Delhi Govt Hospital: ଦିଲ୍ଲୀର ସରକାରୀ ହସ୍ପିଟାଲରେ ନିଯୁକ୍ତି ସୁଯୋଗ

Oct 16, 2026 - 17:12
Delhi Govt Hospital: ଦିଲ୍ଲୀର ସରକାରୀ ହସ୍ପିଟାଲରେ ନିଯୁକ୍ତି ସୁଯୋଗ

"ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ହସ୍ପିଟାଲରେ ଚାକିରି ଖୋଜୁଛନ୍ତି ଏବଂ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର।

ଦିଲ୍ଲୀର ସତ୍ୟବାଦୀ ରାଜା ହରିଶ୍ଚନ୍ଦ୍ର ହସ୍ପିଟାଲର ବିଭିନ୍ନ ବିଭାଗରେ ୧୨ଟି ପଦ ପାଇଁ ନିଯୁକ୍ତି ବାହାରିଛି।

ଏହି ପଦଗୁଡ଼ିକରେ ସିଧାସଳଖ ନିଯୁକ୍ତି କରାଯିବ।

ସବୁଠାରୁ ବଡ଼ କଥା ହେଉଛି, ଏଥିପାଇଁ ପ୍ରାର୍ଥୀମାନଙ୍କୁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।

ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।

ହସ୍ପିଟାଲର ୬ଟି ବିଭାଗରେ ବରିଷ୍ଠ ଆବାସିକ ଡାକ୍ତର ପଦ ପାଇଁ ଏହି ନିଯୁକ୍ତି କରାଯାଉଛି।Advertisment କେଉଁ ବିଭାଗରେ କେତେ ପଦ?

ବିଭାଗ ପଦ ସଂଖ୍ୟା ଆନାସ୍ଥେସିଆ ୨ ରେଡିଓଲୋଜି ୪ ଅର୍ଥୋପେଡିକ୍ସ ୨ ପ୍ରସୂତି ଓ ସ୍ତ୍ରୀରୋଗ ୧ ସର୍ଜରୀ ୨ ପାଥୋଲୋଜି ୧ ମୋଟ ୧୨ କେବେ ହେବ ସାକ୍ଷାତକାର?

ଏହି ୧୨ଟି ପଦ ପାଇଁ ପ୍ରାର୍ଥୀମାନେ ସକାଳ ୯ଟାରୁ ୧୧ଟା ମଧ୍ୟରେ ସାକ୍ଷାତକାର ଦେଇପାରିବେ।

ଚଳିତ ମାସରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସରକାରୀ ଛୁଟି ବ୍ୟତୀତ ହସ୍ପିଟାଲ ପରିସରରେ ସାକ୍ଷାତକାର ନିଆଯାଉଛି।

ସାକ୍ଷାତକାରର ଠିକଣା: ସ୍ଥାନ: ସମ୍ମିଳନୀ କକ୍ଷ, କୋଠରୀ ନମ୍ବର ୧୦୩ ହସ୍ପିଟାଲ: ସତ୍ୟବାଦୀ ରାଜା ହରିଶ୍ଚନ୍ଦ୍ର ହସ୍ପିଟାଲ ପ୍ଲଟ୍ ନମ୍ବର: ୩୦, ସେକ୍ଟର-୭ଏ ସ୍ଥାନ: ନରେଲା, ଦିଲ୍ଲୀ–୧୧୦୦୪୦ ଆବେଦନ ପାଇଁ କ"ଣ ରହିଛି ଯୋଗ୍ୟତା?

ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ପାଖରେ ଦିଲ୍ଲୀ ମେଡିକାଲ କାଉନସିଲ୍‌ର ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରି କିମ୍ବା ଡିପ୍ଲୋମା ଥିବା ଆବଶ୍ୟକ।

ଯଦି ସ୍ନାତକୋତ୍ତର ଯୋଗ୍ୟତା ଥିବା ପ୍ରାର୍ଥୀ ମିଳନ୍ତି ନାହିଁ, ତେବେ ଏମ୍‌ବିବିଏସ୍‌ ପରେ ୨ ବର୍ଷର ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ମଧ୍ୟ ସୁଯୋଗ ଦିଆଯାଇପାରେ।

ବୟସ ସୀମା କେତେ?

ସର୍ବାଧିକ ବୟସ: ୪୫ ବର୍ଷ।

ସାକ୍ଷାତକାର ତାରିଖ ଆଧାରରେ ବୟସ ଗଣନା କରାଯିବ।

ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ବୟସ ସୀମାରେ ଛାଡ଼ ମିଳିବ।

ମାସିକ ଦରମା ୨ ଲକ୍ଷ ଟଙ୍କାରୁ ଅଧିକ ଏହି ନିଯୁକ୍ତିରେ ଚୟନ ହେଉଥିବା ପ୍ରାର୍ଥୀମାନଙ୍କୁ ପେ ମ୍ୟାଟ୍ରିକ୍ସର ଲେଭଲ୍‌-୧୧ ଅନୁଯାୟୀ ଦରମା ଦିଆଯିବ।

ସର୍ବନିମ୍ନ ମାସିକ ଦରମା: ୬୭,୭୦୦ ଟଙ୍କା।

ସର୍ବାଧିକ ମାସିକ ଦରମା: ୨,୦୮,୭୦୦ ଟଙ୍କା।

ଏହା ସହିତ ନିୟମ ଅନୁଯାୟୀ ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିବ।

ନିଯୁକ୍ତି ପ୍ରସ୍ତାବ ପତ୍ର ଜାରି ହେବାର ୭ ଦିନ ମଧ୍ୟରେ ପ୍ରାର୍ଥୀଙ୍କୁ ଚାକିରିରେ ଯୋଗଦେବାକୁ ପଡ଼ିବ।

ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଗ ନଦେଲେ ନିଯୁକ୍ତି ପ୍ରସ୍ତାବ ସ୍ୱତଃ ବାତିଲ ହୋଇଯିବ।

ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ "ମଧୁମାଳତୀ", ପ୍ରେମର ନିଆରା କାହାଣୀରେ ମନ ଜିଣିଲେ ମହାଶ୍ୱେତା ଓ ସଞ୍ଜୟ ମିଶ୍ରା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।