Depression Over Bay To Intensify: ସମୁଦ୍ରରୁ ମାଡ଼ିଆସୁଛି ବର୍ଷା, ଉପକୂଳରେ ବଢୁଛି ପବନର ବିପଦ

Sep 22, 2026 - 09:51
Depression Over Bay To Intensify: ସମୁଦ୍ରରୁ ମାଡ଼ିଆସୁଛି ବର୍ଷା, ଉପକୂଳରେ ବଢୁଛି ପବନର ବିପଦ

କାଚୁଛି ବର୍ଷା, ବହିଲାଣି ପବନ । ସମୁଦ୍ରରୁ ମାଡ଼ିଆସୁଛି ବଡ଼ ବର୍ଷା। ଦକ୍ଷିଣ ଓ ଉପକୂଳକୁ ଅଧିକ ବିପଦ। ୨୩ ଓ ୨୪ରେ ହେବ ସାଂଘାତିକ ବର୍ଷା । ୬ ଜିଲ୍ଲାରେ ନିର୍ଧୁମ ଛେଚିବ। ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେଇସାରିଛି ଲଘୁଚାପ। ଅଧିକ ଘନୀଭୂତ ହୋଇ ଆଜି ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହା ଏବେ ଗୋପାଳପୁରରୁ ୨୫୦ କି.ମି ପୂର୍ବ-ଦକ୍ଷିଣ-ପୂର୍ବ, ପୁରୀଠାରୁ ୨୭୦ କିମି ଦକ୍ଷିଣ, କଳିଙ୍ଗପଟନମରୁ ୩୩୦ କି.ମି ପୂର୍ବ-ଦକ୍ଷିଣ-ପୂର୍ବ ଏବଂ ବିଶାଖାପଟନମରୁ ୪୧୦ କି.ମି ପୂର୍ବ ଦିଗରେ ରହିଛି। ଗଭୀର ଅବପାତରେ ପରିଣତ ହେବାପରେ ୨୩ ତାରିଖ ରାତି ଓ ୨୪ ଭୋର ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଆଜି ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୧୩ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ତେବେ ଆସନ୍ତାକାଲିଠୁ ବଢିବ ବର୍ଷା ବିପଦ। କାଲି ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି।

ସେହିଭଳି ୨୪ ତାରିଖରେ ୪ ଜିଲ୍ଲା ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ରହିଛି ରେଡ୍ ଆଲର୍ଟରେ । ୨୩ ଓ ୨୪ ତାରିଖ ଦୁଇ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ୫୫ରୁ ୬୫ କିମି ବେଗରେ ପବନ ବହିପାରେ। ଗଷ୍ଟିଂ ସ୍ପିଡ୍ ବା ଝଟକା ପବନ ସର୍ବାଧିକ ୭୫ କିଲୋମିଟର ବେଗରେ ହୋଇପାରେ। 

କାଚୁଛି ବର୍ଷା, ବହିଲାଣି ପବନ
ସମୁଦ୍ରରୁ ମାଡ଼ିଆସୁଛି ବଡ଼ ବର୍ଷା
ଦକ୍ଷିଣ ଓ ଉପକୂଳକୁ ଅଧିକ ବିପଦ
୨୩ ଓ ୨୪ରେ ହେବ ସାଂଘାତିକ ବର୍ଷା
୬ ଜିଲ୍ଲାରେ ନିର୍ଧୁମ ଛେଚିବ ବର୍ଷା
ଆଜି ରାତି ସୁଦ୍ଧା ହେବ ଗଭୀର ଅବପାତ
୨୩ ରାତି ଓ ୨୪ ଭୋର ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।