Death: ପୁଣି ଜଣେ ଦାଦନର ଅପମୃତ୍ୟୁ, ଝୁଲନ୍ତା ମୃତଦେହ ଉଦ୍ଧାର
"ରାୟଗଡ଼ା: ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି I ଏକ ଅଭାବନୀୟ ଘଟଣାରେ କାଶିପୁର ଅଂଚଳର ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ କେରଳ ରାଜ୍ୟରେ ଦେଖିବାକୁ ମିଳିଛି ।
ମୃତକ ଜଣକ ହେଲେ ରାୟଗଡ଼ା ଜିଲ୍ଲା ଖଣି ଖାଦାନ ଭରା କାଶୀପୁର ବ୍ଳକର ଚନ୍ଦ୍ରଗିରି ପଞ୍ଚାୟତର ଚାନ୍ଦଗିରି ଗ୍ରାମର କୁଳଧର ଗୌଡ଼ ।
ସନ୍ଦେହଜନକ ଭାବେ ତାଙ୍କ ମୃତ୍ୟୁ ଦେହ ଗୋଟିଏ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା I କୁଳଧର କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ ହତ୍ୟା କରି ଟାଙ୍ଗି ଦେଇଛନ୍ତି ସେ ନେଇ କୌଣସି ତଥ୍ୟ ମିଳିପାରିନାହିଁ I କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ପରିବାର ସୂଚନା ଦେଇ ପାରୁନାହାନ୍ତି ।
ଏନେଇ ପରିବାର ବର୍ଗ ଶବକୁ ଜନ୍ମ ମାଟି କାଶିପୁର ଆଣିବା ପାଇଁ ଶ୍ରମ ବିଭାଗକୁ ନିବେଦନ କରିଛନ୍ତି IAdvertisment ୩୫ ଦିନରେ ୩ଟି ଅପମୃତ୍ୟୁ ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ଗୁଣପୁର ବ୍ଲକ ସଗଡା ଗ୍ରାମ ପଞ୍ଚାୟତର ଆଲଙ୍ଗଗଡ଼ା ଗ୍ରାମର ପ୍ରଦୀପ ଶବରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।
ଗତ ମେ ମାସରେ ଗୁଣପୁର ବ୍ଲକ ଅନ୍ତର୍ଗତ ସଗଡ଼ା ଗ୍ରାମର ଜଣେ ଯୁବତୀ ବିଲମା ଗମାଙ୍ଗ ମଧ୍ୟ ଆନ୍ଧ୍ର ପ୍ରଦେଶ ଗୋଦାବରୀ ଜିଲ୍ଳା ଭିମାବରମର ଏକ ଚିଙ୍ଗୁଡି କମ୍ପାନୀରେ କାର୍ଯ୍ୟ କରିବାକୁ ଯାଇଥିଲେ ।
କମ୍ପାନୀ ହଷ୍ଟେଲ ନିକଟରେ ସନ୍ଦେହଜନକ ଭାବେ ଏକ ଗଛରେ ବିଲମାଙ୍କୁ ଝୁଲନ୍ତା ମୃତ ଦେହ ମିଳିଥିଲା ।
ଜିଲ୍ଳାର ଯୁବକ ଯୁବତୀ ଦାଦନ ଖଟିବାକୁ ଯାଇ ଏଭଳି ଅପମୃତ୍ୟୁର ଶିକାର ହେଉଥିବାରୁ ଦାଦନ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି I ୩୫ ଦିନରେ ୩ଟି ଏଭଳି ଅପମୃତ୍ୟୁ ଘଟଣା ଘଟିଛି I ରାୟଗଡା ଜିଲ୍ଲାରୁ ପାଖାପାଖି ୫୦ ହଜାରରୁ ଉର୍ଧ୍ଵ ଯୁବକ ଯୁବତୀ ଦାଦନ ଶ୍ରମିକ ଭାବେ ଦେଶର ବିଭିନ୍ନ ରାଜ୍ୟରେ ଖଟୁଛନ୍ତି I ରାୟଗଡା ଜିଲ୍ଳାର ଅଧିକାଂଶ ଯୁବକ ଯୁବତୀ ଦକ୍ଷିଣ ଭାରତରେ ଦାଦନ ଖଟୁଛନ୍ତି I ରାୟଗଡା ଜିଲ୍ଳାର କାଶୀପୁର ଏବଂ କଲ୍ୟାଣସିଂହପୁର ବ୍ଲକରୁ ସର୍ବାଧିକ ଦାଦନ ଯାଇଥିବା ତଥ୍ୟ ଖୋଦ ସରକାର ସୂଚନା ଦେଇଛନ୍ତି I କାଶିପୁର ବ୍ଲକରେ ସର୍ବାଧିକ ଖଣି ଖାଦାନ ଓ ଶିଳ୍ପ ରହିଥିବା ବେଳେ ସେହି ଅଂଚଳରୁ ହିଁ ଦାଦନ ଖଟିବାକୁ ଅଧିକା ଯୁବକ ଯୁବତୀ ଯାଉଛନ୍ତି I congress: ତାମିଲନାଡୁ ଗ୍ୟାସ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ରାଜ୍ୟ କଂଗ୍ରେସର ପ୍ରତିନିଧି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।