Earthquake: ମହାରାଷ୍ଟ୍ରର ପାଲ୍ଘରରେ ମୃଦୁ ଭୂକମ୍ପ
"ମୁମ୍ବାଇ: ମହାରାଷ୍ଟ୍ରର ପାଲ୍ଘର ଜିଲ୍ଲାରେ ମୃଦୁ ଭୂକମ୍ପ ହୋଇଛି।
ଶନିବାର ରାତି ପ୍ରାୟ ୧୦.୩୩ ସମୟରେ ଏହି ଭୂକମ୍ପ ହୋଇଛି ଏବଂ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୩.୬ ରହିଛି।
ଭୂକମ୍ପର କେନ୍ଦ୍ରସ୍ଥଳ ତଲସାରୀ ଅଞ୍ଚଳରେ ଥିବା ବେଳେ ଏହାର ଗଭୀରତା ଥିଲା ୫ କିମି ।Advertisment ଆହୁରି ପଢନ୍ତୁ: 72nd Wildlife Week ୭୨ତମ ବନ୍ୟପ୍ରାଣୀ ସପ୍ତାହ: ପ୍ରଥମ ଚନ୍ଦକା ଗ୍ରୀନ୍ ମାରାଥନରେ ଦୌଡ଼ିଲେ ପ୍ରତିଯୋଗୀ ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି କି କୌଣସି ଘର କ୍ଷତିଗ୍ରସ୍ତ ହୋଇନାହିଁ ବୋଲି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ମୁଖ୍ୟ ବିବେକାନନ୍ଦ କଦମ କହିଛନ୍ତି।
ସ୍ଥାନୀୟ କର୍ତ୍ତୃପକ୍ଷ ଭଲଭାବେ ସ୍ଥିତି ଯାଞ୍ଚ କରୁଛନ୍ତି।
ଉଲ୍ଲେଖଯୋଗ୍ୟ.
ପାଲ୍ଘର ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ଅବସ୍ଥିତ।
ଗତ କିଛି ବର୍ଷ ଧରି ଏଠାରେ ଅନେକ ସମୟରେ ମୃଦୁ ଭୂକମ୍ପହେଉଛି।
ତେବେ ଲୋକମାନେ ଭୟ ନକରି ଶାନ୍ତ ରହିବା ଏବଂ ସୁରକ୍ଷା ପ୍ରୋଟକଲ୍ ପାଳନ କରିବାପାଇଁ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।