River: ଏକା ଏକା ନଦୀ ସଫେଇ
"ନଦୀ ଯେତେବେଳେ ଆବର୍ଜନା ଓ ପ୍ରଦୂଷଣରେ ଭରିଯାଏ, ଅନେକେ ତା"ର ଦୁର୍ଦ୍ଦଶା ଦେଖି ଦୁଃଖ ପ୍ରକାଶ କରନ୍ତି।
କେହି ସୋସିଆଲ୍ ମିଡିଆରେ ଅଭିଯୋଗ କରନ୍ତି, ଆଉ କେହି ପରିବର୍ତ୍ତନକୁ ଅପେକ୍ଷା କରିଥାନ୍ତି।
କିନ୍ତୁ "ବିଟ୍ଟୁ ତବାହି" ନାମରେ ପରିଚିତ ମଧ୍ୟପ୍ରଦେଶର ୨୦ ବର୍ଷୀୟ ସୁରେନ୍ଦ୍ର ସିଂହ ଚୌଧୁରୀ ଅଭିଯୋଗ କରିବା ବଦଳରେ ନିଜେ ପରିବର୍ତ୍ତନ ଆଣିବାକୁ ଆଗେଇ ଆସିଛନ୍ତି।
ନା ତାଙ୍କ ପାଖରେ ଥିଲା ସୁରକ୍ଷା ଉପକରଣ, ନା ବଡ଼ ମେସିନ୍।
ଏପରିକି ସେ ପହଁରିବା ମଧ୍ୟ ଜାଣନ୍ତି ନାହିଁ।
ତଥାପି ନଦୀ ସଫା କରିବାର ଦୃଢ଼ ସଙ୍କଳ୍ପ ତାଙ୍କ ଭୟକୁ ପଛରେ ପକାଇବାକୁ ପ୍ରେରଣା ଦେଇଥିଲା।
ପ୍ରଦୂଷଣରେ ଜର୍ଜରିତ ଅଜନାର ନଦୀକୁ ସ୍ୱଚ୍ଛ କରିବା ପାଇଁ ସେ ନିଜେ ନଦୀ ଭିତରକୁ ଓହ୍ଲାଇ ପଡ଼ିଥିଲେ।Advertisment Standing committee: ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ ଆବର୍ଜନା ଓ ପ୍ରଦୂଷଣ ନେଇ ଚାରିଆଡ଼େ ଅଭିଯୋଗ ଶୁଣିବାକୁ ମିଳୁଥିବାବେଳେ ଜଣେ ୨୦ ବର୍ଷୀୟ ଛାତ୍ର ଏକାକୀ ଗୋଟିଏ ନଦୀପଠା ସଫା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ମଧ୍ୟପ୍ରଦେଶର ବିଓରା ଅଞ୍ଚଳର ଏହି ବିଏସ୍ସି ଛାତ୍ର ଜାନୁଆରି ୨୬ ତାରିଖରୁ ଅଜନାର ନଦୀ ସଫେଇ ଅଭିଯାନ ଆରମ୍ଭ କରିଥିଲେ।
ମନ୍ଦିର ନିକଟରେ ନଦୀରେ ଜମିଥିବା ପ୍ଲାଷ୍ଟିକ, ଆବର୍ଜନା ଓ ବିଭିନ୍ନ ପ୍ରକାର ବର୍ଜ୍ୟକୁ ସେ ନିଜ ହାତରେ ବାହାର କରିଥିଲେ।
ପୂଜା ସାମଗ୍ରୀକୁ କମ୍ପୋଷ୍ଟରେ ପରିଣତ କରିବା ସହ ସଫେଇ ଉପକରଣ ଓ ଡଷ୍ଟବିନ୍ କିଣିବା ପାଇଁ ସେ ବ୍ୟକ୍ତିଗତ ଟଙ୍କା ଖର୍ଚ୍ଚ କରିଥିଲେ।
ପରେ କିଛି ବନ୍ଧୁ ମଧ୍ୟ ଏହି ଅଭିଯାନରେ ତାଙ୍କ ସହ ଯୋଗ ଦେଇଥିଲେ।
ତେବେ ଏହି ଯାତ୍ରା ତାଙ୍କ ପାଇଁ ଆଦୌ ସହଜ ନଥିଲା।
ପ୍ରଦୂଷିତ ପାଣିରେ ଦୀର୍ଘ ସମୟ କାମ କରିବା ଯୋଗୁଁ ତାଙ୍କ ହାତ ଓ ପାଦରେ ସଂକ୍ରମଣ ହୋଇଥିଲା।
ସଫେଇ ସମୟରେ ନଦୀ ଭିତରେ ସାପ ଓ ମୃତ ପଶୁ ମଧ୍ୟ ଦେଖିବାକୁ ମିଳିଥିଲା।
ତଥାପି ସେ ନିଜ ଅଭିଯାନରୁ ପଛକୁ ହଟି ନଥିଲେ।
ବିଟ୍ଟୁଙ୍କ ଏହି ସଫେଇ ଅଭିଯାନର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଅନେକ ବାସ୍ତବ ହିରୋ ବୋଲି କହି ପ୍ରଶଂସା କରୁଛନ୍ତି।ଭାରତୀୟ ଯୁବପିଢ଼ିଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି।
Flood in Bihar: ବିହାରରେ ବନ୍ୟା; ୮ ଜିଲ୍ଲାରେ ହାଇଆଲର୍ଟ, ଗଙ୍ଗା-କୋଶୀ ନଦୀ ବିପଦ ସଙ୍କେତ ଟପିଲା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।