Monsoon Withdrawal Begins in Odisha; Thunderstorms and Heavy Winds Trigger Alert in 13 Districts
#ଫେରୁଛି_ମୌସୁମୀ #ଡରାଉଛି_ଝଡ଼ବର୍ଷା
ଫେରୁଛି ମୌସୁମୀ, ଡରାଉଛି ଝଡ଼ବର୍ଷା । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ବେଳେ ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ଆଜି ଉତ୍ତର, ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ୧୩ ଜିଲ୍ଲାରେ ଝଡ଼ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି । ଏସବୁ ଜିଲ୍ଲାର କିଛି କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ତେବେ ଆସନ୍ତାକାଲି ପାଇଁ କୌଣସି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇନି । ଅନ୍ୟପଟେ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ଗତକାଲି ବରଗଡ଼ର ଅଧିକାଂଶ ଅଞ୍ଚଳରୁ ବିଦାୟ ନେଇଛି ମୌସୁମୀ ବାୟୁ। ଏଥିସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାର କିଛି ଅଞ୍ଚଳରୁ ବି ପ୍ରତ୍ୟାବର୍ତ୍ତନ କରିଛି। ଆସନ୍ତା ଦୁଇରୁ ୩ ଦିନ ମଧ୍ୟରେ ପୂର୍ବ ଭାରତର ଆଉ କିଛି ଅଞ୍ଚଳରୁ ବି ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେଉଛି।
#OdishaWeather#MonsoonWithdrawal#WeatherAlert#YellowAlert#Thunderstorm#LightningAlert#OdishaRain#WeatherUpdate#SouthwestMonsoon#Bargarh#OdishaNews#OdishaTV
As the southwest monsoon begins withdrawing from Odisha, the Meteorological Centre has warned of thunderstorms, lightning and rain across several parts of the state. A yellow warning has been issued for 13 districts, including areas in northern, coastal and southern Odisha. Some places in these districts may experience thunderstorms accompanied by lightning, rainfall and gusty winds reaching speeds of 30–40 kmph. No district-level alert has been issued for tomorrow. Meanwhile, the southwest monsoon has started withdrawing from Odisha, with most parts of Bargarh district witnessing its departure yesterday. The monsoon has also withdrawn from some areas of Sundargarh, Jharsuguda, Balangir, Nuapada and Nabarangpur districts. Weather conditions are becoming favourable for the monsoon to withdraw from more parts of eastern India over the next two to three days. Residents are advised to remain cautious during thunderstorms and lightning.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।