Dead: ନଦୀରେ ବୁଡ଼ି ନାବାଳକ ନିଖୋଜ ଘଟଣା; ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର

Sep 28, 2026 - 01:39
Dead: ନଦୀରେ ବୁଡ଼ି ନାବାଳକ ନିଖୋଜ ଘଟଣା; ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର

"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଳା ରାଇରଙ୍ଗପୁର ପୁଲିସ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।

ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ନାବାଳକ ନିଖୋଜ ହୋଇଯାଇଥିଲେ।

ନିଖୋଜ ନାବାଳକ ଜଣକ ହେଉଛନ୍ତି ପୋଡଶୀ ଝାରଖଣ୍ଡ ତନ୍ତନଗର ଥାନା ଅନ୍ତର୍ଗତ କକଚୋ ଗାଁର ଶୁକ୍ରା କାଲୁଣ୍ଡିଆ(୧୫)।

ସେ ତିରିଂ ଥାନା କୁଲୁଘୁଟୁ ଗାଁରେ ଥିବା ନିଜ ମାମୁଁ ଘରକୁ ଆସିଥିଲେ।

Advertisment ତେବେ ନାଣ୍ଡୁଆ ଗ୍ରାମ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗଭୀର ପାଣିରେ ସେ ହଠାତ୍ ବୁଡ଼ି ନିଖୋଜ ହୋଇଯାଇଥିଲେ।

ଖବର ପାଇ ଘଟଣାସ୍ଥଳରେ ତିରିଂ ଥାନା ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।

ତେବେ ଦୀର୍ଘ ୨୪ ଘଣ୍ଟା ପରେ ଦମକଳ ବାହିନୀ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି।

ଏଥିରେ ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସମାଡ଼ ମଧ୍ୟ ନଦୀ ଗର୍ଭରେ ପଶି ଦମକଳ ବାହିନୀକୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

ଉଦ୍ଧାର ପରେ ତାଙ୍କୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁରକୁ ପଠାଇଛନ୍ତି।

ତାଙ୍କ ମୃତ୍ୟୁରେ ପୋଡଶୀ ଝାଡ଼ଖଣ୍ଡ ସମେତ ତିରିଂ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Missing: ମହେନ୍ଦ୍ରତନୟାରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।