Women's hockey: ୪୪ ବର୍ଷ ପରେ ସ୍ବର୍ଣ୍ଣ ଆଶା: ଫାଇନାଲ୍ରେ ମହିଳା ହକି ଦଳ
"ନାଗୋୟା: ଚଳିତ ଏସୀୟ କ୍ରୀଡ଼ାର ମହିଳା ହକିରେ ଭାରତ ଐତିହାସିକ ସଫଳତା ଦିଗରେ ଆଉ ଏକ ବଡ଼ ପାଦ ବଢ଼ାଇଛି।
ବୁଧବାର ସେମିଫାଇନାଲ୍ରେ ରୋମାଞ୍ଚକ ଭାବେ ଦକ୍ଷିଣ କୋରିଆକୁ ୨-୦ ଗୋଲ୍ରେ ପରାସ୍ତ କରି ଭାରତ ଫାଇନାଲ୍ରେ ପ୍ରବେଶ କରିଛି।
ଇଶିକା ଚୌଧୁରୀ ଓ ଅଧିନାୟିକା ସଲିମା ଟେଟେଙ୍କ ଗୋଲ୍ରେ ଭାରତ ଏହି ବିଜୟ ହାସଲ କରିଛି।
ଫାଇନାଲ୍ରେ ଭାରତର ମୁକାବିଲା ଶୁକ୍ରବାର ଗତ ସଂସ୍କରଣର ବିଜେତା ଚୀନ୍ ସହ ହେବ।
ଏହି ବିଜୟ ସହ ଭାରତ ଏସୀୟ କ୍ରୀଡ଼ା ମହିଳା ହକିରେ ଦ୍ବିତୀୟ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିବାର ନିକଟତର ହୋଇଛି।
ଭାରତ ଶେଷ ଥର ୧୯୮୨ ନୂଆଦିଲ୍ଲୀ ଏସୀୟ କ୍ରୀଡ଼ାରେ ମହିଳା ହକିରୁ ସ୍ବର୍ଣ୍ଣ ପଦକ ଜିତିଥିଲା।
Advertisment Education: ବେଦାନ୍ତ ପକ୍ଷରୁ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ବୁଧବାର ସେମିଫାଇନାଲ୍ର ପ୍ରଥମ ଦୁଇ କ୍ବାର୍ଟରରେ ଭାରତ ପୂରା ଆଧିପତ୍ୟ ବିସ୍ତାର କରିଥିଲା।
ତେବେ ମିଳିଥିବା ୮ଟି ପେନାଲ୍ଟି କର୍ଣ୍ଣରକୁ କୋରିଆର ଦୃଢ଼ ରକ୍ଷଣଭାଗ ଯୋଗୁଁ ଗୋଲ୍ କରି ପାରି ନଥିଲା।
ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟ ରହିବା ପରେ ତୃତୀୟ କ୍ବାର୍ଟରରେ ମଧ୍ୟ ଭାରତ ଚାପ ପକାଇବା ଜାରି ରଖିଥିଲା।
ଶେଷରେ ୪୪ତମ ମିନିଟ୍ରେ ଭାରତକୁ ସଫଳତା ମିଳିଥିଲା।
ପେନାଲ୍ଟି କର୍ଣ୍ଣରରୁ ଏକ ଚମତ୍କାର ଭେରିଏସନ୍ରେ ଇଶିକା ଚୌଧୁରୀ ଗୋଲ୍ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ।
ଏହାର ମାତ୍ର ୪ ମିନିଟ୍ ପରେ ଅଧିନାୟିକା ସଲିମା ଟେଟେ ଭାରତର ଅଗ୍ରଣୀକୁ ଦ୍ବିଗୁଣିତ କରିଥିଲେ।
Pollution Certificate: ପିୟୁସି ନ ଥିଲେ ଦିଲ୍ଲୀରେ ଇନ୍ଧନ ମନା ଶେଷ କ୍ବାର୍ଟରରେ ଭାରତକୁ ଆଉ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦୀପିକାଙ୍କ ପ୍ରୟାସକୁ କୋରିଆ ଗୋଲ୍ରକ୍ଷକ ରୋକିଥିଲେ।
ମ୍ୟାଚ୍ର ଶେଷ ଭାଗରେ ଦକ୍ଷିଣ କୋରିଆ କ୍ରମାଗତ ୪ଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ଦୃଢ଼ତାର ସହ ତା"ର ପ୍ରତିହତ କରି କ୍ଲିନ୍ ସିଟ୍ ସହ ବିଜୟ ନିଶ୍ଚିତ କରିଥିଲା।
ଅନ୍ୟ ଏକ ସେମିଫାଇନାଲ୍ରେ ସୁଟ୍ଆଉଟ୍ରେ ୪-୨ (୦-୦) ଗୋଲ୍ରେ ଜାପାନକୁ ହରାଇ ଫାଇନାଲ୍ରେ ପହଞ୍ଚିଥିଲା।
ତୃତୀୟ ସ୍ଥାନ ପାଇଁ ଏବେ ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ ମୁକାବିଲା ହେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।