Death: ପୁଲିସ ବାବୁଙ୍କ ମଦ୍ୟପ ପୁଅର କାର ଧକ୍କାରେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ
"ନୂଆଦିଲ୍ଲୀ: ଦିଲ୍ଲୀର ନରେଲା ସ୍ଥିତ ମାମୁରପୁରର ହିମାଳୟ ଆପାର୍ଟମେଣ୍ଟ ଆଗରେ ଶନିବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।
ଏକ ଦ୍ରୁତଗାମୀ ମର୍ସିଡିଜ୍ କାର୍ ଅନ୍ୟ ଏକ ଗାଡ଼ିକୁ ସାମ୍ନାରୁ ଧକ୍କା ଦେବା ଫଳରେ ପ୍ରାତଃଭ୍ରମଣରେ ବାହାରିଥିବା ୭୦ ବର୍ଷୀୟା ବୃଦ୍ଧା ଉର୍ମିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।
ଦୁର୍ଘଟଣା ଘଟାଇଥିବା ମର୍ସିଡିଜ୍ କାର୍ ଚାଳକ ହରିୟାଣା ପୁଲିସର ଜଣେ ସବ୍-ଇନ୍ସପେକ୍ଟରଙ୍କ ପୁଅ ଶୁଭମ୍ ବୋଲି ଜଣାପଡ଼ିଛି, ଯାହାଙ୍କୁ ପୁଲିସ ଘଟଣାସ୍ଥଳରୁ ଗିରଫ କରିଛି।Advertisment ଚାଳକ ସାମାନ୍ୟ ଆହତ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବେପରୁଆ ଭାବେ ଆସୁଥିବା ମର୍ସିଡିଜ୍ ଗାଡ଼ିଟି ଏକ ୱାଗନ୍ ଆର୍ କାରକୁ ସମ୍ମୁଖରୁ ଜୋରଦାର ଧକ୍କା ଦେଇଥିଲା।
ୱାଗନ୍ ଆରଟି ପଛକୁ ଠେଲିହୋଇ ପଛରେ ଠିଆ ହୋଇଥିବା ଏକ ତିନିଚକିଆ ମାଲବାହୀ ଭ୍ୟାନକୁ ବାଡ଼େଇଥିଲା।
ସେହି ସମୟରେ ନିକଟରେ ଯାଉଥିବା ସ୍ଥାନୀୟ ବାସିନ୍ଦା ଉର୍ମିଳା ଦୁଇଟି ଗାଡ଼ି ମଝିରେ ଚାପି ହୋଇଯାଇ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା।
ୱାଗନ୍ ଆରର ଚାଳକ ସାମାନ୍ୟ ଆହତ ହୋଇଛନ୍ତି।
ତେବେ ଗାଡ଼ି ଚଲାଉଥିବା ଶୁଭମ୍ ଅତ୍ୟଧିକ ମଦ୍ୟପାନ କରିଥିଲେ ଏବଂ କାରର କପ୍ ହୋଲ୍ଡରରେ ଏକ ମଦ ବୋତଲ ମଧ୍ୟ ରହିଥିଲା।
ଶୁଭମ୍ ଏହି ଦାମୀ ଗାଡ଼ିଟିକୁ ନିଜ ସାଙ୍ଗଠାରୁ ମାଗି ଆଣିଥିଲେ।
ଗିରଫଦାରୀ ପରେ ପୁଲିସ ତାଙ୍କର ଡାକ୍ତରୀ ମାଇନା କରାଇଛି ଏବଂ ନିଶାସକ୍ତ ଥିଲେ କି ନାହିଁ ତାହା ପରୀକ୍ଷା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।
US Iran War: ଇରାନ ଯୁଦ୍ଧରୁ ବାହାରିବାର ରାସ୍ତା ଖୋଜୁଛି ଆମେରିକୀୟ ସେନା: ଜେନେରାଲ କହିଲେ ଆମର ବିକଳ୍ପ ସୀମିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।