Death: ଦାଦନ ଖଟିବାକୁ ଯାଇ ପୁଣି ଜଣେ ଯୁବ ଶ୍ରମିକଙ୍କ ମୃତ୍ୟୁ
"ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରୁ ଦାଦନଖଟିବାକୁ ବାହାରକୁ ଯାଇ ପୁଣି ଜଣେ ଯୁବ ଶ୍ରମିକଙ୍କ ମୃତ୍ୟୁ ହୋଇଛି।
ରାୟଗଡ଼ ବ୍ଲକ ଅନ୍ତର୍ଗତ ମୁନିସିଂ ଗ୍ରାମର ଚନ୍ଦ୍ର ଗମାଙ୍ଗ (୧୯) ହାଇଦ୍ରାବାଦର ଏକ କମ୍ପାନୀରେ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି।Advertisment ହାଇଦ୍ରାବାଦରେ ବିଦ୍ୟୁତ୍ ଆଘାତରେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ନିକଟରେ ନାହିଁ ସମ୍ବଳ।ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଚନ୍ଦ୍ରଙ୍କ ମୃତଦେହକୁ ଗାଁକୁ ଆଣିବା ପାଇଁ ପରିବାର ଅସମର୍ଥ ହୋଇପଡ଼ିଛି।
ଘଟଣା ପରେ ପରିବାର ଲୋକେ ଭାଙ୍ଗିପଡ଼ିଥିବା ବେଳେ ଗ୍ରାମରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।
ଗାଁକୁ ଆଣିବା ପାଇଁ ଆବଶ୍ୟକ ଅର୍ଥ ପରିବାର ନିକଟରେ ନାହିଁ ଚନ୍ଦ୍ରଙ୍କ ମୃତଦେହ ହାଇଦ୍ରାବାଦରୁ ଗାଁକୁ ଆଣିବା ପାଇଁ ଆବଶ୍ୟକ ଅର୍ଥ ପରିବାର ନିକଟରେ ନାହିଁ।
ତେଣୁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ମୃତଦେହ ଗାଁକୁ ଆଣିବାରେ ସହଯୋଗ କରିବାକୁ ପରିବାର ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି।ଏହି ଘଟଣା ପୁଣିଥରେ ଗଜପତିର ଗରିବ ପରିବାରର ଯୁବକମାନେ ଜୀବିକା ପାଇଁ ଦାଦନ ଯାଇ କିପରି ବିପଦର ସମ୍ମୁଖୀନ ହେଉଛନ୍ତି, ତାହା ସାମ୍ନାକୁ ଆଣିଛି।
ମୃତ ଯୁବକଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇବା ସହ ମୃତଦେହ ଶୀଘ୍ର ଗାଁକୁ ଆଣିବାକୁ ଦାବି ହୋଇଛି।
BJP: ସଂଗଠନ ସହ ସମନ୍ବୟ ରକ୍ଷା କରିବା ଲାଗି ପରାମର୍ଶ ଦେଲେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।