Delhi Police: ‘ସଂରକ୍ଷଣ ହଟାଓ ଆନ୍ଦୋଳନ’କୁ ଦିଲ୍ଲୀ ପୁଲିସଙ୍କ ଅନୁମତି ମିଳିଲା

Aug 21, 2026 - 15:53
Delhi Police: ‘ସଂରକ୍ଷଣ ହଟାଓ ଆନ୍ଦୋଳନ’କୁ ଦିଲ୍ଲୀ ପୁଲିସଙ୍କ ଅନୁମତି ମିଳିଲା

"ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଶୁକ୍ରବାର ରାମଲୀଳା ମୈଦାନରେ "ସଂରକ୍ଷଣ ହଟାଓ ଆନ୍ଦୋଳନ" ଅନ୍ତର୍ଗତ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଅନୁମତି ଦେଇଛି।

ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସର୍ବାଧିକ ୫୦୦ ଲୋକଙ୍କୁ ସଭାସ୍ଥଳରେ ଏକତ୍ରିତ ହେବାକୁ ଅନୁମତି ମିଳିଛି।

ପୁଲିସ କହିଛି ଯେ, ଆଇନ ଶୃଙ୍ଖଳା ଦୃଷ୍ଟିକୋଣରୁ ପ୍ରତିବାଦ ପାଇଁ ଏହାର କୌଣସି ଆପତ୍ତି ନାହିଁ।

Advertisment "ସଂରକ୍ଷଣ ହଟାଓ ଆନ୍ଦୋଳନ" କକ୍ରୋଚ ଜନତା ପାର୍ଟି ପରି "ସଂରକ୍ଷଣ ହଟାଓ ଆନ୍ଦୋଳନ" ଏକ ଇନଷ୍ଟାଗ୍ରାମରେ ଡିଜିଟାଲ ଅଭିଯାନ ଭାବରେ ଆରମ୍ଭ ହୋଇଥିଲା।

ଇନଷ୍ଟାଗ୍ରାମରେ ୫.୬ ନିୟୁତ ଅନୁଗାମୀ ଥିବା ଏହି ଅଭିଯାନ ପୂର୍ବରୁ ଅଗଷ୍ଟ ୨୧ ତାରିଖରେ ଯନ୍ତରମନ୍ତରରେ ସଂରକ୍ଷଣ ବିରୋଧୀ ପ୍ରତିବାଦ ପାଇଁ ଡାକରା ଦେଇଥିଲା।

ଯନ୍ତରମନ୍ତରଠାରେ ଏମାନଙ୍କୁ ପ୍ରତିବାଦ ପାଇଁ କୌଣସି ଅନୁମତି ଦିଆଯାଇ ନଥିବା ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଥିଲା।

ତେବେ ପରେ ରାମଲୀଳା ମୈଦାନରେ ଦିନ ୪ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ଅନୁମତି ଦିଆଯାଇଥିଲା।

CJP: ଜୟପୁରରେ ସିଜେପି ନେତାଙ୍କ ଉପରେ ଆକ୍ରମଣ, ସରକାରୀ ସ୍କୁଲ ଗସ୍ତ ବେଳେ ଗଣ୍ଡଗୋଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।