Ganja Smuggling: କ୍ଷୀର ବୋଝେଇ ବାଇକରେ ଗଞ୍ଜେଇ ଚାଲାଣ: ଦୁଇ ବାଇକ ଜବତ, ୩ ଗିରଫ
"ଦେଓଗାଁ (କିଶୋର ସାହୁ): ପୁଷ୍ପା ଫିଲ୍ମରେ ଯେମିତି କ୍ଷୀର ଗାଡ଼ିରେ ଚନ୍ଦନ କାଠ ଚୋରା ଚାଲାଣ ହେଉଥିଲା ସେଭଳି ଭବରେ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଛି।
କେତେବେଳେ ତୀର୍ଥଯାତ୍ରୀ ବସରେ ଗଞ୍ଜେଇ ଯାଉଛି ତ ଆଉ କେତେବେଳେ ଫେରିବାଲା ବେଶରେ ଗଞ୍ଜେଇ ଯାଉଛି।Advertisment ବିଭିନ୍ନ ରାଜ୍ୟର ନମ୍ବର ପ୍ଲେଟ ଜବତ ତେବେ ଆଜି କ୍ଷୀର ବୋଝେଇ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କାବୁ କରିଛି ତୁଷୁରା ଅବକାରୀ ବିଭାଗ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଜି ତୁଷୁରା ଅବକାରୀ ଥାନାର କୁକୁରଖାଇ -ତୁଷୁରା ରାସ୍ତାରେ।
ଏହି ରାସ୍ତା ଦେଇ ବଲାଙ୍ଗୀର ପଟକୁ ଏକ ବାଇକ ଯୋଗେ କ୍ଷୀର ଜାରରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ତୁଷୁରା ଅବକାରୀ ବିଭାଗ ଚଢ଼ାଉ କରି ଧରିଛି।
ଚଢାଉ ସ୍ଥାନରୁ ୪୪ କେଜି ଗଞ୍ଜେଇକୁ ଜବତ କରିଛି ଅବକାରୀ ବିଭାଗ।
ଛତିଶଗଡ଼ ବିଳାସପୁର ଅଞ୍ଚଳର ମୋହିତ ବୈଷ୍ଣବ, ସୁରଜ ମାହାନ ଓ ରାଜୁ ବଂଶଳ ଏକ ବାଇକ ଯୋଗେ କ୍ଷୀର ଜାରରେ ଗଞ୍ଜେଇ ଭରି ବୌଦ୍ଧ ଜିଲ୍ଲା ଦେଉଲି ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରିଥିବା ବେଳେ ଦେଓଗାଁ ଥାନା କୁକୁର ଖାଇ ଛକରେ ମାଡି ବସିଥିଲା ତୁଷୁରା ଅବକାରୀ ବିଭାଗl ତେବେ ସମ୍ପୃକ୍ତ ତିନି ଜଣକ ଯୁବକ ଦୁଇଟି ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ସେମାନଙ୍କଠାରୁ ବିଭିନ୍ନ ରାଜ୍ୟର ଗାଡ଼ି ନମ୍ବର ପ୍ଲେଟ ସହ ୪୩ କେଜି ଗଂଜେଇ ଜବତ କରିଛି ଅବକାରୀ ବିଭାଗl ଏହା ସହ ବାଇକ ମଧ୍ୟ ଜବତ ହୋଇଛି।
ଏନେଇ ତୁଷୁରା ଅବକାରୀ ନିରୀକ୍ଷକ ଶ୍ରୀକାନ୍ତ ପାଣିଗ୍ରାହୀ କ୍ଷୀର ଜାର ଭିତରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇବା ପରେ ଚଢାଉ କରି ଗଞ୍ଜେଇ ଜବତ କରାଯାଇଥିଲା।
୪୪ କେଜି ଗଞ୍ଜେଇ ଜବତ ହୋଇଛି ବୋଲି ସେ କହିଛନ୍ତି।
Death: ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା: ବାଇକ୍ ଚାଳକ ମୃତ ବଲାଙ୍ଗୀର, କନ୍ଧମାଳ,ବୌଦ୍ଧ ଜିଲ୍ଲା ସୀମାନ୍ତ ଗାଁକୁ ଲାଗିକୁ ରହିଛି ତୁଷୁରା ଅବକାରୀ ଥାନା।
ତେବେ ପ୍ରତିଦିନ ଗୁଡଭେଳା ଯାମୁଟ ରାସ୍ତା ଦେଇ ତୁଷୁରା ଦେଓଗାଁ ରାସ୍ତା ଦେଇ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ଼କୁ ଚାଲାଣ କରାଯାଉଛି।
ଯାହା ଫଳରେ ତୁଷୁରା ରାସ୍ତା ଗଞ୍ଜେଇ କରିଡର ଭାବରେ ପରିଚିତ ।
ପୁଲିସ ଅବକାରୀ ବାରମ୍ଵାର ଚଢାଉ କରି ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ବି ମାଫିଆମାନେ ପଛଘୁଞ୍ଚା ଦେଉ ନାହାନ୍ତି।
ଯାହା ଫଳରେ ଏହି କାରବାର ଦିନକୁ ଦିନ ବୃଦ୍ଧି ପାଉଛି।
ତେବେ କେବେ ଗଞ୍ଜେଇ ଚୋରା ଚାଲାଣ ଉପରେ ରୋକ ଲାଗିବ ତାହା ଦେଖିବା ବାକି ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।