Standing committee: ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ
"ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୩ର ଅଧ୍ୟକ୍ଷ ବାବୁ ସିଂଙ୍କ ଅଧ୍ୟକ୍ଷତାରେ ଗତ ୨ ତାରିଖଠାରୁ ଆଗାମୀ ୭ ତାରିଖ ପର୍ଯ୍ୟନ୍ତ କମିଟି ଉତ୍ତର ପ୍ରଦେଶ ରାଜ୍ୟ ଗସ୍ତରେ ଯାଇଛନ୍ତି।
ଉକ୍ତ ଗସ୍ତରେ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଶ୍ରୀଯୁକ୍ତ (ଡ.) ବ୍ୟମୋକେଶ ରାୟ, ସୁନୀଲ କୁମାର ମହାନ୍ତି, ମାନସ କୁମାର ଦତ୍ତ ଓ ନିଳମାଧବ ହିକ୍କା ଇତ୍ୟାଦି ମାନ୍ୟବର ବିଧାୟକମାନେ କମିଟିଙ୍କ ଗସ୍ତରେ ସାମିଲ ଅଛନ୍ତି ଏବଂ ଉକ୍ତ ଗସ୍ତରେ ବିଧାନସଭା ତରଫରୁ କମିଟି ଅଧିକାରୀ ଈଶ୍ୱର ଚନ୍ଦ୍ର ନାୟକ ଓ ନିରଞ୍ଜନ କର, ଓଏସ୍ଡ଼ି ତଥା ଯୁଗ୍ମ ସଚିବ (ରିପୋଟିଂ) ମଧ୍ୟ କମିଟିଙ୍କ ଗସ୍ତରେ ସାମିଲ ହୋଇ ପୂର୍ଣ୍ଣ ସହାୟତା କରୁଛନ୍ତି।Advertisment ଗତ ୩ ତାରିଖ ଦିନ ବାହାର ରାଜ୍ୟ ଗସ୍ତରେ ଥିବା ଷ୍ଟାଣ୍ଡିଂ କମିଟି ଉତ୍ତର ପ୍ରଦେଶ ରାଜ୍ୟ ବିଧାନସଭା ପରିଦର୍ଶନ କରିବା ସହିତ ବିଧାନସଭାର ବାଚସ୍ପତି ସତିଶ ମାହାନା ଓ ବିଧାନସଭା ସଚିବ ପ୍ରଦିପ କୁମାର ଦୁବେ ତଥା ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ବିଧାନସଭା ପରିଚାଳନା, ସ୍ଥାୟୀ କମିଟି ଗଠନ ଓ ଅନ୍ୟାନ୍ୟ କମିଟିଙ୍କ କାର୍ଯ୍ୟ ପରିଚାଳନା ଏବଂ ଏହାର କ୍ଷମତା, ବିଧାନସଭାରେ କାର୍ଯ୍ୟକାରୀ ହେଉଥିବା ଇ-ବିଧାନ ସିଷ୍ଟମ୍ର ଉପଯୋଗ, ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବା ଓ ପାରିତ କରିବା ପଦ୍ଧତି ଏବଂ ଏଠାରେ ମାନ୍ୟବର ବିଧାୟକମାନଙ୍କୁ ଦିଆଯାଉଥିବା ସୁବିଧାସୁଯୋଗ ସହିତ ନିର୍ମାଣ ବିଭାଗ ଓ ଗୃହ ଓ ନଗର ଉନ୍ନୟନ, ଡ୍ରେନେଜ୍ ସିଷ୍ଟମ୍ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
Babu Singh: ବାଦଲ ଭାଇଙ୍କ ଲୋକ କଲ୍ୟାଣ କାର୍ଯ୍ୟ ସ୍ମରଣୀୟ ରହିବ: ବାବୁ ସିଂ ଏତଦ୍ବ୍ୟତୀତ କମିଟି ବିଧାନସଭା ଗ୍ୟାଲେରୀ ପରିଦର୍ଶନ କରିବା ସହିତ ବିଧାନସଭା କାର୍ଯ୍ୟ ପରିଚାଳନା ସମ୍ପର୍କିତ ସମସ୍ତ ସୂଚନା କିପରି ବିଧାୟକ ଓ ସାଧାରଣରେ ଉପଲବ୍ଧ କରାଯାଇପାରୁଛି, ସେ ସମ୍ପର୍କରେ ବିଶେଷ ସୂଚନା ପ୍ରାପ୍ତ କରିଥିଲେ ଏବଂ ବିଧାନସଭା ଚାଲିଥିବାବେଳେ କିପରି ୟୁଟୁ୍ୟବ୍ ଓ ସିଧାପ୍ରସାରଣ କରାଯାଉଛି, ସେ ସମ୍ପର୍କରେ ମଧ୍ୟ ବିଶେଷ ସୂଚନା ପ୍ରାପ୍ତ କରିଥିଲେ।
ଉତ୍ତରପ୍ରଦେଶ ପରି ଓଡ଼ିଶା ରାଜ୍ୟ ବିଧାନସଭାରେ ମଧ୍ୟ ଅନୁରୂପ ଭାବରେ କିପରି ସଂସ୍କାର ଅଣାଯାଇପାରିବ ସେ ଦିଗରେ ମଧ୍ୟ ପର୍ଯ୍ୟାଲୋଚନା କରାଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।