Delhi Security: ମାସେ ପର୍ଯ୍ୟନ୍ତ ଦିଲ୍ଲୀରେ ମୁତୟନ ରହିବେ ଅର୍ଦ୍ଧସାମରିକ ବାହିନୀର ୨୦ ହଜାର ସଦସ୍ୟ
ନୂଆଦିଲ୍ଲୀ: ବିରୋଧୀ ଇଣ୍ଡି ମେଣ୍ଟ ଏବଂ କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନ ପାଇଁ ଦିଲ୍ଲୀରେ ମୁତୟନ ରହିଥିବା ୨୦ ହଜାର ଅର୍ଦ୍ଧସାମରିକ ସଦସ୍ୟ ପାଖାପାଖି ଆହୁରି ମାସେ ପର୍ଯ୍ୟନ୍ତ ମୁତୟନ ରହିବେ। ଆଗକୁ ପାର୍ବଣ ଋତୁ ଥିବାରୁ ବଜାର ଓ ଅନ୍ୟ ସାର୍ବଜନୀନ ସ୍ଥାନରେ ଭିଡ଼ ବଢ଼ିବାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀକୁ ମଧ୍ୟ ଆଜି ୩ଟି ନୂଆ ଆନ୍ଦୋଳନ ସ୍ଥଳ ମିଳିଛି, ଯେଉଁଥିରେ ରାମଲୀଳା ଗ୍ରାଉଣ୍ଡ୍, ବୁରାଡ଼ି ଗ୍ରାଉଣ୍ଡ୍ ଓ ସିବିଡି ଗ୍ରାଉଣ୍ଡ୍ ରହିଛି। ନୂଆ ଆନ୍ଦୋଳନ ସ୍ଥଳର ସୁରକ୍ଷା ବ୍ୟବସ୍ଥା ମଧ୍ୟ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି।
ପାର୍ବଣ ଋତୁରେ ଅର୍ଦ୍ଧସାମରିକ ସଦସ୍ୟ
ଅନୁମତି ନଥାଇ ଏକତ୍ରିକ ହେବାରୁ ରୋକିବା ପାଇଁ ସହରର ସୀମା, ରେଳ ଷ୍ଟେସନ୍, ବସ୍ ଟର୍ମିନାଲ୍ ଓ ଅନ୍ୟ ସମ୍ବେଦନଶୀଳ ସ୍ଥଳଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ପୁଲିସ ସୀମାଗୁଡ଼ିକରେ ଗାଡ଼ିକୁ ଭଲଭାବେ ଚେକ୍ କରୁଛି ଏବଂ ସହରର ହୋଟେଲ୍, ଗେଷ୍ଟ ହାଉସ୍, ଲଜ୍ ଓ ଧର୍ମଶାଳାରେ ଭଲଭାବେ ଯାଞ୍ଚ କରାଯାଉଛି। ଅର୍ଦ୍ଧସାମରିକ ସଦସ୍ୟଙ୍କ ସହ ୧ ହଜାର ଦିଲ୍ଲୀ ପୁଲିସ ମଧ୍ୟ ମୁତୟନ ହୋଇଛନ୍ତି। ନୂଆଦିଲ୍ଲୀ ଜିଲ୍ଲା ୨୦ଟି ଜୋନ୍ରେ ବିଭକ୍ତ ହୋଇଛି। ଯୁଗ୍ମ କମିସନର, ଉପକମିସନର ଏବଂ ଅତିରିକ୍ତ ଉପକମିସନର ବାସ୍ତବ ସ୍ଥିତିକୁ ଭଲଭାବେ ଯାଞ୍ଚ କରୁଛନ୍ତି।
Jantar Mantar: ଜନ୍ତର ମନ୍ତରରେ ଧାରଣା ମନା: ଦିଲ୍ଲୀରେ ପ୍ରତିବାଦ ପାଇଁ ତିନୋଟି ନୂତନ ସ୍ଥାନ ନିରୂପଣ କଲେ ସରକାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।