Missed Sukanya Samriddhi Deposit: ସୁକନ୍ୟା ସମୃଦ୍ଧି ଖାତାରେ ଟଙ୍କା ଜମା କରିବା ଭୁଲିଗଲେ କ’ଣ ହେବ? ଜାଣନ୍ତୁ ଜରିମାନା ଓ ନିୟମ

Nov 04, 2026 - 17:12
Missed Sukanya Samriddhi Deposit: ସୁକନ୍ୟା ସମୃଦ୍ଧି ଖାତାରେ ଟଙ୍କା ଜମା କରିବା ଭୁଲିଗଲେ କ’ଣ ହେବ? ଜାଣନ୍ତୁ ଜରିମାନା ଓ ନିୟମ

ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ବା SSA ହେଉଛି କେନ୍ଦ୍ର ସରକାରଙ୍କ ଏକ ଦୀର୍ଘମିଆଦୀ ସଞ୍ଚୟ ଯୋଜନା।

ଝିଅମାନଙ୍କ ଶିକ୍ଷା ଓ ଭବିଷ୍ୟତ ଆର୍ଥିକ ଆବଶ୍ୟକତା ପାଇଁ ଅଭିଭାବକମାନେ ଏହି ଯୋଜନାରେ ଅର୍ଥ ସଞ୍ଚୟ କରିପାରନ୍ତି।

Advertisment ସରକାରୀ ନିୟମ ଅନୁସାରେ ଗୋଟିଏ ଆର୍ଥିକ ବର୍ଷ, ଅର୍ଥାତ୍ ଏପ୍ରିଲ୍ ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ଖାତାରେ ସର୍ବନିମ୍ନ ୨୫୦ ଟଙ୍କା ଜମା କରିବାକୁ ପଡ଼େ।

ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ୧ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରାଯାଇପାରିବ।

୨୫୦ ଟଙ୍କା ଜମା ନକଲେ କ'ଣ ହେବ?

କୌଣସି ଆର୍ଥିକ ବର୍ଷରେ ସର୍ବନିମ୍ନ ୨୫୦ ଟଙ୍କା ଜମା ନହେଲେ ଖାତାକୁ 'ଡିଫଲ୍ଟ ଆକାଉଣ୍ଟ' ଭାବେ ଗଣାଯାଏ।

ତେବେ ଏହାର ଅର୍ଥ ଖାତା ସବୁଦିନ ପାଇଁ ବନ୍ଦ ହୋଇଗଲା କିମ୍ବା ପୂର୍ବରୁ ଜମା ହୋଇଥିବା ଟଙ୍କା ହରାଇଗଲା, ତାହା ନୁହେଁ।

ଖାତା ଖୋଲିବା ତାରିଖରୁ ୧୫ ବର୍ଷ ପୂରଣ ହେବା ପୂର୍ବରୁ ବକେୟା ରାଶି ଓ ଜରିମାନା ଦେଇ ଡିଫଲ୍ଟ ଖାତାକୁ ପୁଣି regular କରାଯାଇପାରିବ।

Advertisment କେତେ ଦେବାକୁ ପଡ଼ିବ ଜରିମାନା?

ପ୍ରତି ଡିଫଲ୍ଟ ବର୍ଷ ପାଇଁ ୫୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।

ଏହାସହ ସେହି ବର୍ଷ ପାଇଁ ସର୍ବନିମ୍ନ ୨୫୦ ଟଙ୍କା ଜମା କରିବା ଆବଶ୍ୟକ।

ଉଦାହରଣ ସ୍ୱରୂପ, ଯଦି ଜଣେ ଅଭିଭାବକ ଲଗାତାର ୩ ବର୍ଷ ଧରି ମିନିମମ୍ ଡିପୋଜିଟ୍ ଜମା କରିନାହାନ୍ତି, ତେବେ ୩ ବର୍ଷ ପାଇଁ ୭୫୦ ଟଙ୍କା ବକେୟା ଜମା ସହ ୧୫୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।

ଅର୍ଥାତ୍ ମୋଟ ୯୦୦ ଟଙ୍କା ଜମା କରି ଖାତାକୁ ରେଗୁଲାର୍ କରାଯାଇପାରିବ।

୧୫ ବର୍ଷ ମଧ୍ୟରେ regular ନକଲେ?

ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ସ୍କିମ୍, ୨୦୧୯ ଅନୁସାରେ ୧୫ ବର୍ଷ ମଧ୍ୟରେ ଡିଫଲ୍ଟ ଖାତା regular ନହେଲେ ମଧ୍ୟ ପୂର୍ବରୁ ଜମା ହୋଇଥିବା ଅର୍ଥ ହରାଇଯାଏ ନାହିଁ।

ଏହି ରାଶି ଉପରେ ଯୋଜନା ପାଇଁ ପ୍ରଯୁଜ୍ୟ ସୁଧ ହାର ଅନୁସାରେ ଖାତା ବନ୍ଦ ହେବା ପର୍ଯ୍ୟନ୍ତ ସୁଧ ମିଳିବ।

ବର୍ତ୍ତମାନ India Post ସୂଚନା ଅନୁସାରେ ସୁକନ୍ୟା ସମୃଦ୍ଧି ଆକାଉଣ୍ଟର ସୁଧ ହାର ବାର୍ଷିକ ୮.୨ ପ୍ରତିଶତ ରହିଛି।

ସୁଧ ହାର ସରକାରଙ୍କ ଦ୍ୱାରା ସମୟ ସମୟରେ ସଂଶୋଧିତ ହୋଇପାରେ।

ଖାତାକୁ ଡିଫଲ୍ଟରୁ କିପରି ବଞ୍ଚାଇବେ?

ଏହାର ସବୁଠୁ ସହଜ ଉପାୟ ହେଉଛି ପ୍ରତି ଆର୍ଥିକ ବର୍ଷରେ ଅତି କମରେ ୨୫୦ ଟଙ୍କା ନିଶ୍ଚିତ ଜମା କରିବା।

ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଅପେକ୍ଷା ନକରି ବର୍ଷ ଆରମ୍ଭରେ ଜମା କରିଦେଲେ ଭୁଲିଯିବାର ଆଶଙ୍କା କମିଯାଏ।

ବ୍ୟାଙ୍କ କିମ୍ବା ଡାକଘରର ସୁବିଧା ଅନୁସାରେ standing instruction ବା online deposit ବ୍ୟବସ୍ଥାର ମଧ୍ୟ ସହାୟତା ନିଆଯାଇପାରିବ।

India Post ମଧ୍ୟ SSA ଖାତାରେ ଅନଲାଇନ୍ ଜମା ସୁବିଧା ଉପଲବ୍ଧ ଥିବା କହିଛି।

ତେଣୁ କୌଣସି ବର୍ଷ ଟଙ୍କା ଜମା କରିବାକୁ ଭୁଲିଗଲେ ଚିନ୍ତିତ ହେବା ପରିବର୍ତ୍ତେ ଶୀଘ୍ର ବକେୟା ଓ ଜରିମାନା ଦେଇ ଖାତାକୁ regular କରାଇନେବା ଭଲ।

ନିୟମିତ ସଞ୍ଚୟ ଝିଅର ଉଚ୍ଚଶିକ୍ଷା ଓ ଭବିଷ୍ୟତ ଆର୍ଥିକ ଆବଶ୍ୟକତା ପୂରଣରେ ବଡ଼ ସହାୟକ ହୋଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।