Delhi: ପୁଲିସ ବସ୍ରେ ପ୍ରତିବାଦକାରୀଙ୍କ ସହ ସାମ୍ବାଦିକ, କର୍ମଚାରୀଙ୍କୁ ଉଠାଇ ନିଆଗଲା
"ନୂଆଦିଲ୍ଲୀ: ଦିଲ୍ଲୀରେ ଶନିବାର କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରସ୍ତାବିତ ପ୍ରତିବାଦକୁ ରୋକିବା ପାଇଁ ପୁଲିସର ବ୍ୟାପକ କଟକଣା ମଧ୍ୟରେ କେବଳ ଆନ୍ଦୋଳନକାରୀ ନୁହନ୍ତି, ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଓ ଅଫିସ୍ ଯାଉଥିବା ସାଧାରଣ କର୍ମଚାରୀ ମଧ୍ୟ ଅଟକର ଶିକାର ହୋଇଛନ୍ତି।
କେତେକ ସାମ୍ବାଦିକ ପ୍ରେସ୍ ପରିଚୟପତ୍ର ଦେଖାଇବା ସତ୍ତ୍ୱେ ସେମାନଙ୍କୁ ପୁଲିସ ବସ୍ରେ ଉଠାଇ ନିଆଯାଇଥିଲା।
ଅନ୍ୟପକ୍ଷରେ, କନଟ୍ ପ୍ଲେସ୍ ଅଞ୍ଚଳରେ ନିଜ କାର୍ଯ୍ୟାଳୟକୁ ଯାଉଥିବା କର୍ମଚାରୀମାନେ ମଧ୍ୟ ଏହି କଟକଣାରୁ ବାଦ୍ ପଡ଼ିନଥିଲେ।Advertisment ଆହୁରି ପଢନ୍ତୁ: Nana Patekar: ସାମ୍ନାକୁ ଆସିଲା ନାନା ପାଟେକରଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଏହି କାରଣରୁ ହେଲା ଦେହାନ୍ତ ଶନିବାର ଦିଲ୍ଲୀର ଯନ୍ତରମନ୍ତରଠାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି ପ୍ରତିବାଦ ଡାକରା ଦେଇଥିଲା।
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାକୁ ନେଇ ଦଳ ଅନିୟମିତତାର ଅଭିଯୋଗ କରିଥିଲା।
ଏହି ପ୍ରତିବାଦକୁ ଅନୁମତି ମିଳିନଥିବାରୁ ପୁଲିସ କେନ୍ଦ୍ରୀୟ ଦିଲ୍ଲୀରେ ବ୍ୟାପକ ବ୍ୟାରିକେଡ୍ ଲଗାଇବା ସହ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରିଥିଲା।
ରିପୋର୍ଟ ଅନୁଯାୟୀ, ଏହି ଘଟଣାର ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଶିବାଙ୍ଗ ଶୁକ୍ଳାଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିଲା।
ସେ କହିଛନ୍ତି ଯେ ଛାତ୍ର ସଂଗଠନର ପ୍ରତିବାଦର ଖବର ସଂଗ୍ରହ କରୁଥିବାବେଳେ ତାଙ୍କୁ ଠେଲାପେଲା କରି ପୁଲିସ ବସ୍ରେ ଚଢ଼ାଇ ଦିଆଯାଇଥିଲା।
ନିଜକୁ ସାମ୍ବାଦିକ ବୋଲି କହିବା ସତ୍ତ୍ୱେ ତାଙ୍କୁ ତୁରନ୍ତ ଛଡ଼ାଯାଇ ନଥିଲା।
ପରେ ସେ ପରିଚୟପତ୍ର ଦେଖାଇବା ପରେ ମୁକ୍ତ ହୋଇଥିଲେ।
ଅନ୍ୟ ଦୁଇ ଜଣ ସାମ୍ବାଦିକ ମଧ୍ୟ ସମାନ ପରିସ୍ଥିତିରେ ଅଟକ ହୋଇଥିଲେ।
ସେମାନଙ୍କ ମଧ୍ୟରୁ ଜଣଙ୍କୁ କନଟ୍ ପ୍ଲେସ୍ରୁ ଦୂର ମିଣ୍ଟୋ ରୋଡ୍ ନିକଟରେ ଛାଡ଼ି ଦିଆଯାଇଥିବା ବେଳେ ଅନ୍ୟ ଜଣେ ଟ୍ରାଫିକ୍ ସିଗ୍ନାଲ୍ ନିକଟରେ ପୁଲିସ ବସ୍ରୁ ଓହ୍ଲାଇ ଚାଲିଯାଇଥିଲେ।
ଏପରି ଘଟଣା ଘଟିବାକୁ ନେଇ ସାମ୍ବାଦିକ ସଂଗଠନଗୁଡ଼ିକ ଉଦ୍ବେଗ ପ୍ରକାଶ କରିଛନ୍ତି।
ଆହୁରି ପଢନ୍ତୁ: India: ଭାରତ ଆଣବିକ ଧମକକୁ ଡରେ ନାହିଁ: ଜାତିସଂଘରେ ପାକିସ୍ତାନକୁ ଅନମୋଲ ସିଂହଙ୍କ କଡ଼ା ଜବାବ ଏହି କଟକଣାରେ ଅଫିସ୍ ସହାୟକ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ମଧ୍ୟ ପୁଲିସ ବସ୍ରେ ଅଟକ ହୋଇଥିଲେ।
ସେ ପ୍ରତିବାଦରେ ଯୋଗ ଦେବାକୁ ଆସିନାହାନ୍ତି ବୋଲି କହିଲେ ମଧ୍ୟ ତାଙ୍କ କଥାକୁ ଗୁରୁତ୍ୱ ଦିଆଯାଇନଥିଲା।
କେନ୍ଦ୍ରୀୟ ଦିଲ୍ଲୀରେ ମୋବାଇଲ୍ ଇଣ୍ଟରନେଟ୍ ସେବା ମଧ୍ୟ କେତେକ ଅଞ୍ଚଳରେ ବାଧାପ୍ରାପ୍ତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଏହା ଯୋଗୁଁ ସାମ୍ବାଦିକମାନେ ଖବର ପଠାଇବା ଓ ସାଧାରଣ ଲୋକେ ଯୋଗାଯୋଗ କରିବାରେ ଅସୁବିଧା ଭୋଗିଥିଲେ।
ଏହି ଘଟଣା ପରେ ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଓମେନ୍ସ ପ୍ରେସ୍ କର୍ପସ୍ ଓ ଅନ୍ୟ ସାମ୍ବାଦିକ ସଂଗଠନଗୁଡ଼ିକ ପ୍ରତିବାଦ କରିଛନ୍ତି।
ଅନ୍ୟପକ୍ଷରେ, ରବିବାର ସୁପ୍ରିମ୍କୋର୍ଟ ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହେଉଥିବା ଲୋକଙ୍କୁ ବେଆଇନଭାବେ ଅଟକ ନ ରଖିବା ଏବଂ ମେଟ୍ରୋ, ରେଳ ଓ ଇଣ୍ଟରନେଟ୍ ସେବା ସ୍ୱାଭାବିକ ରଖିବାକୁ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।