Daily Horoscope 8th October 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Oct 08, 2026 - 08:04
Daily Horoscope 8th October 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-
ଅଶ୍ୱନୀ- ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । କର୍ମ କ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ବକେୟା ଅର୍ଥ ଆଦାୟ ହେବ । 
ଦ୍ୱିଜା-ନୂତନ ଅଫିସ୍ କାମରେ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି। ଶିଳ୍ପ, ଆଇନ ଅଦାଲତ କ୍ଷେତ୍ରରେ ସୁଫଳ ପାଇବେ। ବିଭିନ୍ନ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ। 
କୃତିକା- ଦୂରଯାତ୍ରା କାଳରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ପ୍ରଶାସନିକ ସ୍ତରରେ, ସଭାସମିତିରେ, ବ୍ୟବସାୟରେ ମନମନାନ୍ତର ଦେଖା ଦେଇପାରେ। ଅଟକି ରହିଥିବା କାମ ଆରମ୍ଭ କରିବାକୁ ମନ ବଳାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ଦେବୀ ବଗଳାମୁଖିଙ୍କ ମନ୍ତ୍ର ପାଠ କରନ୍ତୁ

ବୃଷ-
କୃତିକା- ପୂର୍ବ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ । ଆପଣଙ୍କର ଧ୍ୟାନ ଆଧ୍ୟାତ୍ମ୍ୟ ଦିଗକୁ ଅଧିକ ରହିବ । ଜୀବନ ସାଥୀଙ୍କ ସହଯୋଗ ଆପଣଙ୍କ ଅଶାନ୍ତି ଦୂର କରିଦେବ ।
ରୋହିଣୀ- କର୍ତୁପକ୍ଷ ଆପଣଙ୍କୁ କୌଣସି  ଦାୟିତ୍ୱ ଦେବେ । ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ। ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ । ଆପଣ କୈାଣସି ବିଷୟରେ ବଡ ନିଷ୍ପତି ନେଇପାରନ୍ତି ।
ମୃଗଶିରା- ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ । ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ । ସମ୍ପତି କିଣିବାର ଯୋଗ ରହିଛି । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ 

ମିଥୁନ-
ମୃଗଶିରା- ପରିବାରରେ ଅଶାନ୍ତ ଦୂର ହେବ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର‌୍ୟ୍ୟ ହେବେ। ବାଣିଜ୍ୟ, ବ୍ୟବସାୟ ତଥା ବିବାଦୀୟ ଘଟଣାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିରେ ପଡ଼ି ଅଣନିଃଶ୍ୱାସୀ ହୋଇପାରନ୍ତି। 
ଆଦ୍ରା-ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ। ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ଜଣେ ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।
ପୁନର୍ବସୁ- ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସମ୍ମାନ ଜନକ ଘଟଣା ଘଟିବ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଗଣେଷଙ୍କୁ ଦ୍ୱବ ଦାନ କରନ୍ତୁ

କର୍କଟ-
ପୁନର୍ବସୁ- ନିଜ ମନରେ ନୂଆ ନୂଆ ବିଚାର ଆସିପାରେ । ବିବାହ ଆଦି ଶୁଭ କର୍ମରେ ଯୋଗ ଦେଇ ପାରନ୍ତି । କର୍ମ କ୍ଷେତ୍ରରେ ବହୁ ବାଧା ସହି ସଫଳତା ହାସଲ କରିବେ । 
ପୁଷ୍ୟା- ବ୍ୟବସାୟରେ ବିଦେଶକୁ ଯାଇ ଲାଭ ପାଇବେ । ସକରାତ୍ମକ ଭାବନା ଆଗକୁ ବଢିବାରେ ସହାୟକ ହେବ । ଶାସନରେ ଥିବା ଲୋକଙ୍କ ସହ ସଂପର୍କ ହେବ ।
ଅଶ୍ଲେଷା- ଆବଶ୍ୟକିୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିବାକୁ ପଡିପାରେ ।  ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ । କ୍ରୀଡା,ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ

ସିଂହ-

ମଘା- ପାରିବାରିକ ଜୀବନରେ ସୁଖ ଶାନ୍ତି ଲାଭ କରିବେ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ଣ୍ଣ ରହିବ । କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ।
ପୂ,ଫାଲଗୁନି- ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ।  ସାମ୍ବାଦିକତା, କଳ କାରଖାନା ରାଜନୀତି, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ର ପାଇଁ ଦିନଟି ଭଲ।
ଉ,ଫାଲଗୁନି- କୋର୍ଟକଚେରି କାମ ଅନୁକୂଳ ରହିବ । ଆପଣଙ୍କ ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଅବଶ୍ୟ ରାଜନୈତିକ ସ୍ତରରେ, ପ୍ରଶାସନିକ କ୍ଷେତ୍ର ପାଇଁ, ସଂଗଠନ ସକାଶେ ଦିନଟି ବହୁତ ଭଲ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

କନ୍ୟା-
ଉ,ଫଳଗୁନି- ପାରିବାରି ଜୀବନ ହସ, ଖୁସିରେ କଟିବ । ରାସ୍ତାରେ ଯିବା ସମୟରେ ପକେଟ ମାର ପ୍ରତି ସାବଧାନ ରୁହନ୍ତୁ । ଚାକିରିରେ ସହକର୍ମୀ ମାନେ ଈର୍ଷା କରିପାରନ୍ତି । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିବ । 
ହସ୍ତା- ପାରିବାରିକ ଜୀବନରେ ପତ୍ନୀ ପିଡା ସହ ସନ୍ତାନ ଲାଭର ଯୋଗ ରହିଛି । ଲେଖାପଢାରେ ସାଥିଙ୍କ ସାହାଯ୍ୟ ସହଯୋଗ ମିଳିବ ।
ଚିତ୍ରା- ମହିଳାମାନେ ଆନନ୍ଦରେ  ସମୟ ଅତିବାହିତ କରିବେ । ଲୋକେ ଆପଣଙ୍କ ବ୍ୟକ୍ତିତ୍ୱକୁ ପ୍ରେରଣା ଦେବେ । ଅସ୍ଥିର ମନ ଯୋଗୁ କୌଣସି କାମ ଠିକ୍ ଭାବେ କରିପାରିବେ ନାହିଁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା-
ଚିତ୍ରା- ପାରିବାରିକ ପରିସ୍ଥିତି ଠିକ୍ ରହିବ । ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଦୂରେଇ ଯିବ । କର୍ମ କ୍ଷେତ୍ରରେ ଉଦ୍ୟମ ଓ ଚେଷ୍ଟାଦ୍ୱାରା ସାଫଲ୍ୟ ହେବେ । 
ସ୍ୱାତୀ- ସ୍ୱାସ୍ଥ୍ୟ ଭଲ ରହିବ ଯାହା ଫଳରେ ମନ ପ୍ରସନ୍ନ ରହିବ । ରାଜନୈତିକ ବିରୋଧୀ ମାନେ କୌଣସି କ୍ଷତି କରିପାରିବେ ନାହିଁ । କର୍ମ କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ।
ବିଶାଖା-ଯାନ ବାହନରେ ସତର୍କତା ଅବଲମ୍ବନ ନ କଲେ ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ ପ୍ରତି ରୁଚି ବୃଦ୍ଧି ହେବ । ବାଦ ବିବାଦ ଠାରୁ ଦୂରେଇ ରହିବା ଭଲ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଦାନ କରନ୍ତୁ

ବିଛା-
ବିଶାଖା- ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ମନକୁ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ବିବାଦୀୟ ଚିନ୍ତାଧାରା ପାଇଁ ବ୍ୟସ୍ତବିବ୍ରତ ହୋଇପାରନ୍ତି । ଅନ୍ୟମାନେ ଫାଇଦା ହାସଲ ପାଇଁ ସମ୍ମୁଖରେ ପ୍ରଲୋଭନଯୁକ୍ତ କଥା କହି ପାରନ୍ତି ।
ଅନୁରାଧା- ଆଲୋଚନାର ଶେଷ ପର୍ଯ୍ୟାୟରେ ସହକର୍ମୀଙ୍କ ସହ ମନୋମାଳିନ୍ୟ ଯୋଗୁ ଉଦାସ ରହିବେ। ନିଜ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ।
ଜ୍ୟେଷ୍ଠା- ସଭାସମିତିରେ ଆଲୋଚନା କାଳରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହିବା ଭଲ ହେବ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।    
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର – ମନ୍ଦାର ଫୁଲକୁ ସୂର‌୍ୟ୍ୟ ଦେବତାଙ୍କୁ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ-
ମୂଳା- ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ଯେକୌଣସି ନୂତନ କାର୍ଯ୍ୟ କରିବେ ତାହା ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ ଓ ଲାଭଦାୟକ ହେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ସୁଚାରୁ ରୂପେ କରିପାରିବେ ।
ପୂ,ଷାଢା- ଆର୍ଥିକ  ସଙ୍କଟ ଦୂରେଇ ଯିବ । କର୍ମ କ୍ଷେତ୍ରରେ ଅଧିକାରୀ ପ୍ରସନ୍ନ ରହିବେ । ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବା ସହ ନିଃସଙ୍ଗତା ବୋଧର ପୀଡା ଦୂରେଇ ଯିବ ।  
ଉ,ଷାଢା- କୋର୍ଟ କଚେରୀ ମାମଲା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ବରିଷ୍ଠ ବ୍ୟକ୍ତି ଓ ଗୁରୁଜନମାନଙ୍କ ଠାରୁ ପ୍ରଶଂସା ପାଇବେ । ତୀର୍ଥ ସ୍ଥାନ ଯାତ୍ରା କରିବାର ସୁଯୋଗ ମିଳିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର- ପାଣିରେ ହଳଦୀ ଟିକେ ମିଶାଇ ଗାଧାନ୍ତୁ ।  

ମକର-
ଉ,ଷାଢା- ବୟସ୍କ ବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ ପାଇଁ ଖର୍ଚ୍ଚାନ୍ତ ହେବେ । ବାଣିଜ୍ୟ ଓ ବ୍ୟବସାୟ, ପରିବହନ ତଥା ଲେଖାପଢ଼ା କ୍ଷେତ୍ରରେ ଶୁଭଫଳ ପାଇବେ ।
ଶ୍ରବଣା- ସରକାରୀ ସ୍ତରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। 
ଧନିଷ୍ଠା- ଭଲ ସମ୍ପର୍କ ଥିବା ବନ୍ଧୁ ନିଜ ସୁବିଧା ହାସଲକୁ ନେଇ ଅସୁବିଧାରେ ପକାଇପାରନ୍ତି। ଋଣ ପରିଶୋଧ କିମ୍ବା ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି ନେବାରେ କୌଣସି ଅସୁବିଧା ହେବ ନାହିଁ । ଦୂର ସ୍ଥାନରେ ଥିବା ଜମି କ୍ରୟ କରିପାନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ 

କୁମ୍ଭ-
ଧନିଷ୍ଠା- ପାରିବାରିକ ସୁଖ ସମୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ରରେ ଆଶା ଅନୁଯାୟୀ ସୁଫଳ ପ୍ରଦାନ କରିବ । ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ୱଭାବ ଯୋଗୁ ବିଚଳିତ ହୋଇପାରନ୍ତି। ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବଢ଼ିବ।
ଶତଭିଷା- ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନ ମାନଙ୍କରେ ଭ୍ରମଣ କରି ଆନନ୍ଦ ଅନୁଭବ କରିବେ । ରାଜନୈତିକ କ୍ଷେତ୍ରରେ ଶତୃମାନେ ମିତ୍ରତାର ହାତ ବଢେଇବେ ।
ପୂ,ଭାଦ୍ରପଦ- ଯାତ୍ରା ସମୟରେ ଅପରିଚିତଙ୍କ ସହ କଳହ ଲାଗିଯିବାର ସମ୍ଭାବନା ରହିଛି। ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା  ସହ ପୂଜାପାଠ କରନ୍ତୁ

ମୀନ-
ପୂ,ଭାଦ୍ରପଦ- ପିଲାଙ୍କ ସଫଳତାକୁ ନେଇ ଖୁସି ହେବେ। ପାରିବାରିକ କ୍ଷେତ୍ରର ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ।  ଉଚ୍ଚବର୍ଗଙ୍କଠାରୁ ପରୋକ୍ଷରେ ସମାଲୋଚିତ ହେବେ
ଉ,ଭାଦ୍ରପଦ- କୌଣସି କ୍ଷେତ୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ। ଦୂରଯାତ୍ରାରେ ଭ୍ରମଣ ହେତୁ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। 
ରେବତୀ- ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍ ସମୟରେ ଆସିବେ ଓ କାର୍ଯ୍ୟରେ ଯୋଗଦେବେ । ଛୋଟବଡ଼ ସମସ୍ୟାକୁ ଛାଡ଼ିଦେଲେ ଦିନଟି ଭଲରେ କଟିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।