Delhi HC: ଆରକ୍ଷଣ ବିରୋଧୀ ପ୍ରଦର୍ଶନକୁ ଅନୁମତି କାହିଁକି ଦେଇନ? ଦିଲ୍ଲୀ ପୁଲିସକୁ ହାଇକୋର୍ଟଙ୍କ ପ୍ରଶ୍ନ

Sep 18, 2026 - 18:16
Delhi HC: ଆରକ୍ଷଣ ବିରୋଧୀ ପ୍ରଦର୍ଶନକୁ ଅନୁମତି କାହିଁକି ଦେଇନ? ଦିଲ୍ଲୀ ପୁଲିସକୁ ହାଇକୋର୍ଟଙ୍କ ପ୍ରଶ୍ନ

"ନୂଆଦିଲ୍ଲୀ: ଆରକ୍ଷଣ ନୀତି ଓ ୟୁଜିସିର ନୂଆ ନିୟମାବଳୀ ବିରୋଧରେ ଯନ୍ତରମନ୍ତରରେ ପ୍ରସ୍ତାବିତ ପ୍ରଦର୍ଶନକୁ ଅନୁମତି ନ ଦେବା ନେଇ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ପୁଲିସକୁ ପ୍ରଶ୍ନ କରିଛନ୍ତି।

ଜଷ୍ଟିସ୍‌ ସ୍ୱର୍ଣ୍ଣକାନ୍ତା ଶର୍ମା ଗୁରୁବାର କ୍ଷତ୍ରିୟ କରଣୀ ସେନା ପକ୍ଷରୁ ଦାଏର ଆବେଦନର ଶୁଣାଣି କରି କହିଛନ୍ତି, ଏକ ପ୍ରଦର୍ଶନ ଉପରେ ଏଭଳି ସମ୍ପୂର୍ଣ୍ଣ ରୋକ୍‌ କିପରି ଲଗାଯାଇପାରିବ?Advertisment କରଣୀ ସେନା ପକ୍ଷରୁ ଅଧିବକ୍ତା ରୋଶନ ଧନାଇ ଅଦାଲତଙ୍କୁ କହିଥିଲେ ଯେ, ସଂଗଠନ ପ୍ରଥମେ ଯନ୍ତରମନ୍ତରରେ ସେପ୍ଟେମ୍ବର ୨୦ରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ପାଇଁ ଅନୁମତି ମାଗିଥିଲା।

ପୁଲିସ ପକ୍ଷରୁ ଅନୁମତି ଦିଆଯିବ ବୋଲି କୁହାଯାଇଥିଲା।

କିନ୍ତୁ ସେପ୍ଟେମ୍ବର ୧୫ରେ ପୁଲିସ ଏକ ପତ୍ର ଦେଇ ଅନୁମତି ପ୍ରତ୍ୟାହାର କରିଥିଲା।

ପ୍ରଦର୍ଶନରେ ଆବେଦନକାରୀଙ୍କ ଦାବିଠାରୁ ଅଧିକ ଲୋକ ଆସିପାରନ୍ତି ଏବଂ ଭିଡ଼ ନିୟନ୍ତ୍ରଣ କଷ୍ଟକର ହୋଇପାରେ ବୋଲି ପୁଲିସ ଆଶଙ୍କା ପ୍ରକାଶ କରିଥିଲା।

ଏହା ଉପରେ ଜଷ୍ଟିସ୍‌ ଶର୍ମା ପ୍ରଶ୍ନ କରିଥିଲେ, କେବଳ କିଛି ଅଧିକ ଲୋକ ଆସିପାରନ୍ତି ବୋଲି ଆଶଙ୍କା କରି ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ମନା କରାଯାଇପାରିବ କି?

ପୂର୍ବ ଶୁଣାଣିରେ ମଧ୍ୟ ଅଦାଲତ ପୁଲିସକୁ ଆବଶ୍ୟକ ସର୍ତ୍ତ ଓ କଟକଣା ଲଗାଇ ପ୍ରଦର୍ଶନକୁ ଅନୁମତି ଦେବା ବିଷୟରେ କହିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ।

ପୁଲିସ ପକ୍ଷରୁ ଭିଡିଓ କନ୍‌ଫରେନ୍ସିଂରେ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ୍‌ ଚେତନ ଶର୍ମା କହିଥିଲେ ଯେ, ସୁପ୍ରିମ୍‌କୋର୍ଟଙ୍କ କେତେକ ନିର୍ଦ୍ଦେଶାବଳୀ ଅନୁଯାୟୀ ପୁଲିସ କାର୍ଯ୍ୟ କରୁଛି।

ଯନ୍ତରମନ୍ତର ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ସେଠାରେ ବଡ଼ ଭିଡ଼ ହେଲେ କେନ୍ଦ୍ରୀୟ ଦିଲ୍ଲୀର ଯାତାୟାତ ଓ ଆଇନଶୃଙ୍ଖଳା ପ୍ରଭାବିତ ହୋଇପାରେ ବୋଲି ସେ କହିଥିଲେ।

ସୋସିଆଲ୍‌ ମିଡିଆରେ ପ୍ରଦର୍ଶନ ସମ୍ପର୍କିତ ଭିଡିଓରେ ଅଧିକ ସଂଖ୍ୟକ ଲାଇକ୍‌ ଥିବାରୁ ବହୁ ସଂଖ୍ୟାରେ ଲୋକ ଆସିପାରନ୍ତି ବୋଲି ମଧ୍ୟ ପୁଲିସ ଆଶଙ୍କା କରିଥିଲା।

ଏହାପରେ ଅଦାଲତ ପଚାରିଥିଲେ, ସ୍ଥାନ ପରିବର୍ତ୍ତନ କରି ଆବଶ୍ୟକ ସର୍ତ୍ତ ସହ ପ୍ରଦର୍ଶନକୁ ଅନୁମତି ଦିଆଯାଇପାରିବ କି?

ଏଏସ୍‌ଜି ଚେତନ ଶର୍ମା ଏହି ବିକଳ୍ପ ଉପରେ ବିଚାର କରାଯିବ ବୋଲି କହିଥିଲେ।

ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ରେ ହେବ।

ଫାଣ୍ଡି ଅଧିକାରୀ ଓ ସନ୍ଦିଗ୍ଧ ଯୁବତୀଙ୍କୁ ତାଲା ପକାଇ ରଖିଲେ ଗ୍ରାମବାସୀ, ଭାଇରାଲ୍‌ ହେଲା ଭିଡ଼ିଓ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।