Delhi Building Tragedy: ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି: ମାଲିକ ହରିରାମ ବଂଶଲ ଗିରଫ
ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି ଘଟଣାରେ ବିଲ୍ଡିଂ ମାଲିକଙ୍କୁ ବାନ୍ଧିଲା ପୋଲିସ । ବିଲ୍ଡିଂ ମାଲିକ ହରିରାମଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ରାଜସ୍ଥାନ ଭିୱାଦିରୁ ଉଠାଇ ଆଣିଲା ଦିଲ୍ଲୀ ପୋଲିସ। ହରିରାମଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଥିଲା । ...
ସେପଟେ ଏହି ଘଟଣାରେ ୫ ଅଫିସର ସସପେଣ୍ଡ୍ ହୋଇଛନ୍ତି। MCD ଡେପୁଟି କମିଶନରଙ୍କୁ ମଧ୍ୟ ସସପେଣ୍ଡ କରିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଅଘଟଣରେ ୭ ଜଣଙ୍କ ଜୀବନ ଯାଇଥିଲା ବେଳେ ୧୨ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ମଧ୍ୟ ଛାତ୍ର ଓ ଶ୍ରମିକ ରହିଥିବା ସୂଚନା ମିଳିଛି। ଧ୍ବଂସସ୍ତୂପ ତଳେ ଏକାଧିକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି।
ସଂକଟାପନ୍ନଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। DDMA, NDRF, ଦିଲ୍ଲୀ ଫାୟାର ସର୍ଭିସେସ୍, ଦିଲ୍ଲୀ ପୋଲିସ, MCD, CTS ଏବଂ ସିଭିଲ୍ ଡିଫେନ୍ସର ଟିମ୍ ମିଳିତ ଭାବେ ଭଙ୍ଗା କୋଠା ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛନ୍ତି। ସେପଟେ କୋଠାକୁ ନେଇ ପର୍ଦ୍ଦାଫାସ ହୋଇଛି ଚାଞ୍ଚଲ୍ୟକର ତଥ୍ୟ । ବିଲଡିଂଟି ୫୦ ବର୍ଷ ପୁରୁଣା ଥିଲା।
ଦୁର୍ଘଟଣା ସମୟରେ ବେସମେଣ୍ଟରେ ଚାଲିଥିଲା ମରାମତି କାମ । କୋଠାଟିକୁ ପିଜି ହଷ୍ଟେଲ୍ ଭାବେ ବ୍ୟବହୃତ କରାଯାଉଥିଲା। ଯେଉଁଠି ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରମାନେ ରହୁଥିଲେ। ଏଥିରେ ପ୍ରାୟ ୩୦ଟି ରୁମ୍ ରହିଥିଲା। ଏହା ଏକ ଆବାସିକ କୋଠା ଥିଲା କିନ୍ତୁ ବାଣିଜ୍ୟିକ ଭାବେ ବ୍ୟବହାର କରାଯାଉଥିଲା। ବିଲଡିଂ ମାଲିକ ହରିରାମ ବଂଶଲଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ FIR ହୋଇଥିବା ଜଣାପଡ଼ିଛି।...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।