Russia: ରୁଷ୍‌ରେ ସନ୍ଦିଗ୍ଧ ପ୍ଲେଗ୍‌ ସଂକ୍ରମଣ ନେଇ ବଢୁଛି ବିଶ୍ୱ ଚିନ୍ତା

Oct 07, 2026 - 21:33
Russia: ରୁଷ୍‌ରେ ସନ୍ଦିଗ୍ଧ ପ୍ଲେଗ୍‌ ସଂକ୍ରମଣ ନେଇ ବଢୁଛି ବିଶ୍ୱ ଚିନ୍ତା

"ମସ୍କୋ: ରୁଷ୍‌ର ସାଇବେରିଆ ଅଞ୍ଚଳରେ ଜଣେ ଲ୍ୟାବ୍‌ କର୍ମଚାରୀଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ନିମୋନିକ୍‌ ପ୍ଲେଗ୍‌ ସଂକ୍ରମଣ ଆଶଙ୍କା ବଢ଼ିଛି।

ଗତ ସପ୍ତାହରେ ଘଟିଥିବା ଏହି ମୃତ୍ୟୁ ସମ୍ପର୍କରେ ରୁଷ୍‌ କର୍ତ୍ତୃପକ୍ଷ ସୀମିତ ସୂଚନା ଦେଇଛନ୍ତି।

ରାଷ୍ଟ୍ରାୟତ୍ତ ଟେଲିଭିଜନ ଓ ଅନ୍ୟ ସରକାରୀ ଗଣମାଧ୍ୟମ ମଧ୍ୟ ଏହି ଘଟଣା ଉପରେ ବିଶେଷ ଆଲୋଚନା କରିନାହାନ୍ତି।

ରୁଷ୍‌ର ସ୍ୱାସ୍ଥ୍ୟ ନିରୀକ୍ଷଣ ସଂସ୍ଥା ରୋସ୍ପୋତ୍ରେବନାଜୋର କହିଛି, ମୃତ ଲ୍ୟାବ୍‌ କର୍ମଚାରୀଙ୍କଠାରେ "ଅଜ୍ଞାତ କାରଣର ନିମୋନିଆ" ଚିହ୍ନଟ ହୋଇଥିଲା।

ତାଙ୍କ ଅସୁସ୍ଥତାର କାରଣ ନିମୋନିକ୍‌ ପ୍ଲେଗ୍‌ ବୋଲି ସଂସ୍ଥା ନିଶ୍ଚିତ କରିନାହିଁ।

ଇର୍କୁସ୍କ ଆଣ୍ଟି-ପ୍ଲେଗ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ କାମ କରୁଥିବା ଏହି ମହିଳାଙ୍କ ଶରୀରରେ ତାଙ୍କ କାର୍ଯ୍ୟସ୍ଥଳ ସହ ସମ୍ପର୍କିତ କୌଣସି ବିପଜ୍ଜନକ ରୋଗଜୀବାଣୁ ମିଳିନଥିବା ଦାବି କରାଯାଇଛି।Advertisment ଆହୁରି ପଢନ୍ତୁ: Delhi: ଦିଲ୍ଲୀରେ ହାଇଭୋଲ୍ଟେଜ୍ ଡ୍ରାମା, ସମ୍ବିଧାନ ଧରି ରାସ୍ତାରେ ଶୋଇଲେ ପ୍ରିୟଙ୍କା ଇର୍କୁସ୍କର ଏକ ରାଜ୍ୟ ଟେଲିଭିଜନ ଚ୍ୟାନେଲ ଅନୁସାରେ, ମହିଳାଜଣକ ଅକ୍ଟୋବର ୨ରେ ଇର୍କୁସ୍କ ନିକଟସ୍ଥ ଶେଲେଖୋଭ୍‌ ସହରର ଏକ ହସ୍ପିଟାଲ୍‌ରେ ପ୍ରାଣ ହରାଇଥିଲେ।

ଗଣମାଧ୍ୟମରେ ତାଙ୍କ ନାମ ୨୮ ବର୍ଷୀୟ ଦାର୍ୟା ଶିପିଲୋଭା ବୋଲି ପ୍ରକାଶ ପାଇଛି।

ସେପ୍ଟେମ୍ବର ୨୯ରେ ସେ ଥଣ୍ଡାଜନିତ ଲକ୍ଷଣ ନେଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଏବଂ ତିନି ଦିନ ପରେ ମୃତ୍ୟୁ ଘଟିଥିଲା।

ଘଟଣା ପରେ ହସ୍ପିଟାଲ୍‌କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ମୃତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ସ୍ୱାସ୍ଥ୍ୟ ପରୀକ୍ଷା ଓ ନିରୀକ୍ଷଣ କରାଯାଉଛି।

ଆହୁରି ପଢନ୍ତୁ: Asian Games Gold Medallist ହକି ତାରକାଙ୍କୁ ସ୍ବାଗତ: ଦଳଗତ ପ୍ରଦର୍ଶନ ବେଶ୍‌ ଚମତ୍କାର ଥିଲା: ଶୀଳାନନ୍ଦ ଇର୍କୁସ୍କ ଅଞ୍ଚଳରେ ନିକଟରେ କୌଣସି ପ୍ଲେଗ୍‌ ମାମଲା ପଞ୍ଜୀକୃତ ହୋଇନଥିବା କଥା ରୁଷ୍‌ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଜଣାଇଛି।

ସଂସ୍ପର୍ଶରେ ଥିବା କୌଣସି ବ୍ୟକ୍ତିଙ୍କଠାରେ ବିପଜ୍ଜନକ ରୋଗଜୀବାଣୁ ମିଳିନଥିବା ରୁଷ୍‌ର ରିପୋର୍ଟରେ କୁହାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘଟଣାର କାରଣ ସ୍ପଷ୍ଟ କରିବାକୁ ରୁଷ୍‌ଠାରୁ ଅଧିକ ତଥ୍ୟ ମାଗିଛି।

ଏଥିସହ ଆଉଜଣେ ଲ୍ୟାବ୍‌ କର୍ମଚାରୀ ଅଜ୍ଞାତ କାରଣର ନିମୋନିଆରେ ଆକ୍ରାନ୍ତ ହୋଇଥିବା ଗଣମାଧ୍ୟମ ରିପୋର୍ଟ ସମ୍ପର୍କରେ ମଧ୍ୟ ସୂଚନା ଚାହିଛି।

ହୁ ରୁଷ୍‌ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଥିବା ସହ ଆବଶ୍ୟକ ବୈଷୟିକ ସହାୟତା ଦେବାକୁ ପ୍ରସ୍ତୁତ ଥିବା କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।