Dead: କୋଲକାତା ଘ‌ରେ ବୃଦ୍ଧ ଦମ୍ପତି ମୃତାବସ୍ଥାରେ ଉଦ୍ଧାର

Oct 04, 2026 - 22:15
Dead: କୋଲକାତା ଘ‌ରେ ବୃଦ୍ଧ ଦମ୍ପତି ମୃତାବସ୍ଥାରେ ଉଦ୍ଧାର

"କୋଲକାତା: କୋଲକାତାର ଦକ୍ଷିଣ ଉପକଣ୍ଠରେ ଥିବା ପଞ୍ଚାସାୟାରରେ ରବିବାର ସକାଳେ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହ ସେମାନଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି।

ମୃତକ ୬୭ ବର୍ଷୀୟ ଜଣେ ବ୍ୟକ୍ତି ଓ ତାଙ୍କ ୬୦ ବର୍ଷୀୟା ପତ୍ନୀ ବୋଲି ଜଣାପଡ଼ିଛି।

ପ୍ରାଥମିକ ତଦନ୍ତରୁ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ପୁଲିସ କହୁଥିବାବେଳେ ତାଙ୍କ ପତ୍ନୀଙ୍କ ମୃତଦେହ ସେହି ସମାନ କକ୍ଷରେ ବିଛଣାରେ ପଡ଼ି ରହିଥିଲା।

ବ୍ୟକ୍ତି ଜଣଙ୍କୁ ସିଲିଂ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Advertisment ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ପୁଲିସ ଦମ୍ପତିଙ୍କ ଘରେ ପହଞ୍ଚିବା ପରେ ଏକ ହାତଲେଖା ନୋଟ୍‌ ଓ ୧ ଲକ୍ଷ ଟଙ୍କା ଉଦ୍ଧାର କରିଥିଲା।

ନୋଟ୍‌ରେ ସେହି ଟଙ୍କା ଶବଦାହ ପାଇଁ ବ୍ୟବହାର କରାଯିବାକୁ ଲେଖା ଯାଇଛି।

ଦମ୍ପତିଙ୍କ ସମ୍ପର୍କୀୟ ଓ ପଡ଼ୋଶୀ କହିଛନ୍ତି ଯେ, ସକାଳେ ସେମାନେ ବହୁବାର ଦମ୍ପତିଙ୍କୁ ଡାକିବାକୁ ଚେଷ୍ଟା କରିଥିଲେ।

କିନ୍ତୁ କୌଣସି ଜବାବ ନ ମିଳିବାରୁ ସେମାନେ ଝରକାରୁ ଲୋକଟି ମରି ଯାଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ।

ସମ୍ପର୍କୀୟମାନେ କହିଛନ୍ତି, ଦମ୍ପତିଙ୍କ ଏକମାତ୍ର ପୁଅର ମୃତ୍ୟୁ ପରେ ସେମାନେ ଅବସାଦଗ୍ରସ୍ତ ହୋଇଯାଇଥିଲେ।

ଉଭୟ ବିଭିନ୍ନ ରୋଗରେ ପୀଡ଼ିତ ଥିବାବେଳେ ଆର୍ଥିକ ଅବସ୍ଥା ମଧ୍ୟ ଭଲ ନଥିଲା।

ପୁଲିସ ଏହି ମୃତ୍ୟୁ ଘଟଣାର ତଦନ୍ତ କରୁଛି।

Arrest: କୋଲକାତା ଗ‌ଞ୍ଜେଇ ଚୋରା ଚାଲାଣ!

୩ ସନ୍ଦିଗ୍ଧ ବାଲାଂଦେଶୀ ମହିଳା ସହ ୪ ଗିରଫ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।