Daily Horoscope 9th Sept 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Sep 09, 2026 - 09:33
Daily Horoscope 9th Sept 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-    
ଅଶ୍ୱନୀ- ସାଂସାରିକ ସ୍ୱାଧୀନତା ରହିବ । ବାହାରକୁ ବୁଲି ଯିବାର  ଯୋଜନା କରିପାରନ୍ତି । ବାଣିଜ୍ୟରେ ମନ୍ଥରତା ରହିବ । ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଅସୁବିଧାରେ ପଡି ବିରକ୍ତି ଭାବ ପ୍ରକାଶ କରିବେ । ଅଫିସରେ ଲାଗିରହିଥିବା ଅଶାନ୍ତିର ସମାପ୍ତି ହେବ ।
ଦ୍ୱିଜା- ଶିକ୍ଷାର୍ଥୀମାନେ ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ରରେ ଅହେତୁକ ବିଳମ୍ବ ଘଟିବ, ଶତ୍ରୁମାନଙ୍କ ଉପଦ୍ରବ ବୃଦ୍ଧି ପାଇବ । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ । 
କୃତିକା- ଧାର ଦେଇଥିବା ପଇସା ଫେରସ୍ତ ପାଇବେ । ପରିବାରରେ ନୂଆ ଦାୟିତ୍ୱ ଗ୍ରହଣ କରିବେ । ବୁଝି ବିଚାରି ସମସ୍ୟାର ସମାଧାନ କରିବେ । ସମାଜସେବାରେ ମନ ବଳାଇବେ । ଜମି, ଦଲାଲ୍‌ଙ୍କୁ ଯଥେଷ୍ଟ ଲାଭ  ମିଳିବ ।  
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ

ବୃଷ-
କୃତିକା- ଜୀବନ ଶୈଳୀରେ ସାବଧାନତା ଅବଲମ୍ବନ କଲେ ସବୁ ପୁରୁଣା ରୋଗରୁ ମୁକ୍ତି ମିଳିବ ।  ପରିବାରରେ ହସଖୁସିର ବାତାବରଣ ଖେଳିଯିବ । ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ ।   
ରୋହିଣୀ- ସଭାସମିତିରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । କର୍ମ କ୍ଷେତ୍ରରେ ନିଜର ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ପିଲାମାନେ ପାଠପଢା ପ୍ରତି ବିମୁଖ ହେବେ ।
ମୃଗଶିରା- ଜମିଜମା ବିବାଦରେ ବିଜୟୀ ହେବେ । ନାରୀମାନେ କୈାଣସି କ୍ଷେତ୍ରରେ ସମ୍ମାନିତ ହୋଇ ପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମାଆ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ- 
ମୃଗଶିରା- କୈାଣସି ଖବର ପାଇ ମୁଣ୍ଡବ୍ୟଥା ହୋଇପାରେ । ବ୍ୟବସାୟରେ ଉତ୍ତରୋତ୍ତର ଉନ୍ନତି ରହିବ । ପ୍ରେମ ସଂପର୍କ ମଜବୁତ୍ ରହିବ । ଆପଣଙ୍କ ସକାରାତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ ।
ଆଦ୍ରା- ନୂଆ ବାହନ କିଣିବାର ଆଶା ପୂରଣ ହୋଇପାରେ । ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । ତୁମର ଦକ୍ଷତାକୁ ପୂର୍ଣ୍ଣ ଭାବରେ ବ୍ୟବହାର କରିବେ । ଆତ୍ମ ବିଶ୍ୱାସ ଓ ଆଶାକୁ ନେଇ ଆଗକୁ ବଢିବେ ।
ପୁନର୍ବସୁ- ଛାତ୍ରଛାତ୍ରୀମାନେ ସ୍ୱାଭିମାନୀ ହେବେ ।  ଅବହେଳା କରିଥିବା କାର୍ଯ୍ୟ ପାଇଁ ଅନୁତାପ କରିବେ । ସତ୍ କର୍ମରେ ବ୍ରତୀ ହୋଇ ପାରନ୍ତି । ଖେଳ କୁଦରେ ଖୁସି ରହିବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ଦତ୍ତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ 

କର୍କଟ-
ପୁନର୍ବସୁ- ପ୍ରତ୍ୟେକ କାମକୁ ଦକ୍ଷତାର ସହ ସମ୍ପାଦନ କରିବାରେ ପ୍ରେରଣା ଯୋଗାଇବ। ଅନ୍ୟମାନଙ୍କ କାର‌୍ୟ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମକୁ ଚଳାଇ ନେବେ।
ପୁଷ୍ୟା- ଚାକିରୀରେ ବ୍ୟତିକ୍ରମ ଦେଖାଦେଇ ପାରେ । ରାଜନୀତିରେ ପଦମର୍ଯ୍ୟାଦା ମିଳିବ । ଛାତ୍ରଛାତ୍ରୀମାନେ ପାଠ ପଢା କ୍ଷେତ୍ରରେ ପଛୁଆ ରହିପାରନ୍ତି ।
ଅଶ୍ଲେଷା-ନିର୍ବାଚନ କ୍ଷେତ୍ରରେ ଶତ୍ରୁମାନଙ୍କୁ ମୁକାବିଲା କରି ପାରିବେ ।  ସମ୍ପତ୍ତି ବଢାଇବାର ଯୋଜନା ସଫଳ ହେବ । ମହିଳାମାନେ ଅଳ୍ପ ପ୍ରୟାସରେ  କାମ ପୂର୍ଣ୍ଣ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ସିଂହ-
ମଘା- ଆତ୍ମବଳ ବୃଦ୍ଧି ପାଇବା ସହିତ ପରିବାରରେ ସୁଖ-ଶାନ୍ତି  ପ୍ରାପ୍ତ ହେବ ।  ପ୍ରେମିକ, ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ । ପରିସ୍ଥିତି ଜଟିଳତା ମଧ୍ୟରେ ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତି ହୋଇପାରେ ।
ପୂ,ଫାଲଗୁନି- ବେପାର ବୃତ୍ତିରେ ସଫଳତା ହାସଲ କରିବେ । କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ । ରାଜନୀତିରେ କୈାଣସି ପଦ ବ୍ୟକ୍ତିଙ୍କ ସାନିଧ୍ୟ ପାଇ ପାରନ୍ତି ।
ଉ,ଫାଲଗୁନି- ଅଭାବୀ  ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବେ । ଚାକିରୀ କ୍ଷେତ୍ରରେ ପ୍ରିୟପାତ୍ର ହୋଇ ପାରନ୍ତି । କୌଣସି ଦୂର ସ୍ଥାନକୁ ତୀର୍ଥ ଯାତ୍ରାର ସୁଯୋଗ ପାଇବେ ।  ଆପଣଙ୍କ ଆୟ ପୂର୍ବ ପରି ରହିବ । ସମାଜରେ ମାନସମ୍ମାନ ପାଇ ପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ 

କନ୍ୟା-
ଉ,ଫଳଗୁନି- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇପାରେ । ଶିଳ୍ପ କ୍ଷେତ୍ରରେ ଶୁଭଫଳ ଲାଭ କରିବେ । କାର୍ଯ୍ୟରେ ସଫଳତା ମିଳିବାରୁ ମନ ପ୍ରସନ୍ନ ରହିବ ।
ହସ୍ତା- କର୍ମକ୍ଷେତ୍ରରେ ପ୍ରତ୍ୟେକ ମୁଖରୁ ପ୍ରଂଶସାବାଣୀ ଶୁଣିବେ ଓ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ । ଛାତ୍ରଛାତ୍ରୀମାନେ ପଢାରେ ମନୋନିବେଶ କରିବେ
ଚିତ୍ରା- ଆଇନ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ । ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟକରି ପ୍ରଶଂସା ପାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର -  ବୁଧଙ୍କ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ

ତୁଳା-
ଚିତ୍ରା- ଆପଣ ଅଜ୍ଞାତ ବିପଦର ସମ୍ମୁଖିନ ହୋଇ ପାରନ୍ତି । କର୍ମ ତତ୍ପରତା ହେତୁ ଆଗେଇ ଚାଲିବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ । ଦୀର୍ଘଦିନରୁ ଭାଙ୍ଗିପଡିଥିବା କୌଣସି ସଂପର୍କ ପୁନଃ ପ୍ରତିଷ୍ଠିତ ହେବ ।
ସ୍ୱାତୀ- ରାଜନୀତି ଆଶା ଓ ଆକାଂକ୍ଷା ଭିତରେ କଟାଇବେ । ନିଜ କଥାରେ ସଞମତା ରଖି ନପାରିଲେ ଉପହାସିତ ହେବେ । ଛାତ୍ର ଛାତ୍ରି ମାନେ ପଢାରେ ଅଧିକ ସମୟ କଟାଇବେ 
ବିଶାଖା- ଘରୋଇ ସଂସାର କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ଉନ୍ନତିର ସୁଯୋଗ ପାଇବେ । ଚଳଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଂଶସା ପାଇବେ । ସ୍ଥଗିତ ଥିବା ଧନ ମିଳିବାରୁ ଖୁସି ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ

ବିଛା-
ବିଶାଖା- ଆପଣଙ୍କ ଆର୍ଥୀକ ସ୍ଥିତି ସୁଦୃଢ ରହିବ ।  ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ । ଉତମ ବୁଝାବଣା ମାଧ୍ୟମରେ ପରିବାରିକ ଜୀବନ ମଧୁମୟ ରହିବ
ଅନୁରାଧା- କୈାଣସି ବରିଷ୍ଠ ନେତାଙ୍କ ପରାମର୍ଶରେ ନିର୍ବାଚନର ସୁଯୋଗ ପାଇପାରନ୍ତି । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ ହେବେ । ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ।
ଜ୍ୟେଷ୍ଠା- କୋର୍ଟ କଚେରୀର ଶୁଣାଣି ଆଜି ସ୍ଥିର ହୋଇପାରେ । ସାମ୍ବାଦିକତା କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଦିନଟି ଶୁଭ ହୋଇପାରେ । ନିଜ ମନରେ ନାକାରତ୍ମକ ଚିନ୍ତାକୁ ଆସିବାକୁ ଦିଅନ୍ତୁ ନାହିଁ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ଚର୍ଚ୍ଚିକାଙ୍କ ପୂଜା  ପାଠ  କରନ୍ତୁ

ଧନୁ-
ମୂଳା- ପାରିବାରିକ ଜୀବନରେ ସନ୍ତୁଳନ ରକ୍ଷା କରିବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ । ମୁଖ୍ୟ ଆୟକୁ ଛାଡି ଅନ୍ୟ ମାଧ୍ୟମରୁ ଅର୍ଥ ଉପାର୍ଜନ କରିବାର କୈାଶଳ ଆପଣେଇବେ ।
ପୂ,ଷାଢା- ବ୍ୟବସାୟରେ ଉନ୍ନତି ଓ ଅଗ୍ରଗତିରେ ସୁଯୋଗ ପାଇବେ । ସନ୍ଧ୍ୟା ସୁଧା ଭଲ ଖବର ପାଇବେ । ସାମାଜିକ କାର‌୍ୟ୍ୟରେ ଅଧିକ ସମୟ ବିତେଇ ପ୍ରଶଂସା ପାଇବେ । ସହପାଠୀ ଓ ଶିକ୍ଷକଙ୍କର ପୂର୍ଣ୍ଣରୂପେ ସହଯୋଗ ପାଇବେ ।    
ଉ,ଷାଢା- ସହକର୍ମୀ ମାନଙ୍କ ସହିତ ମନୋ ମାଳିନି ଘଟିପାରେ । ଅର୍ଜିତ ଧନ ଓ ମାନ ହାନି ଘଟିପାରେ । ଦୈବୀ ଆଶୀର୍ବାଦରୁ ସମସ୍ୟା ଗୁଡିକ ସେତେ ଗୁରୁତ୍ୱର ହେବ ନାହିଁ । ଦୂର ଯାତ୍ରାରେ ଲକ୍ଷ୍ୟ ପୂରଣ କରିପାରନ୍ତି
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ

ମକର-
ଉ,ଷାଢା- ପାରିବାରିକ ଖର୍ଚ୍ଚ ବିଶେଷ ବୃଦ୍ଧି ପାଇବା ହେତୁ ଚିନ୍ତିତ ରହିବେ। କର୍ମକ୍ଷେତ୍ର ଭଲ ରହିଲେ ମଧ୍ୟ ପିଲାମାନଙ୍କ ସକାଶେ ମନ ଅସ୍ଥିର ରହିବ। ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ।
ଶ୍ରବଣା- ଦମ୍ପତିମାନଙ୍କର ସନ୍ତାନ ଲାଭର ଯୋଗ ରହିଛି । ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ । ଅତୀତ ଘଟଣା ବିଷୟରେ ଚିନ୍ତା କରି ମନ ଭଲ ଲାଗିବ ନାହିଁ।
ଧନିଷ୍ଠା- ଶିକ୍ଷାକ୍ଷେତ୍ରରେ ଉନ୍ନତି କରିବା ସହିତ ସାସ୍କୃତିକ କାର୍ଯ୍ୟରେ ଲୋକ ପ୍ରିୟତା ଅର୍ଜନ କରିବେ ।  ସାମାଜିକ ସଂସାର କାମରେ ସହଯୋଗ କରିବେ । ମହିଳା ମାନଙ୍କର ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ହେତୁକ ମନ ଉଦ୍‌ବିଗ୍ନ ରହିବ  
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮    
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ

କୁମ୍ଭ-
ଧନିଷ୍ଠା- ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇପାରେ ।  ପ୍ରେମିକ ପ୍ରେମିକା ସଂପର୍କ ମଧୁର ରହିବ । ଧର୍ମ ଓ ସାଂସୃତିକ କାର‌୍ୟ୍ୟରେ  ଯୋଗଦାନ କରିବେ ।  ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ 
ଶତଭିଷା- ବୈବାହିକ ଜୀବନ ସବୁଠୁ ଉତ୍ତମ ରହିବ । ନୂତନ ଆୟର ପନ୍ଥା ଖୋଲିଯିବା ସହ ଉତମ ରୋଜଗାର କରିବେ । ଚାକିରୀ ଖୋଜୁଥିବା ବ୍ୟକ୍ତିମାନଙ୍କୁ ନିଜର ଚେଷ୍ଟା ଓ ପରିଶ୍ରମର ପରିମାଣ ମିଳିବ ।    
ପୂ,ଭାଦ୍ରପଦ- ଆପଣଙ୍କୁ ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ମିଳିବ । ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପାଇବେ ।  ଜମି ସମସ୍ୟା ସମାଧାନ ହେବ । ଆପଣ ନିଜ କାମରେ ସଫଳତା ଓ ଲାଭ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ-
ପୂ,ଭାଦ୍ରପଦ- ଡାଇବେଟିସ୍ ଜନିତ ସମସ୍ୟା ଦୂର ହୋଇପାରେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ । ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ 
ଉ,ଭାଦ୍ରପଦ- ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ । ବିଜ୍ଞାନ ଛାତ୍ରଛାତ୍ରୀ ସଫଳତା ପାଇବେ । ରାଜନୀତିରେ ସମସ୍ତଙ୍କ ପ୍ରତି ନମ୍ର ବ୍ୟବହାର ରହିବ । ଟଙ୍କା ନିବେଶ କରିଲେ ଆଶାତୀତ ଲାଭ ପାଇବେ
ରେବତୀ- ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ । ମହିଳା ମାନେ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ବାକି ପଡିଥିବା ପାଉଣା ଫେରି ପାଇବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ବ୍ୟବହାର କରିବେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।