Formula One: ଭାରତକୁ ଫେରିବ ‘ଫର୍ମୁଲା ୱାନ୍’
"ନୂଆଦିଲ୍ଲୀ: ଭାରତରେ ପୁଣି ଥରେ ଫର୍ମୁଲା ୱାନ ରେସ୍ ଆୟୋଜନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
୨୦୨୮ ସୁଦ୍ଧା ଫର୍ମୁଲା ୱାନ୍ ରେସ୍କୁ ଦେଶକୁ ଫେରାଇ ଆଣିବା ଲକ୍ଷ୍ୟରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଏକ ୧୦ଜଣିଆ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଛି।
କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ ମଙ୍ଗଳବାର ଏହି ଟାସ୍କଫୋର୍ସ ଗଠନ ସମ୍ପର୍କରେ ଘୋଷଣା କରିଛନ୍ତି।
ନୀତି ଆୟୋଗର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ତଥା ଉପଦେଷ୍ଟା ଯୁଗଳ କିଶୋର ଯୋଶୀଙ୍କୁ ଟାସ୍କ ଫୋର୍ସର ଅଧ୍ୟକ୍ଷ କରାଯାଇଛି।
ଏଥିରେ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ କୁନାଲଙ୍କ ସହ ମୋଟରସ୍ପୋର୍ଟ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ଏବଂ ପର୍ଯ୍ୟଟନ ଓ ବାଣିଜ୍ୟ ବିଭାଗର ପ୍ରତିନିଧିଙ୍କୁ ସାମିଲ କରାଯାଇଛି।
ଏହାବ୍ୟତୀତ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ସରକାରଙ୍କ ପ୍ରତିନିଧିମାନେ ମଧ୍ୟ ଟାସ୍କ ଫୋର୍ସରେ ରହିବେ।Advertisment Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ "ପଦ୍ଧତି" ଭାରତରେ ମୋଟର ସ୍ପୋର୍ଟ୍ସର ଦୀର୍ଘକାଳୀନ ଓ ସ୍ଥାୟୀ ବିକାଶ ପାଇଁ ଏହି ଟାସ୍କ ଫୋର୍ସ ବ୍ୟାପକ ଯୋଜନା ପ୍ରସ୍ତୁତ କରିବ।
ଫର୍ମୁଲା ୱାନ୍କୁ ଭାରତକୁ ଫେରାଇ ଆଣିବାରେ କେଉଁ ସବୁ ସମସ୍ୟା ରହିଛି, ତାହାର ମଧ୍ୟ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବ।
ଏହା ସହ ଆବଶ୍ୟକ ନୀତିଗତ ପରିବର୍ତ୍ତନ ଓ ପଦକ୍ଷେପ ସମ୍ପର୍କରେ ସୁପାରିସ କରିବ।
ଏଥିନେଇ ମାଣ୍ଡବୀୟ କହିଛନ୍ତି, ଟାସ୍କ ଫୋର୍ସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତରେ ମୋଟର ସ୍ପୋର୍ଟ୍ସର ସ୍ଥାୟୀ ବିକାଶ ପାଇଁ ଏକ ସମନ୍ୱିତ ରୋଡମ୍ୟାପ୍ ପ୍ରସ୍ତୁତ କରିବା।
ଏହି ରୋଡମ୍ୟାପ୍ ଅନୁସାରେ ୨୦୨୮ରେ ଭାରତ ଫର୍ମୁଲା ୱାନ୍ ରେସ୍ ଆୟୋଜନ କରାଯାଇପାରିବ ବୋଲି ଆମେ ଆଶା ରଖିଛୁ।
ପ୍ରକାଶଯୋଗ୍ୟ ଯେ ଭାରତରେ ଶେଷଥର ପାଇଁ ୨୦୧୩ରେ ଫର୍ମୁଲା ୱାନ୍ ଗ୍ରାଁ ପ୍ରି ଆୟୋଜନ ହୋଇଥିଲା।
ଉତ୍ତରପ୍ରଦେଶର ଗ୍ରେଟର ନଏଡାସ୍ଥିତ ବୁଦ୍ଧ ଇଣ୍ଟରନ୍ୟାସନାଲ୍ ସର୍କିଟ୍ରେ ଆୟୋଜିତ ଏହି ରେସ୍ ପରେ ଭାରତରୁ ଫର୍ମୁଲା ୱାନ୍ ଦୂରେଇ ଯାଇଥିଲା।
ପ୍ରଶାସନିକ ଜଟିଳତା, କର ବ୍ୟବସ୍ଥା ଓ ଅନ୍ୟାନ୍ୟ ବାଧା ଯୋଗୁଁ ଭାରତରେ ଫର୍ମୁଲା-ୱାନ୍ ରେସ୍ର ଆୟୋଜନ ଜାରି ରହିପାରି ନଥିଲା।
AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍ ଗେଟ୍ସ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।