Dead Body: ୧୩ ଘଣ୍ଟା ପରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
"ଭୁବନେଶ୍ୱର: ସ୍କୁଟିରେ ଆସି ଟଙ୍କପାଣି ବ୍ରିଜ ଉପରେ ରଖିଦେଇ ହଠାତ କୁଆଖାଇ ନଦୀକୁ ଡେଇଁ ପଡ଼ି ଯୁବକ ନିଖୋଜ ହେବାର ପ୍ରାୟ ୧୩ ଘଣ୍ଟା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମୃତକ ହେଲେ ଓଲ୍ଡ ଟାଉନ୍ ଅଞ୍ଚଳର ଭବାନୀ ଶଙ୍କର ଖଟେଇ ।
ସେ ଫ୍ଲିପକାର୍ଟରେ ଡେଲିଭରି ବୟ ଭାବେ କାମ କରୁଥିଲେ ।Advertisment ଅଗ୍ନିଶମ ବାହିନୀର ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲେ ସୂଚନା ଅନୁସାରେ, ଗତକାଲି ପରିବାର ସହ ଭବାନୀଙ୍କର ଝଗଡ଼ା ହୋଇଥିଲା ।
ଏହାପରେ ସେ ଘରୁ ବାହାରି ଯାଇଥିଲେ ।
ପରବର୍ତ୍ତୀ ସମୟରେ ତାଙ୍କ ସାଙ୍ଗମାନେ ବାଙ୍କୁଆଳ ବ୍ରିଜ୍ ନିକଟରେ ତାଙ୍କୁ ଦେଖିଥିଲେ ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ବାଲିଅନ୍ତା ଓ ଭୁବନେଶ୍ୱର ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ।
ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ୍ ଚାଲିଥିଲେ ମଧ୍ୟ ଭବାନୀଙ୍କ ସନ୍ଧାନ ମିଳିନଥିଲା ।
ଆଜି ଭବାନୀ ଶଙ୍କର ଖଟେଇଙ୍କ ମୃତଦେହ ଉଦ୍ଧାର ହୋଇଛି।
Allegation: ଜେଲ୍ରେ ମାରିଦେଲେ ସ୍ୱାମୀଙ୍କୁ!
ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ; ସ୍ତ୍ରୀଙ୍କ ଗୁରୁତର ଅଭିଯୋଗ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।