Dance: କିମାଶ୍ଚର୍ଯ୍ୟମ୍‌: ସାତ ଦିନ ଧରି ନାଚିଲେ ବେନ୍

Oct 01, 2026 - 08:04
Dance: କିମାଶ୍ଚର୍ଯ୍ୟମ୍‌: ସାତ ଦିନ ଧରି ନାଚିଲେ ବେନ୍

"ନାଚିବାକୁ ଭଲ ପାଉଥିବା ଲୋକେ ଗୋଟିଏ କଥା ଭଲଭାବେ ଜାଣନ୍ତି- କିଛି ମିନିଟ୍‌ ନାଚିଲେ ବି ଶରୀର ଥକିଯାଏ।

କିନ୍ତୁ ନାଇଜେରିଆର ନୃତ୍ୟଶିଳ୍ପୀ ବେଞ୍ଜାମିନ୍ ଡାନିଏଲ୍ ଯାହା କରିଛନ୍ତି, ତାହା ଶୁଣିଲେ ଆପଣ ଚମକି ପଡ଼ିବେ। "ବେନ୍ ଡ୍ୟାନ୍‌ସର" ନାମରେ ପରିଚିତ ଏହି ୩୩ ବର୍ଷୀୟ ନୃତ୍ୟଶିଳ୍ପୀ ଲଗାତାର ସାତ ଦିନରୁ ଅଧିକ ସମୟ ଧରି ନାଚି ନୂଆ ବିଶ୍ବ ରେକର୍ଡ ଗଢ଼ିବାର ସ୍ବପ୍ନ ପୂରଣ କରିବାକୁ ଯାଉଛନ୍ତି।Advertisment Horoscope 2026 October 01: ଜାଣନ୍ତୁ ଆଜିର ରାଶିଫଳ...

ଲାଗୋସ୍‌ର ଫ୍ରିଡମ୍ ପାର୍କରେ ଚାଲିଥିବା ଏକ ନୃତ୍ୟ ମାରାଥନ୍‌ରେ ସେ ମୋଟ୍‌ ୭ ଦିନ ୮ ଘଣ୍ଟା ୩୨ ମିନିଟ୍ ୫୯ ସେକେଣ୍ଡ୍‌ ନୃତ୍ୟ କରିଛନ୍ତି।

ନାଇଜେରିଆର ବିଭିନ୍ନ ନୃତ୍ୟଶୈଳୀ ସହ ଆଫ୍ରୋବିଟ୍, ଫୁଜି, ଜାଜ୍‌ ଓ ଜୁକ୍‌ ଭଳି ସଙ୍ଗୀତରେ ସେ ନାଚିଥିଲେ।

ଉଲ୍ଲେଖଯୋଗ୍ୟ ଯେ ୨୦୨୩ ମସିହାରେ ଭାରତୀୟ ନୃତ୍ୟଶିଳ୍ପୀ ସୃଷ୍ଟି ସୁଧୀର ଜଗତାପ ୧୨୭ ଘଣ୍ଟା ନୃତ୍ୟ କରି ସର୍ବାଧିକ ସମୟ ନୃତ୍ୟର ଗିନିସ୍‌ ବିଶ୍ବ ରେକର୍ଡ ସ୍ଥାପନ କରିଥିଲେ।

ଏହି ରେକର୍ଡକୁ ଭାଙ୍ଗିବାର ଲକ୍ଷ୍ୟ ରଖି ବେଞ୍ଜାମିନ୍ ସମୁଦାୟ ୧୫୮ ଘଣ୍ଟା ନୃତ୍ୟ କରିଛନ୍ତି।

ଏକ ଘଣ୍ଟା ନାଚିବା ପରେ ତାଙ୍କୁ ୫ ମିନିଟ୍‌ ବିଶ୍ରାମ ନେବାର ସୁଯୋଗ ମିଳୁଥିଲା।

ତେବେ ଏପର୍ଯ୍ୟନ୍ତ ତାଙ୍କୁ ଆଧିକାରିକ ଭାବେ ବିଶ୍ୱ ରେକର୍ଡଧାରୀ ଘୋଷଣା କରାଯାଇନାହିଁ।

ଗିନିସ୍‌ ବିଶ୍ବ ରେକର୍ଡ ପକ୍ଷରୁ ସମସ୍ତ ପ୍ରମାଣ ଯାଞ୍ଚ ହେବା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ହେବ।

India bloc: ଇଣ୍ଡିମେଣ୍ଟ ଭାଗ ଭାଗ, ପରାଜୟ ପୂର୍ବରୁ ବାହାନା ଖୋଜୁଛନ୍ତି: ଶିବରାଜ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।