Dhanteras Gold Rush: ଧନତେରସରେ ଧନ ବୃଦ୍ଧି ବିଶ୍ବାସ, ଉଚ୍ଚା ଦର ସତ୍ତ୍ବେ ବୋହିନେଲେ କେଜି କେଜି ସୁନା
ଦର ବୃଦ୍ଧିକୁ ଖାତିର ନାହିଁ।
କି ମେକିଂ ଚାର୍ଜକୁ ପରୱା ନାହିଁ।
ଧନତେରସରେ ସୁନା ଘରକୁ ଆସିବ ମାନେ ଆସିବ।
ଆଜି ପବିତ୍ର ଧନତେରସ୍ ଉପଲକ୍ଷେ ଘରେ ଧନ ବୃଦ୍ଧି ଆଶା ଓ ବିଶ୍ବାସ ନେଇ ଲୋକେ କିଣିଛନ୍ତି ସୁନା।
ଏଥିପାଇଁ ଭୁବନେଶ୍ବରରୁ କଟକ, ବ୍ରହ୍ମପୁରରୁ ରାଉରକେଲା ସବୁଠି, ଜୁଏଲାରୀ ଦୋକାନରେ ଥିଲା ଏମିତି ଖଚାଖଚ ଭିଡ଼।
କିଏ ନିଜ ପାଇଁ କିଣୁଥିଲା ତ ଆଉ କିଏ ନିଜ ପ୍ରୀୟ ଜନଙ୍କ ପାଇଁ।
କାହାର ରାଣୀ ହାରରେ ମନ ମାନୁଥିଲା ତ ଆଉ ପଡୁଥିଲା ମୁଦି ପ୍ରେମରେ।
କିଏ କାନ ଫୁଲ କିଣି କାମ ଚଳାଇ ନେଉଥିଲା ତ ଆଉ କିଏ ଚେନ୍ କିମ୍ବା ଚୁଡ଼ି କିଣି ଇଛା ପୂରଣ କରୁଥିଲେ।
ରେଟ୍ ଯେତେ ହେଉପଛେ, ଆଜି ଦିନରେ ସୁନା କିଣିବାରେ ଖୁସି ଅଲଗା ଥିବାରୁ ଲୋକେ ଗହଳି ଭିତରେ ବି କିଣିବାକୁ ପସନ୍ଦ କରୁଥିଲେ।...ଆଉ ଏପଟେ ଗ୍ରାହକଙ୍କୁ ଦୋକାନକୁ ଟାଣିବାକୁ ସବୁ ଜୁଏଲାରୀ ସପ୍ ପକ୍ଷରୁ ଦିଆଯାଉଥିଲା ଭଳକି ଭଳି ଅଫର ସାଙ୍ଗକୁ ଭିନ୍ନ ଭିନ୍ନ ଉପହାର।
Advertisment ଏପଟେ ଧନତେରସରେ ସୁନା, ରୂପା ଗହଣା କିଣିବାକୁ ଇଛା ଥିଲେ ବି ପାଖରେ ଧନ ନଥିବା ଲୋକେ ଅନ୍ୟ ଉପାୟରେ ଘରକୁ ଲକ୍ଷ୍ମୀଙ୍କୁ ଆମନ୍ତ୍ରଣ କରିବାର ବିକଳ୍ପ ବାଛିଥିଲେ।
ଇଏ ରାଉରକେଲା ସହରର ଦୃଶ୍ୟ।
ଧନତେରସରେ ଧନ ବୃଦ୍ଧି ଲାଗି ବାସନକୁସନ ଓ ଝାଡୁ କିଣିବାର ପରମ୍ପରା ଥିବାରୁ ରାଉରକେଲା ଟ୍ରାଫିକ୍ ଛକରେ ବେସ୍ ଜମିଥିଲା ଝାଡୁ ବ୍ୟବସାୟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।