହିପରି ଶଙ୍କର ଗୌଡା ପେଶାରେ ଥିଲେ ଓକିଲ ।
ବେଙ୍ଗାଲୁରୁରୁ ଆସିଥିବା ଏହି ଶ୍ରଦ୍ଧାଳୁମାନେ ଗୁରୁବାର ଦିନ ସକାଳେ ବଦ୍ରିନାଥରେ ପହଞ୍ଚିଥିଲେ ।
ବଦ୍ରିନାଥଙ୍କ ଦର୍ଶନ ସାରି ଭାରତର ଶେଷ ଗାଁ 'ମାନା' ଗ୍ରାମ ବୁଲିବାକୁ ଯାଇଥିଲେ ।
ଶୁକ୍ରବାର ସକାଳେ ସେମାନେ ଫେରିଯିବାର ଥିଲା ।
ହେଲେ ଖରାପ ପାଗ ଯୋଗୁଁ ବିଳମ୍ବ ହୋଇଥିଲା ଉଡାଣ।
Advertisment ଅପରାହ୍ନ ୧ଟା ୧୪ରେ ସେମାନେ ବଦ୍ରିନାଥରୁ ଡେରାଡୁନକୁ ବାହାରିଥିଲେ ।
କିନ୍ତୁ ଉଡାଣ ଭରିବାର ୧୫ ମିନିଟ୍ ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।
ଆଉ ଯୋଶୀମଠ ପାଖରେ କ୍ରାସ୍ ହୋଇଯାଇଥିଲା ହେଲିକପ୍ଟର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।