Accident: ତାଞ୍ଜାନିଆରେ କାଠ ବୋଝେଇ ଟ୍ରକ୍ ସହିତ ଧକ୍କା ପରେ ଜଳିଗଲା ଯାତ୍ରୀବାହୀ ବସ୍ : ୨୮ ମୃତ
"ନୂଆଦିଲ୍ଲୀ: ପୂର୍ବ ତାଞ୍ଜାନିଆରେ ଶୁକ୍ରବାର ଏକ ଯାତ୍ରୀବାହୀ ବସ୍ ଓ କାଠ ବୋଝେଇ ଟ୍ରକ୍ ମଧ୍ୟରେ ଧକ୍କା ପରେ ବସ୍ଟିରେ ଭୟଙ୍କର ଭାବେ ନିଆଁ ଲାଗିଯାଇ ୨୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି।
ଦୁର୍ଘଟଣା ମୋରୋଗୋରୋ-ଦାର୍ ଏସ୍ ସାଲାମ୍ ହାଇୱେରେ ଘଟିଥିଲା।
ବସ୍ଟି ହାର୍ ଏସ୍ ସାଲାମରୁ ଏମ୍ବେୟା ଅଭିମୁଖେ ଯାଉଥିବାବେଳେ ଟ୍ରକ୍ଟି ଇରିଙ୍ଗା ଅଭିମୁଖେ ଯାଉଥିଲା।
Advertisment ସ୍ଥାନୀୟ ଅଗ୍ନିଶମ ଅଧିକାରୀ କହିଛନ୍ତି, ଟ୍ରକ୍ଟି ଅନ୍ୟ ଗାଡ଼ିଗୁଡ଼ିକୁ ଓଭର୍ଟେକ୍ କରି ଯାଉଥିବା ସମୟରେ ଯାତ୍ରୀବାହୀ ବସ୍କୁ ଧକ୍କା ଦେଇଥିଲା।
ବସ୍ଟି ସମ୍ପୂର୍ଣ୍ଣ ଭାବେ ନିଆଁରେ ଜଳି ଯାଇଥିଲା।
ଆହତ ଯାତ୍ରୀଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା ଜଣାପଡ଼ିନାହିଁ।
ତାଞ୍ଜାନିଆରେ ଗତବର୍ଷ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିଲା।
Bus Attack: ସିରିୟାରେ ଯାତ୍ରୀବାହୀ ବସ୍ ଉପରେ ଆଖିବୁଜା ଗୁଳିମାଡ଼: ୭ ମୃତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।