Dead Frog Found in Utkal University Hostel Food: ବାଣୀ ବିହାର ଖାଦ୍ୟ ଥାଳିରେ ମଲା ବେଙ୍ଗ! ଜଣ୍ଡିସ ଓ ଝାଡାବାନ୍ତି, ଚିନ୍ତାରେ ଛାତ୍ର ଛାତ୍ରୀ

Nov 04, 2026 - 18:59
Dead Frog Found in Utkal University Hostel Food: ବାଣୀ ବିହାର ଖାଦ୍ୟ ଥାଳିରେ ମଲା ବେଙ୍ଗ! ଜଣ୍ଡିସ ଓ ଝାଡାବାନ୍ତି, ଚିନ୍ତାରେ ଛାତ୍ର ଛାତ୍ରୀ

ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲ ଖାଦ୍ୟରୁ ମଲା ବେଙ୍ଗ ବାହାରିଥିବା ଅଭିଯୋଗ ।

ରାତି ଖାଇବା ଥାଳି ତରକାରୀରେ ମଲା ବେଙ୍ଗ ପଡ଼ିଥିବାର ଏକ ଫଟୋ ହ୍ବାଟ୍ସ ଆପ ଗ୍ରୁପରେ ଘୂରିବୁଲିଛି ।

ଏହି ଘଟଣା ପରେ ଅନ୍ତେବାସୀଙ୍କ ମହଲରେ ହଇଚଇ ସୃଷ୍ଟି ହୋଇଛି ।

ସେପଟେ ବର୍ତ୍ତମାନ ସୁଦ୍ଧା ସାତ ନମ୍ବର ହଷ୍ଟେଲର ଦୁଇ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ରିପୋର୍ଟରେ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ନେଇ ସ୍ପଷ୍ଟ ହୋଇଛି ।

ଏହାସହ ୧୦ରୁ ଅଧିକ ସନ୍ଦିଗ୍ଧଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଇଛି ।

Advertisment ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରୁ ବାହାରିଲା ମଲା ବେଙ୍ଗ।

ରାତି ଖାଇବା ଥାଳି ତରକାରୀରେ ମଲା ବେଙ୍ଗ ପଡ଼ିଥିବା ଅଭିଯୋଗ ହୋଇଛି ।

ଯାହାର ଏକ ଫଟୋ ହଷ୍ଟେଲ ଅନ୍ତେବାସୀ whatsapp ଗ୍ରୁପରେ ପୋଷ୍ଟ ହୋଇଥିଲା ।

ଏହି ଫଟୋ ପୋଷ୍ଟ ପରେ ଛାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ।

ଗୋଟେପଟେ ବିଶ୍ୱବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ, ଅନ୍ୟପଟେ ଖାଇବା ଥାଳିରେ ମଲା ବେଙ୍ଗ ବାହାରିବା ଘଟଣା ଛାତ୍ରୀଙ୍କୁ ଚିନ୍ତାରେ ପକାଇଛି ।

ଖାଇବା ଥାଳିରେ ମଲା ବେଙ୍ଗ ବାହାରିବା ପରେ ଛାନିଆ ହୋଇପଡିଛନ୍ତି ସାତ ନମ୍ବର ହଷ୍ଟେଲର ଅନ୍ତେବାସୀ ଛାତ୍ରୀ ।

ବର୍ତ୍ତମାନ ସୁଦ୍ଧା ସାତ ନମ୍ବର ହଷ୍ଟେଲର ଦୁଇ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ରିପୋର୍ଟରେ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ନେଇ ସ୍ପଷ୍ଟ ହୋଇଛି ।

ଏହାସହ ୧୦ରୁ ଅଧିକ ସନ୍ଦିଗ୍ଧଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଇଛି ।

Advertisment ସେପଟେ ଘଟଣାକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳ ସଚିବ କହିଛନ୍ତି, ସେଭଳି କିଛି ହେବା ଭଳି ଲାଗୁନି।

ଗଣମାଧ୍ୟମରୁ ଖବର ଜାଣିବାକୁ ପାଇଲୁ ।

ଏହି ଅଭିଯୋଗ ଆସିବା ପରେ ହଷ୍ଟେଲ ସୁପରିଟେଡେଣ୍ଟଙ୍କ ସହ ଆଲୋଚନା କରି ଯାଞ୍ଚ ହେବ ।

ଘଟଣାର ସତ୍ୟାସତ୍ୟ ଥିଲେ, ବିହିତ ପଦକ୍ଷେପ ନିଆଯିବ ।

ଗତକାଲି ଦୁଇ ଜଣ ଝିଅଙ୍କ ଜଣ୍ଡିସ ଲକ୍ଷଣ ଦେଖା ଯାଇଥିଲା ।

ବାକି ୧୧ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଛି ।

ବିଶ୍ବବିଦ୍ୟାଳୟକୁ ବାହାରର ଖାଦ୍ୟ ବାରଣ କରାଯାଇଛି ।

ପିଇବା ପାଣି ବାହାରୁ କିଣାଯାଇ ହଷ୍ଟେଲକୁ ଯୋଗାଇ ଦିଆଯାଉଛି ।

ଜନସ୍ୱାସ୍ଥ୍ୟ ଟିମ ପିଲାମାନଙ୍କୁ ସଚେତନ କରୁଛନ୍ତି ।

ସେପଟେ BMCର ଫୁଡ ସେଫ୍ଟି ଡିପାର୍ଟମେଣ୍ଟ ବିଶ୍ୱବିଦ୍ୟାଳୟ ଚାରି ପାଖରେ ଥିବା ଗୁପଚୁପ ବ୍ୟବସାୟୀଙ୍କ ପ୍ରସ୍ତୁତି କାରଖାନା ସହ କ୍ୟାଣ୍ଟିନକୁ ଯାଇ ତଦାରକ ଓ ଯାଞ୍ଚ କରିଛନ୍ତି ।

ଗୋଟେପଟେ ହଷ୍ଟେଲରେ ଛାତ୍ରୀମାନେ ଜଣ୍ଡିସରେ ଆକ୍ରନ୍ତ ।

ଆଉ ଅନ୍ୟ ପଟେ ହଷ୍ଟେଲ ଖାଦ୍ୟରୁ ମଲା ବେଙ୍ଗ ବାହାରିବା ଅଭିଯୋଗ ଘଟଣା , ଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବାଣୀ ବିହାର ଖାଦ୍ୟ ଥାଳିରେ ମଲା ବେଙ୍ଗ !

ହ୍ବାଟ୍ସଆପ୍ ଗ୍ରୁପରେ ଘୂରିବୁଲିଛି ଫଟୋ ସାତ ନମ୍ବର ହଷ୍ଟେଲର ଅନ୍ତେବାସୀ ଛାନିଆ ଜଣ୍ଡିସ ଓ ଝାଡାବାନ୍ତି, ଚିନ୍ତାରେ ଛାତ୍ର ଛାତ୍ରୀ ଦୁଇ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ରିପୋର୍ଟ ଜଣ୍ଡିସ ପଜିଟିଭ୍ ୧୦ରୁ ଅଧିକ ସନ୍ଦିଗ୍ଧଙ୍କ ରକ୍ତ ନମୁନା ସଂଗ୍ରହ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।