Daily Horoscope 8th November 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Nov 08, 2026 - 08:09
Daily Horoscope 8th November 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ- ଅଶ୍ୱନୀ- ପ୍ରେମିକ ପ୍ରେମିକାମାନେ ବିଶ୍ୱାସ ଭାଜନ ହେବେ।

ଉତ୍ପାଦନ ସହିତ ଜଡିତ ବ୍ୟବସାୟ ବୃଦ୍ଧି ପାଇବା ସହ କୈାଣସି ସଂସ୍ଥାରୁ ସମ୍ମାନ ପାଇବାର ସମ୍ଭାବନା ଅଛି ।

ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ।

ଦ୍ୱିଜା- ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ।

ରାଜନୀତିରେ ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ ।

ସରକାରି ସହୟତା ପାଇବେ ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ ।

କୃତିକା- ମାଲିମକବ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।

ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ ।

ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – ସୂର୍ଯ୍ୟଦେବଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ Advertisment ବୃଷ- କୃତିକା- ବ୍ୟବସାୟ ସମ୍ବନ୍ଧରେ ବଡ ଚୁକ୍ତି ହୋଇପାରେ ।

ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ହେବ ।ବନ୍ଧୁମାନଙ୍କ ପରିସର ବୃଦ୍ଧି ପାଇବ ।

ବୃଦ୍ଧି ବିଦ୍ୟାର ଉତ୍ତମ ଉପଯୋଗ କରି କାର‌୍ୟ୍ୟରେ ସଫଳତା ପାଇବେ ।

ରୋହିଣୀ- ରାଜନୀତିରେ ବିରେଧୀ ଦଳ ବଢିବେ ।

ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ ।

ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଭଲ ରହିବ ।

ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ ।

ମୃଗଶିରା- ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ ।

ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ କିଛି ବ୍ୟୟ ହେବ ।

ଯାନ ବାହନରେ ଚଳାଚଳରେ ସତର୍କ ରୁହନ୍ତୁ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର- ଶ୍ରୀ ଗୌରି ଗଣେଶଙ୍କୁ ପୂଜା କରିଲେ ଆପଣଙ୍କର କାମ ସଫଳ ହେବ ।

ମିଥୁନ- ମୃଗଶିରା- ପାରିବାରିକ ଜୀବନରେ ସେବା ମିଳିବ ।

ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ ।

ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ ।

ଆଦ୍ରା- ରାଜନୀତିରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ ।

ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ ।

ଚାକିରି କ୍ଷେତ୍ରରେ ଆଶା ଅଭିଳାଷା ପୂରଣ ହୋଇପାରେ ।

ପୁନର୍ବସୁ- କୋର୍ଟ କଚେରୀ ମାମଲାରେ ଖର୍ଚ୍ଚାନ୍ତ ହୋଇ ପାରନ୍ତି ।

ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍ ।

ଘରେ କୈାଣସି ଧାର୍ମିକ କାର୍ଯ୍ୟର ରୂପରେଖ ତିଆରି କରି ପାରନ୍ତି।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ Advertisment କର୍କଟ- ପୁନର୍ବସୁ- ଶରୀରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ ।

ଆପଣ ନିଜ କଥାରେ ଅନ୍ୟମାନଙ୍କ ମନ ମୋହିବେ ।

ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ କଥା ହେବାକୁ ପଡିବ ।

ପୁଷ୍ୟା- କାର୍ଯ୍ୟ ବିଷୟରେ ପରାମର୍ଶ ଦେବା ଫଳରେ ପ୍ରଂଶସିତ ହେବେ ।

ନ୍ୟାୟମାର୍ଗ ଓ ମିଠା ବଚନକୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ୍ ହେବେ ।

ଶତୃମାନେ ମିତ୍ରପରି ବ୍ୟବହାର କରିବେ ।

ଭାଷଣ ବାଜିରେ କ୍ରୋଧକୁ ଆୟତ କରିବା ଉଚିତ୍।

ଅଶ୍ଲେଷା- ପରିଚିତ ଲୋକଙ୍କଠାରୁ ଅଧିକ ଲାଭ ମିଳିବ ।

କୈାଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ ।

ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨ ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ସିଂହ- ମଘା- ବାଣିଜ୍ୟ-ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ ।

ପରିସ୍ଥିତିରେ ପଡି ଅନ୍ୟମାନଙ୍କୁ ଭୁଲ୍‌ ବୁଝିବେ।

କୈାଣସି ଅସୁବିଧା ନଥିଲେ ମଧ୍ୟ ଅଯଥାରେ ଏଣୁ ତେଣୁ ଗୁଡାଏ ଚିନ୍ତାକରି ବିବ୍ରତ ହୁଅନ୍ତୁ ନାହିଁ ।

ପୂ,ଫାଲଗୁନି- ରାଜନୀତିରେ ରହି ଲୋକଙ୍କୁ ସହଯୋଗର ମନୋବୃତ୍ତି ପୋଷଣ କରିବେ ।

ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା କରିବା ପାଇଁ ସୁଯୋଗ ଆସିପାରେ ।

କର୍ମ କ୍ଷେତ୍ରରେ ସବୁ କାର୍ଯ୍ୟ ସୁରୁଖୁରୁରେ ହେଇଯିବ ।

ଉ,ଫାଲଗୁନି- ମାଲିମକଦ୍ଦମାରେ ଜୟଯୁକ୍ତ ହେବେ ।

ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବ ଓ କାର୍ଯ୍ୟ ଅବସ୍ଥା ଅନୁକୂଳ ହେବ ।

ରାଜନେତାଙ୍କ ସାହାଯ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ।

ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ କନ୍ୟା- ଉ,ଫଳଗୁନି- ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ ।

କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର‌୍ୟ୍ୟ ହାସଲ କରିନେବେ ।

ଦାମ୍ପତ୍ୟ ଜୀବନରେ ସମାନ୍ୟ ତିକ୍ତତା ଦେଖାଦେଇପାରେ ।

ହସ୍ତା- ବ୍ୟବସାୟରେ ନୂଆ କୈାଶଳ ପ୍ରୟୋଗ କରିବେ ।

ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି ।

ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦ ମର୍ଯ୍ୟଦା ଲାଭ କରିବେ ।

ଚିତ୍ରା- ଗୃହିଣୀଙ୍କ ପାଇଁ ମିଶ୍ରିତ ଫଳ ରହିବ ।

ଗୁରୁଜନଙ୍କ ସହ ଆଲୋଚନା କରି ନୂତନ କାର‌୍ୟ୍ୟ ଆରମ୍ଭ କରି ପାରିବେ ।

ମନର ନକାରାତ୍ମକତା ଦୂର ହୋଇ ଉଚ୍ଚଶିକ୍ଷାରେ ସଫଳତା ପାଇବେ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର - ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ତୁଳା- ଚିତ୍ରା- ବ୍ୟବସାୟରେ ଦୂର ଯାତ୍ରା କରିବାର ସୁଯୋଗ ରହିଛି ।

ପରିବାରରେ ସମସ୍ତଙ୍କୁ ସାହାଯ୍ୟ କରିବାରେ ସଫଳ ହେବେ ।

ସମ୍ପର୍କୀୟଙ୍କୁ ମିଥ୍ୟା ପ୍ରତିସୃତି ଦେଇ ସମାଲୋଚିତ ହୋଇପାରନ୍ତି ।

ସ୍ୱାତୀ- ଚାକିରି କ୍ଷେତ୍ରରେ ପ୍ରଶଂସିତ ହେବେ ।

ରାଜନୀତିରେ ନିଜର ଯୋଗ୍ୟତା ଅନୁସାରେ ପଦବୀ ମିଳିପାରେ ।

ବିଦେଶ ଆଗମନର ସୁଯୋଗ ଆସିବ ।

ବିଶାଖା- ବିବାଦୀୟ ଘଟଣା ଟିକେ ଜଟିଳ ଆଡକୁ ଗତି କରିବ ।

ମନ ଭୁଲାଣିୟା କଥା କହି ସହକର୍ମୀଙ୍କ ଦ୍ୱାରା କାମଟି କରାଇ ନେବେ ।

ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ମିଠା ଦହି ଖାଇ ଘରୁ ବାହାରନ୍ତୁ ବିଛା- ବିଶାଖା- ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ହେବ ।

ବାଣିଜ୍ୟରେ ଆତ୍ମବୃଦ୍ଧି ଓ ସଞ୍ଜୟ ହେବ ।

ବିନା ସ୍ୱାର୍ଥରେ ଅନ୍ୟର ସହୟତା କରି ଖୁସି ଅନୁଭବ କରିବେ।

ଅନୁରାଧା- ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଜନଙ୍କ ପାଖରେ ଆଦୃତ ହେବେ ।

କର୍ମକ୍ଷେତ୍ରରେ ଆପଣଙ୍କର ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ ।

ଜ୍ୟେଷ୍ଠା- ଆକସ୍ମିକ ଧନ ଲାଭ ହୋଇପାରେ ।

କିଛି ଯାନ୍ତ୍ରିକ ଜିନିଷ ଉପକରଣ କ୍ରୟ କରିପାରନ୍ତି ।

ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ ଧନୁ- ମୂଳା- ଜୀବନରେ ଲାଭର ଅବସର ପାଇବେ ।

କଳା କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ ।

ପ୍ରେମ ସଂମ୍ପର୍କରେ ତିକ୍ତତା ଦେଖାଦେବ ।

କିଣାବିକା ବ୍ୟବସାୟ ଲାଗି ଦିନଟି ଭଲ ରହିବ ।

ପୂ,ଷାଢା- ଅନ୍ୟମାନେ ଆପଣଙ୍କର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିବେ ।

ଅଫିସ୍‌ରେ ଭାବିଥିବା କାମ ନିର୍ଦ୍ଧିରିତ ସମୟରେ ସମ୍ପୂର୍ଣ୍ଣ କରିବେ ।

ରାଜନିତିରେ ଅଧିକାରୀଙ୍କ ପ୍ରତି ଆପଣଙ୍କ ବ୍ୟବହାର କୋମଳ ରଖନ୍ତୁ ।

ଉ,ଷାଢା- ଆଜିର ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ।

ବାଧ୍ୟତାବଶତଃ ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ ।

ମହିଳାମାନେ ମଧୁର ସଂପର୍କ ଗଢିବେ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ ମକର- ଉ,ଷାଢା- ଦୂରେଇ ଚାଲି ଯାଇଥିବା ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଚେଷ୍ଟା କରିବେ ।

ନୂଆ ବେପାର ଆରମ୍ଭ କରିବା ପାଇଁ ଭାବିବେ ।

ପିଲାମାନଙ୍କୁ ନେଇ ଗର୍ବିତ ଅନୁଭବ କରିବେ ।

ଶ୍ରବଣା- ପତୀ ପତ୍ନୀଙ୍କ ମଧ୍ୟରେ ଭଲ ବୁଝାବଣା ହେବା ସହିତ ଦାମ୍ପତ୍ୟ ଜୀବନରେ ସୁଖ ଆସିବ ।

ଛାତ୍ରଛତ୍ରୀମାନେ ଅଧିକ ସମୟ ଖେଳରେ କଟାଇବେ ।

ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ ।

ଧନିଷ୍ଠା- ବହୁ ଦିନରୁ ସମାଧାନ ହୋଇ ନପାରୁଥିବା ସମସ୍ୟା ସମାଧାନ ହୋଇ ଯିବ ।

ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ସୂର୍ଯ୍ୟଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ କୁମ୍ଭ- ଧନିଷ୍ଠା- କଠିନ ପରିଶ୍ରମ କରିବା ଦ୍ୱାରା ଯଶ ମାନ ସମ୍ମାନ ମିଳିବ ।

ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ ।

ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଠିତ ହେବେ ।

ଶତଭିଷା- ଅଫିସ୍ କାମରେ ବ୍ୟସ୍ତ ରହିବେ ।

ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ ।

ରାଜନୀତିରେ କିଛି ବିଶେଃଷ କଥା ଆଲୋଚନା କରିବେ ।

ପୂ,ଭାଦ୍ରପଦ- ସାମ୍ବାଦିକମାନେ କୈାଣସି ଶୁଭ ସମାଚାର ଶୁଣିବାକୁ ପାଇବେ ।

ସମାଜ ସେବା କାର୍ଯ୍ୟରେ ଯୋଗ ଦେବେ ।

ଶତୃମାନେ ପରାଜିତ ହେବେ ଏବଂ ସରକାରୀ ସହୟତା ପାଇବେ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ସାତଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ ମୀନ- ପୂ,ଭାଦ୍ରପଦ- ପ୍ରେମିକା, ପ୍ରେମିକ ଦର୍ଶନୀୟ ସ୍ଥାନକୁ ବୁଲି ଯିବେ ।

ଅଫିସ୍‌ରେ ଆପଣଙ୍କର କାମରେ ଖୁସି ହୋଇ ସହକର୍ମୀ ଆପଣଙ୍କୁ ପ୍ରଶଂସା କରିବେ ।

ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ ।

ମାନସିକ ସ୍ତରରେ ଉନ୍ନତି ଆସିବ।

ଉ,ଭାଦ୍ରପଦ- ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ ।

ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି ହୋଇପାରନ୍ତି ।

କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ।

ରେବତୀ- ମହିଳାମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ ।

ପରିବାରରେ ଅଯଥା ଝଗଡା ବଢିଯିବା ଫଳରେ ନିଜେ ଲଜ୍ଜିତ ହେବ ।

କ୍ୟାରୀୟରରେ ସକାରାତ୍ମକ ପ୍ରଭାବ ପଡିବ ।

କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ପରିଧାନ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।