11 OCTOBER 2026

Welcome!

Unlock your personalized experience.
Sign Up

Dead: ରିଲ୍ସ କରିବା ମହଙ୍ଗା ପଡ଼ିଲା! ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

Oct 11, 2026 - 04:12
Dead: ରିଲ୍ସ କରିବା ମହଙ୍ଗା ପଡ଼ିଲା! ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ପୁରୀ: ସୋସିଆଲ୍‌ ମିଡିଆରେ ରିଲ୍ସ କରି ଲୋକପ୍ରିୟତା ହାସଲ କରିବାର ନିଶା ଜୀବନ ପାଇଁ ବିପଦ ଡାକି ଆଣୁଛି। ଭିଡିଓ କରିବା ସମୟରେ ନାଗସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗାଁର ତପନ କୁମାର ପ୍ରଧାନ(୨୮)।  ଏ ସଂକ୍ରାନ୍ତରେ ସଦର ଥାନାରେ ଏକାଦଶୀ ପ୍ରଧାନ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅ ତପନ ଝାଉଁ ଗଛ କାଟିବାକୁ ଯାଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପୁଅର ଦେହାନ୍ତ ହୋଇଥିବା ସେ ସୂଚନା ଦେଇଥିଲେ।

Vedanta: ଶହେ ମହିଳାଙ୍କୁ ମାଣ୍ଡିଆ ଉଦ୍ୟୋଗୀ ତାଲିମ ଦେଲା ବେଦାନ୍ତ ଆଲୁମିନିୟମ

ସୂଚନାକୁ ଆଧାର କରି ସଦର ଥାନାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏଏସ୍‌ଆଇ ଶାନ୍ତିଲତା ବରାଡ଼ ଶବକୁ ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛନ୍ତି। ଗତବର୍ଷ ଅକ୍ଟୋବର ୨୨ ତାରିଖରେ ଟ୍ରେନ୍‌ ସମ୍ମୁଖରେ ରିଲ୍ସ କଲାବେଳେ ଜଣେ ନାବାଳକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ପୁରୀ ବାସେଳିସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟର ଦିଲୀପ କୁମାର ସାହୁଙ୍କ ପୁଅ ବିଶ୍ୱଜିତ୍‌ ସାହୁ(୧୫) ୟୁଟ୍ୟୁବ୍‌ ପାଇଁ ରିଲ୍ସ କରୁଥିଲେ। ସେ ଚନ୍ଦନପୁର ଓଭରବ୍ରିଜ୍‌ ନିକଟରେ ଟ୍ରେନ୍‌ ସମ୍ମୁଖରେ ଦୁଃସାହସିକ ଭିଡିଓ କରିବାକୁ ସାଙ୍ଗ ସନ୍ତୋଷ କୁମାର ସାହୁଙ୍କ ସହ ଯାଇଥିଲେ। ପୁରୀ ଆଡ଼ୁ ଆସୁଥିବା ମେମୁ ଟ୍ରେନ୍‌ ସମ୍ମୁଖରେ ବିଶ୍ୱଜିତ ଛିଡ଼ା ହୋଇଥିବା ବେଳେ ସାଙ୍ଗ ସନ୍ତୋଷ ମୋବାଇଲ୍‌ରେ ଭିଡିଓ ରେକର୍ଡ କରୁଥିଲେ। ଏହି ସମୟରେ ଟ୍ରେନ୍‌ ଧକ୍କାରେ ବିଶ୍ୱଜିତଙ୍କ ମୃତ୍ୟୁ ଘଟିଥିଲା।

Judgement: ମେଟ୍ରୋ ଷ୍ଟେସନ ବନ୍ଦ ଓ ଟ୍ରେନ୍‌ ବାତିଲକୁ ନେଇ ଅଦାଲତ ଅବମାନନା ମାମଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।