Deadbody: ନଦୀବନ୍ଧରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
"ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ କାଳିଆକେରା ନଦୀବନ୍ଧରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି l ମୃତ ଯୁବତୀଙ୍କ ବୟସ ୨୨ରୁ ୨୫ ବର୍ଷ ମଧ୍ୟରେ ଅନୁମାନ କରାଯାଉଛି l ଘଟଣାସ୍ଥଳରୁ ଖାଲି ଟ୍ରଲି ବ୍ୟାଗ ଓ ଧଳା ରଙ୍ଗର ଚପଲ ଉଦ୍ଧାର କରାଯାଇଛି l ଟ୍ରଲି ବ୍ୟାଗ ନିକଟରେ ଇଲେକ୍ଟ୍ରି ତାର ଓ ଯୁବତୀଙ୍କ ଓଢ଼ଣୀ ମିଳିଥିବା ସୂଚନା ମିଳିଛି l Advertisment ଆହୁରି ପଢନ୍ତୁ: Blood Group: ମଣିଷଙ୍କ ରକ୍ତର ନୂଆ ଗ୍ରୁପ୍ "JAMA" ଚିହ୍ନଟ, ବିଶ୍ୱର ୪୯ତମ ବ୍ଲଡ୍ ଗ୍ରୁପ୍ ସିଷ୍ଟମ ଯୁବତୀଙ୍କୁ ହତ୍ୟା ପରେ ଏଠାରେ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଥିବାବେଳେ ଏଯାଏଁ ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ l ଘଟଣାସ୍ଥଳରେ ଚନ୍ଦନପୁର ପୁଲିସ ପହଂଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି | "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।