Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ
"ନୂଆଦିଲ୍ଲୀ: ଅକ୍ଟୋବର ୧୦ରେ କକ୍ରୋଚ୍ ଜନତା ପାର୍ଟି ଦିଲ୍ଲୀରେ ଆନ୍ଦୋଳନ କରିବ।
ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି ଏହି ଆନ୍ଦୋଳନ ଡାକରା ଦେଇଥିବାବେଳେ ଏଥିପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
Advertisment ଆଇନ ଶୃଙ୍ଖଳା ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୨୧ କମ୍ପାନି ସିଏପିଏଫ୍ ତଥା ୨୩ ହଜାର ସିଏପିଏଫ୍ ସଦସ୍ୟ ଦିଲ୍ଲୀ ପୁଲିସକୁ ପ୍ରଦାନ କରିଛନ୍ତି।
ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ଦିଲ୍ଲୀ ପୁଲିସକୁ ଅକ୍ଟୋବର ୮ରୁ ୧୨ ପର୍ଯ୍ୟନ୍ତ ୨୨୧ ସିଏପିଏଫ୍ କମ୍ପାନି ପ୍ରଦାନ କରାଯାଇଛି।
ସିଜେପିର ପୂର୍ବ ଆନ୍ଦୋଳନରୁ ପୁଲିସ ୨୮୦୦ ଅପରାଧୀଙ୍କୁ ଟ୍ରାକ୍ କରିଛି।
ଦିଲ୍ଲୀ ଅଭିମୁଖେ ଆସୁଥିବା ବସ୍କୁ ଭଲଭାବେ ଯାଞ୍ଚ କରାଯାଉଛି।
ପୁଲିସ ବିଶ୍ବବିଦ୍ୟାଳୟ ଏବଂ ପିଜି ମାଲିକଙ୍କ ନିକଟରେ ମଧ୍ୟ ପହଞ୍ଚି ଛାତ୍ରମାନଙ୍କୁ ଆନ୍ଦୋଳନରେ ଭାଗ ନେବାପାଇଁ ନିରୁତ୍ସାହିତ କରୁଛି।
ସିଜେପି ଆନ୍ଦୋଳନ ପାଇଁ ଦିଲ୍ଲୀ ପୁଲିସକୁ ୧୫୦ ବଡିକ୍ୟାମେରା ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀ ଅଞ୍ଚଳରେ ମୁତୟନ ଅଫିସର୍ଙ୍କୁ ଦିଲ୍ଲୀ ପୁଲିସ ବଡି କ୍ୟାମେରା ପ୍ରଦାନ କରିଛି।
ନିକଟରେ ୩ ମହିଳା ସାମ୍ବାଦିକ ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ଅଭିଯୋଗ କରିବା ପରେ ଏହି ପଦକ୍ଷେପ ଗ୍ରହଣ ହୋଇଛି।
ତେବେ ଯନ୍ତରମନ୍ତରରେ ଆନ୍ଦୋଳନ ପାଇଁ କୌଣସି ଅନୁମତି ପ୍ରଦାନ କରାଯାଇନି ଏବଂ ଲୋକମାନେ ଅନଧିକୃତ ଭାବେ ଏଠିସେଠି ରୁଣ୍ଡ ନ ହେବାପାଇଁ ଜଣେ ବରିଷ୍ଠ ପୁଲିସ ଅଫିସର୍ ଅନୁରୋଧ କରିଛନ୍ତି।
ସେ କହିଛନ୍ତି, ଶନିବାର ସହରରେ କୌଣସି ଆଇନ ଶୃଙ୍ଖଳା ସ୍ଥିତିର ମୁକାବିଲା କରିବାପାଇଁ ଆମେ ଭଲଭାବେ ପ୍ରସ୍ତୁତ ଅଛୁ ଏବଂ ଯନ୍ତରମନ୍ତରରେ କୌଣସି ଆନ୍ଦୋଳନ ପାଇଁ ଏଯାବତ୍ ଅନୁମତି ମିଳିନାହିଁ।
ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ଉପରେ ଆକ୍ରମଣ ନ କରିବା ପାଇଁ ଆନ୍ଦୋଳନକାରୀଙ୍କୁ ଅନୁରୋଧ କରାଯାଇଛି।
ସୁରକ୍ଷାବାହିନୀ ପକ୍ଷରୁ ମହିଳା ଆନ୍ଦୋଳନକାରୀଙ୍କ ସହ ମୁକାବିଲା କରିବା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶ ପ୍ରଦାନ କରାଯାଇଛି ଏବଂ ଅନାବଶ୍ୟକ ସଂଘର୍ଷଠାରୁ ଦୂରେଇ ରହିବା ପାଇଁ କୁହାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।