Delhi: ଟ୍ରେନ୍ ବାତିଲ, ଇଣ୍ଟରନେଟ୍ ସ୍ଥଗିତ, ୟୁପିଆଇ ଠପ୍‌ ଦିଲ୍ଲୀରେ ଜନଜୀବନ ଅସ୍ତବ୍ୟସ୍ତ

Oct 10, 2026 - 22:09
Delhi: ଟ୍ରେନ୍ ବାତିଲ, ଇଣ୍ଟରନେଟ୍ ସ୍ଥଗିତ, ୟୁପିଆଇ ଠପ୍‌ ଦିଲ୍ଲୀରେ ଜନଜୀବନ ଅସ୍ତବ୍ୟସ୍ତ

"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଆନ୍ଦୋଳନକୁ ନେଇ ଜାରି ରହିଥିବା କଡ଼ାସୁରକ୍ଷା କଟକଣା ଯୋଗୁଁ ଶନିବାର ରାଜଧାନୀର ରେଳ ଯାତ୍ରୀମାନେ ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।

ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ମାଧ୍ୟମରେ ଭୋଟର ତାଲିକା ହେରଫେର ଅଭିଯୋଗ ନେଇ ଏହି ପ୍ରତିବାଦର ଡାକରା ଦିଆଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଇଣ୍ଟରନେଟ୍ ସେବା ସ୍ଥଗିତ ରହିବା ଯୋଗୁଁ ଡିଜିଟାଲ୍ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ଅନେକ ଯାତ୍ରୀ ୟୁପିଆଇ ପେମେଣ୍ଟ କରିନପାରି ବିଭିନ୍ନ ସ୍ଥାନରେ ଫସି ରହିଥିବା ଦେଖିବାକୁ ମିଳିଛି।Advertisment ଆହୁରି ପଢନ୍ତୁ :El Nino: "ଏଲ୍ ନିନୋ ୨୦୨୬–୨୭: ତୀବ୍ର ହେଉଛି" ଆଜି ରେଳ ଷ୍ଟେସନର ମାଇକ୍‌ରେ ଗୋଟିଏ ପରେ ଗୋଟିଏ ଟ୍ରେନ ବାତିଲ ହେବାର ଆନୁଷ୍ଠାନିକ ଘୋଷଣା ଜାରି ରହିଥିଲା।

ବାରାଣସୀ ଯାଉଥିବା ଟ୍ରେନ ସହିତ ପୁଣେ ଏକ୍ସପ୍ରେସ୍ ଭଳି ପ୍ରମੁଖ ଟ୍ରେନଗୁଡ଼ିକ ବାତିଲ ହେବା ନେଇ ବାରମ୍ବାର ସୂଚନା ଦିଆଯାଉଥିଲା।

ଷ୍ଟେସନରେ କାର୍ଯ୍ୟରତ ଜଣେ ବରିଷ୍ଠ ରେଳ ଅଧିକାରୀ ଶନିବାର ମୋଟ ୧୭୦ରୁ ଅଧିକ ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି।

ଷ୍ଟେସନ ପରିସରରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ଯାତ୍ରୀମାନେ ଅନ୍‌ଲାଇନ ମାଧ୍ୟମରେ ଟ୍ରେନର ସୂଚନା କିମ୍ବା କୌଣସି ଖବର ମଧ୍ୟ ପାଇପାରି ନଥିଲେ, ଯାହା ସେମାନଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଥିଲା।

ଆହୁରି ପଢନ୍ତୁ :Rahul Gandhi: ତାମିଲନାଡ଼ୁକୁ ଟାର୍ଗେଟ୍‌ କରୁଛନ୍ତି କେନ୍ଦ୍ର ସରକାର: ରାହୁଲ ଚେନ୍ନାଇରେ "ଛାତ୍ରୋଁ କୀ ଗୁଞ୍ଜ" କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ନିଶାଣ କେନ୍ଦ୍ରୀୟ ଦିଲ୍ଲୀରେ ବିଏନ୍‌ଏସ୍‌ଏସ୍‌ର ଧାରା ୧୬୩ ଲାଗୁ କରାଯାଇଥିବାରୁ ସମ୍ବେଦନଶୀଳ ଅଞ୍ଚଳକୁ ସଂଯୋଗ କରୁଥିବା ସମସ୍ତ ମୁଖ୍ୟ ରାସ୍ତାରେ ମଲ୍ଟି-ଲେୟାର ବାରିକେଡ୍ ଲଗାଯାଇଥିଲା।

ଯନ୍ତର ମନ୍ତର ଏବଂ କନଟ୍ ପ୍ଲେସରେ ସାଧାରଣ ଲୋକଙ୍କ ଅପେକ୍ଷା ପୁଲିସ କର୍ମଚାରୀଙ୍କ ସଂଖ୍ୟା ଅଧିକ ଥିଲା।

ରେଳ ଷ୍ଟେସନକୁ ଯାଉଥିବା ଲୋକଙ୍କର ମଧ୍ୟ କଡ଼ା ଯାଞ୍ଚ କରାଯାଉଥିଲା ଏବଂ ସେମାନେ ପ୍ରକୃତ ଯାତ୍ରୀ ବୋଲି ପ୍ରମାଣ ମିଳିବା ପରେ ହିଁ ପୁଲିସ ସେମାନଙ୍କୁ ଯିବାକୁ ଅନୁମତି ଦେଉଥିଲା।

ଏହି ରାଜନୈତିକ ଆନ୍ଦୋଳନସହ କୌଣସି ସମ୍ପର୍କ ନଥିବା ହଜାର ହଜାର ସାଧାରଣ ଯାତ୍ରୀ ଟ୍ରେନ୍ ବାତିଲ ଓ କଠୋର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅସହାୟ ଭାବେ ଷ୍ଟେସନରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ।

ଆହୁରି ପଢନ୍ତୁ :RBI: ଟଙ୍କା ମୂଲ୍ୟ ହ୍ରାସ ରୋକିବାକୁ ବଡ଼ ପଦକ୍ଷେପ, ତେଲ କମ୍ପାନି ସିଧା ରିଜର୍ଭ ବ୍ୟାଙ୍କରୁ ଡଲାର ନେବେ ଆଜି ଭୋର ୪ଟାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ନୂଆଦିଲ୍ଲୀ ଏବଂ ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ଆସୁଥିବା ସମସ୍ତ ଟ୍ରେନକୁ ପୂର୍ବରୁ ହିଁ ବାତିଲ କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୮ରେ ବିରୋଧୀଙ୍କ ଧାରଣା ଜନିତ ଟ୍ରାଫିକ୍ ଜାମ୍ ଯୋଗୁଁ ଡିବ୍ରୁଗଡ଼ ରାଜଧାନୀ, ମୁମ୍ବାଇ ରାଜଧାନୀ ଏବଂ ବନ୍ଦେ ଭାରତ ଏକ୍ସପ୍ରେସ୍ ଭଳି ଟ୍ରେନ୍‌ର ପ୍ରାୟ ୫,୦୦୦ରୁ ଅଧିକ ଯାତ୍ରୀ ନିଜ ଟ୍ରେନ୍ ଧରିବାରେ ବିଫଳ ହୋଇଥିଲେ, ଯାହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଏହି ବଡ଼ ନିଷ୍ପତ୍ତିନିଆଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।