Salman Khan launches YouTube channel: ସଲମାନ ଖାନ୍ଙ୍କ ନୂଆ ପଦକ୍ଷେପ, ଲଞ୍ଚ୍ କଲେ ନିଜସ୍ୱ ୟୁଟ୍ୟୁବ୍ ଚ୍ୟାନେଲ୍
" ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସଲମାନ ଖାନ୍ ନିଜର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ୍ କରିଛନ୍ତି।
ଏହାର ନାମ ସେ "ବିଙ୍ଗ୍ ଦ ସଲମାନ ଖାନ୍" ରଖିଛନ୍ତି।
ଏହି ଚ୍ୟାନେଲ୍ରେ ତାଙ୍କ ଅଭିନୟ, ଷ୍ଟାଇଲ୍, ଶାରୀରିକ ଭାଷା ଓ ପରଦା ଉପରେ ଅଭିନୟ କରିବାର ଶୈଳୀ ଦେଖିବାକୁ ମିଳିବ।
ସଲମାନ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ର ଲିଙ୍କ୍ ଦେବା ସହ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।
ଏହା ସହ ସେ ଲେଖିଛନ୍ତି, “ଚାଲ ଆରମ୍ଭରୁ ଆରମ୍ଭ କରିବା।
ମୋର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍।
ଏ"ରୁ ଜେଡ୍ ପର୍ଯ୍ୟନ୍ତ ସବୁକିଛି ଏଠାରେ ମିଳିବ।” ସୋସିଆଲ୍ ମିଡିଆରେ ସଲମାନଙ୍କର ବିପୁଳ ପ୍ରଶଂସକ ରହିଛନ୍ତି। "ଏକ୍ସ"ରେ ତାଙ୍କର ୪୨.୧ ନିୟୁତ ଏବଂ ଇନ୍ଷ୍ଟାଗ୍ରାମ୍ରେ ୭୨.୭ ନିୟୁତ ଅନୁଗାମୀ ଅଛନ୍ତି।
ଏହି ମାଧ୍ୟମରେ ସେ ନିଜର ବିଭିନ୍ନ ଅପ୍ଡେଟ୍ ପ୍ରଶଂସକଙ୍କ ସହ ସେୟାର କରିଥାନ୍ତି।
ୟୁଟ୍ୟୁବ୍ରେ ପ୍ରଥମ ଭିଡିଓ ସେୟାର କଲେ ସଲମାନ ଚ୍ୟାନେଲ୍ ଲଞ୍ଚ୍ କରିବା ସହ ସଲମାନ ଏଥିରେ ପ୍ରଥମ ଭିଡିଓ ମଧ୍ୟ ସେୟାର କରିଛନ୍ତି।
ଏହାର କ୍ୟାପ୍ସନ୍ ରହିଛି, "ସଲମାନ ସାର୍ଙ୍କ କ୍ଲାସ୍—ବଡି ପାର୍ଟସ୍।
ଶିକ୍ଷକ ବି ମୁଁ, ଛାତ୍ର ବି ମୁଁ।" ଚ୍ୟାନେଲ୍ ଆରମ୍ଭ ହେବା ପରେ ଏହାକୁ ୩୪ ହଜାର ଲୋକ ସବ୍ସ୍କ୍ରାଇବ୍ କରିଥିବା ବେଳେ ପ୍ରଥମ ଭିଡିଓକୁ ମାତ୍ର ୯ ଘଣ୍ଟା ମଧ୍ୟରେ ୧୭ ହଜାର ଲୋକ ଦେଖିଥିଲେ।
ପୂର୍ବରୁ ଏହି ସେଲିବ୍ରିଟିମାନେ ଆରମ୍ଭ କରିଛନ୍ତି ୟୁଟ୍ୟୁବ୍ ଚ୍ୟାନେଲ୍ ସଲମାନଙ୍କ ପୂର୍ବରୁ ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଚଳଚ୍ଚିତ୍ର ନିର୍ମାତା ଫରାହ ଖାନ୍ ୟୁଟ୍ୟୁବ୍ ମାଧ୍ୟମରେ ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି।
ଫରାହ ଖାନ୍ ନିଜ ଚ୍ୟାନେଲ୍ରେ ରୋଷେୟା ଦିଲୀପଙ୍କ ସହ ବିଭିନ୍ନ ସେଲିବ୍ରିଟିଙ୍କ ଘରକୁ ଯାଇ ସେଠାକାର ଝଲକ ଦେଖାଇବା ସହ ସେମାନଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳେ।
Advertisment ଷ୍ଟାରଲିଙ୍କ ପ୍ରସଙ୍ଗରେ କଂଗ୍ରେସକୁ ବିଜେପିର ଟାର୍ଗେଟ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।