Delhi-Lucknow Flight: ବାୟୁ ଚାପ ଯୋଗୁ ଆକାଶରେ ଚକ୍କର କାଟିଲା ଦିଲ୍ଲୀ-ଲକ୍ଷ୍ନୌ ବିମାନ; ବିମାନରେ ରାହୁଲ ଗାନ୍ଧୀ ବି ଥିଲେ
"ଲକ୍ଷ୍ନୌ : ଦିଲ୍ଲୀରୁ ଲକ୍ଷ୍ନୌକୁ ଉଡ଼ାଣ କରୁଥିବା ଏକ ବିମାନ ଆଜି ଦ୍ବିତୀୟ ଉଦ୍ୟମରେ ଲକ୍ଷ୍ନୌ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଛି ।
ରିପୋର୍ଟ ଅନୁଯାୟୀ, ବିମାନଟି ଅବତରଣ କରିବା ସମୟରେ ଆକାଶରେ କିଛି ସମୟ ଚକ୍କର କାଟିଥିଲା ।
ପ୍ରବଳ ବାୟୁ ଚାପ ପାଇଁ ବିମାନଟି ପ୍ରଥମ ଉଦ୍ୟମରେ ଅବତରଣ କରିବାରେ ବିଫଳ ହୋଇଥିଲା ।
ପାଇଲଟ ଏହାପରେ ଦ୍ବିତୀୟ ଉଦ୍ୟମରେ ବିମାନକୁ ସୁରକ୍ଷିତ ଅବତରଣ କରାଇଥିଲେ ।Advertisment Drug Issue: ନିଶା ସମସ୍ୟା ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ପରଦିନ ଗୁଲଜାରଙ୍କ ଆତ୍ମହତ୍ୟା ମିଳିଥିବା ସୂଚନାନୁଯାୟୀ, ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧୭ ଦିଲ୍ଲୀରୁ ଲକ୍ଷ୍ନୌକୁ ଉଡ଼ାଣ କରୁଥିଲା ।
ବିମାନରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଥିଲେ ।
ବିମାନଟି ଲକ୍ଷ୍ନୌ ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ଏହା ଅପରାହ୍ଣ ପ୍ରାୟ ୩ଟା ୪୫ ସମୟରେ ଆକାଶରେ ଚକ୍କର କାଟିଥିଲା ।
ପାଇଲଟ ଏହାପରେ ଦ୍ବିତୀୟ ଉଦ୍ୟମ କରିଥିଲେ।
ପାଖାପାଖି ୧୦ ମିନିଟ୍ ପରେ ଅପରାହ୍ଣ ୩.୫୫ରେ ବିମାନଟି ଲକ୍ଷ୍ନୌ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା ।
ବିମାନ ଅବତରଣ କରିବା ପରେ ରାହୁଲଙ୍କ ସମେତ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ବାହାରିଥିଲେ ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।