Rekha Birthday Special: ରେଖାଙ୍କ ଜନ୍ମଦିନ: ଅମିତାଭ ବଚ୍ଚନଙ୍କ ସହ ପ୍ରେମ ସମ୍ପର୍କରୁ ଗୁପ୍ତ ବିବାହ ଚର୍ଚ୍ଚା, ଆଜି ବି ରହସ୍ୟମୟ
"ମୁମ୍ବାଇ: ଆଜି ହେଉଛି ବଲିଉଡର ଖ୍ୟାତନାମା ଅଭିନେତ୍ରୀ ରେଖାଙ୍କ ଜନ୍ମଦିନ।
ଅନେକ ସମୟରେ ଏହି ନାୟିକାଙ୍କର ଲିଙ୍କ୍ଅପ୍ ଓ ବ୍ରେକ୍ ଅପ୍ , ଗୁପ୍ତ ବିବାହ ଆଦି ଘଟଣା ଅନେକ ସମୟରେ ଚର୍ଚ୍ଚାକୁ ଆସେ ଓ କେତେବେଳେ ତାହାକୁ ଗୁଜବ ବୋଲି କୁହାଯାଏ ।
ତେବେ ବଲିଉଡର ଏଭଳି ଘଟଣାର ଚର୍ଚ୍ଚା ଜଣାଶୁଣା ଅଭିନେତ୍ରୀରେଖାଙ୍କୁ ଅଧିକ ଲୋକପ୍ରିୟ କରିଥିଲା।Advertisment ବିଗ୍ ବି ଅମିତାଭ ବଚ୍ଚନ, ଗ୍ଲାମରସ୍ ରେଖା ଓ ସିଂପଲ୍ ଜୟା ଭାଦୁଡିଙ୍କ ବାସ୍ତବ ଜୀବନର ପେ୍ରମ ତ୍ରିକୋଣକୁ ଚର୍ଚ୍ଚା ସବୁବେଳେ ହୋଇଥାଏ ।
ଅମିତାଭ ଓ ରେଖା ପ୍ରଥମେ " ଦୋ ଅନ୍ଜାନେ"ର ସୁଟିଂ ସେଟ୍ରେ ପରସ୍ପର ସହିତ ପରିଚିତ ହୋଇଥିଲେ ।
ସେ ଦୁହେଁ ପରେ ବେଶ୍ କେତୋଟି ହିନ୍ଦୀ ସିନେମାରେ ଏକାଠି କାମ କରିଥିଲେ ।
ତେବେ ଉଭୟଙ୍କୁ ଏକାଠି ଶେଷ ଥର ପାଇଁ ୟଶ୍ ଚୋପ୍ରାଙ୍କ ସିନେମା "ସିଲ୍ ସିଲା" ରେ ଦେଖିବାକୁ ମିଳିଥିଲା ।
କୁହାଯାଏ ଯେ ଜୟାଙ୍କୁ ବିବାହ କରିବା ପରେ ବି ଅମିତାଭ ରେଖାଙ୍କ ସହ ସଂପର୍କ ରଖିଥିଲେ ।
ଖାଲି ସେତିକି ନୁହେଁ , ସେ ଦୁହେଁ ଗୋପନ ବିବାହ ମଧ୍ୟ କରିଥିଲେ ବୋଲି ଶୁଣିବାକୁ ମିଳୁଥିଲା ।
ରେଖା ସେଥିପାଇଁ ସିନେମାରେ ସବୁବେଳେ ସିନ୍ଦୂର ପିନ୍ଧିଥାଆନ୍ତି ବୋଲି କୁହାଯାଏ।
ଋଷି କପୁର ଓ ନୀତୁ ସିଂହଙ୍କ ମ୍ୟାରେଜ୍ ରିସେପ୍ସନ୍ ପାର୍ଟିରେ ବି ରେଖାଙ୍କ ଗଳାରେ ମଙ୍ଗଳସୂତ୍ର ଓ ସିନ୍ଥିରେ ସିନ୍ଦୂର ଦେଖିବାକୁ ମିଳିଥିଲା ।
ତେବେ ଅମିତାଭ ଓ ରେଖା ସଂପର୍କର କିଛି ଭବିଷ୍ୟତ ନାହିଁ ବୋଲି ଜାଣି ପରସ୍ପରକୁ ଦୂରେଇ ଯାଇଥିଲେ ।
Odisha Vigilance: ଆର୍ଆଣ୍ଡ୍ବି ଡିଭିଜନ୍-୧ରେ ୯.୨୪ କୋଟି ଟଙ୍କା ଆତ୍ମସାତ୍ ମାମଲା: ଆଉ ୩ ସରକାରୀ କର୍ମଚାରୀଙ୍କୁ ବାନ୍ଧିଲା ଓଡ଼ିଶା ଭିଜିଲାନ୍ସ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।