Dead: ବିଦ୍ୟୁତ ଆଘାତରେ ଯୁବକ ମୃତ

Aug 25, 2026 - 23:20
Dead: ବିଦ୍ୟୁତ ଆଘାତରେ ଯୁବକ ମୃତ

"ସୋର:  ଏଲିଇଡି ଲାଇଟ ମରାମତି କରିବା ସମୟରେ ବିଦ୍ୟୁତ ଆଘାତ ଲାଗି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି।

ମୃତକ ଜଣଙ୍କ ହେଲେ ଯାଜପୁର ଟାଉନ ଥାନା ଅଧିନ ମଟ ରାଙ୍ଗପାଳ କୁସୁମା ପାର୍କ ଅଂଚଳର ଦୁଜା ପରିଡା (୫୦)।

ଦୁଜା ୨୦ ବର୍ଷରୁ ଅଧିକ ଦିନ ଧରି ସୋର ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଘୋଡାସାହିରେ ରହି ଟେଣ୍ଟ ହାଉସରେ କାମ କରୁଥିଲେ।Advertisment ଆଜି ସନ୍ଧ୍ୟାରେ ଟେଣ୍ଟ ହଉସର ଏକ ଏଲଇଡି ଲାଇଟ ମରାମତି କରୁଥିବା ବେଳେ ହଠାତ ବିଦ୍ୟୁତ ଆଘାତର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Death: ରେଳ ଇଞ୍ଜିନ ଧକ୍କାରେ ଯୁବକଙ୍କ ମୃତ୍ୟୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।