Deras Seafood Park: ଡେରାସ ସିଫୁଡ୍‌ ପାର୍କ: ୭୧% ସ୍ଥାନ ଖାଲିପଡ଼ିଛି, ୯ ପ୍ରକଳ୍ପ ବାତିଲ, ପ୍ରତ୍ୟାହୃତ

Oct 02, 2026 - 06:37
Deras Seafood Park: ଡେରାସ ସିଫୁଡ୍‌ ପାର୍କ: ୭୧% ସ୍ଥାନ ଖାଲିପଡ଼ିଛି, ୯ ପ୍ରକଳ୍ପ ବାତିଲ, ପ୍ରତ୍ୟାହୃତ

"ଭୁବନେଶ୍ବର: ଇଡ୍‌କୋ ତରଫରୁ ଖୋର୍ଦ୍ଧାର ଡେରାସଠାରେ ସିଫୁଡ୍‌ ପାର୍କ ବିକାଶ କରାଯାଇଛି।

ଦୁଇ ବର୍ଷରୁ ଅଧିକ ସମୟ ଧରି ଆରମ୍ଭ ହୋଇଥିବା ଏହି ପାର୍କରେ ୭୧ ପ୍ରତିଶତରୁ ଅଧିକ ସ୍ଥାନ ଖାଲିପଡ଼ିଛି।

ଲିଜ୍‌ ଦେବା ପାଇଁ ଥିବା ୮୮.୭୮ ଏକର ଜମି ମଧ୍ୟରୁ ୨୫.୪୬ ଏକର (୨୮.୭%) ବିଶିଷ୍ଟ ୧୮ଟି ପ୍ଲଟ୍‌ ଆବଣ୍ଟନ କରାଯାଇଛି।

ଅବଶିଷ୍ଟ ୬୩ ଏକର (୭୧.୩%) ଜମିକୁ କୌଣସି ସଂସ୍ଥାକୁ ଦିଆଯାଇନାହିଁ।

ପାର୍କରେ ବର୍ତ୍ତମାନ ସୁଦ୍ଧା ବି-ୱାନ୍‌ ବିଜନେସ୍‌ ହାଉସ୍‌, ସାବ୍ରି ଫୁଡ୍‌ ପ୍ରଡକ୍ଟସ୍‌, ସିଆର୍‌ପିଏଲ୍‌ ଇନ୍‌ଫ୍ରା ଓ ଫ୍ଲାମିଙ୍ଗୋ ସ୍ରିମ୍ପେକ୍ସ ନାମକ ଚାରିଟି ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଛି।

ଗୋଟିଏ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି।

ବିଭିନ୍ନ କାରଣରୁ ୯ଟି ପ୍ରକଳ୍ପ ବାତିଲ ଓ ପ୍ରତ୍ୟାହୃତ ହୋଇଯାଇଛି।

ଆଉ ଚାରିଟି ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି।

କିଛି ଦିନ ପୂର୍ବେ ମୁଖ୍ୟ ସଚିବ ଅନୁ ଗର୍ଗ ‌ଡେରାସ ସିଫୁଡ୍‌ ପାର୍କ ପରିଦର୍ଶନ କରି ସେଠାରେ ଥିବା ବିଭିନ୍ନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।

ସେହି ସମୟରେ ପାର୍କର ଏହି ସ୍ଥିତି ସାମନାକୁ ଆସିଥିଲା।

ଗତ କିଛି ବର୍ଷ ମଧ୍ୟରେ ଭୂରାଜନୈତିକ ସଙ୍କଟ ଜଟିଳ ହେବାରୁ ନିର୍ମାଣ ଖର୍ଚ୍ଚ ବଢ଼ିଯାଇଥିଲା।

ଏବେ ବଜାରରେ ସୁଧାର ହେଉଥିବାରୁ କିଛି ସଂସ୍ଥା ସେମାନଙ୍କ ପ୍ରକଳ୍ପ ଆରମ୍ଭ କରିବା ଉପରେ ବିଚାର କରୁଛନ୍ତି।

ସେମାନଙ୍କୁ ସଂଶୋଧିତ ଡିଟେଲ୍‌ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ଦାଖଲ କରିବାକୁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି।

Advertisment Editorial: ସନାତନର ସ୍ବଗତୋକ୍ତି: ନଦୀର ନାମ ଗାନ୍ଧୀ ୯ ପ୍ରକଳ୍ପ ବାତିଲ, ପ୍ରତ୍ୟାହୃତପାଣି, ବିଜୁଳିକୁ ଭରସା ନାହିଁବହୁ ଭିତ୍ତିଭୂମି ଅଚଳ ସବୁଠୁ ଚିନ୍ତାର ବିଷୟ ହେଉଛି ପାର୍କ ଭିତରେ କେତେକ ସାର୍ବଜନୀନ ସମ୍ପତ୍ତି ନିର୍ମାଣ କରାଯାଇଥିଲା ଯାହା କାମରେ ଲାଗୁନାହଁ।

୨୦୦ ଏମ୍‌ଟିର ଶୀତଳଭଣ୍ଡାର ଓ ଦୈନିକ ୧୦୦ ଏମ୍‌ଟି କ୍ଷମତାର ବ୍ଲକ୍‌ ଆଇସ୍‌ ପ୍ଲାଣ୍ଟ ସମ୍ପୂର୍ଣ୍ଣ ଅଚଳ ରହିଛି।

ପ୍ୟାକେଜିଂ ଓ ପଲିଥିଲିନ କାରଖାନାର ଅବସ୍ଥା ମଧ୍ୟ ସେହିଭଳି।

୧୪ଟି ପ୍ରି-ପ୍ରୋସେସିଂ ୟୁନିଟ୍‌ ମଧ୍ୟରୁ ମାତ୍ର ୩ଟି ଚାଲୁଥିବା ବେଳେ ଅନ୍ୟଗୁଡ଼ିକ ଅଚଳ ହୋଇପଡ଼ିରହିଛି।

ପାର୍କ ମଧ୍ୟରେ ଥିବା ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟରୁ ଦୁର୍ଗନ୍ଧ ବାହାରୁଛି।

ତାହା ପାର୍କ ପରିସରରେ ଥିବା ପ୍ରକଳ୍ପ ଓ ଆଖପାଖ ଅଞ୍ଚଳକୁ ପ୍ରଭାବିତ କରୁଥିବା ରପ୍ତାନିକାରୀମାନେ ମୁଖ୍ୟ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ।

Mountain Bike Cycling: ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଜାତୀୟ ମାଉଣ୍ଟେନ୍‌ ବାଇକ୍‌ ସାଇକ୍ଲିଂ ଚାମ୍ପିଅନ୍‌ସିପ୍‌ ଶିଳ୍ପ କାରଖାନା ପାଇଁ ଭରସାଯୋଗ୍ୟ ଜଳ ଓ ବିଦ୍ୟୁତ୍‌ ଯୋଗାଣ ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା।

ଡେରାସ୍‌ ସିଫୁଡ୍‌ ପାର୍କରେ ଏହି ଦୁଇ ବିଷୟକୁ ନେଇ କମ୍ପାନିଗୁଡ଼ିକ ସମସ୍ୟା ସାମନା କରୁଛନ୍ତି।

ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ ଓ ଭୋଲ୍‌ଟେଜ୍‌ ସମସ୍ୟା ରହୁଥିବାରୁ ଶୀତଳଭଣ୍ଡାର ଓ ପ୍ରକ୍ରିୟାକରଣ ୟୁନିଟ୍‌ ପରିଚାଳନା କରିବାରେ ସମସ୍ୟା ରହୁଛି।

ଦୈନିକ ଜଳ ଯୋଗାଣ ପର୍ଯ୍ୟାପ୍ତ ହେଉନାହିଁ।

ଓଭରହେଡ୍‌ ଟାଙ୍କି ଅଚଳ ପଡ଼ିଛି।

ଶ୍ରମିକମାନଙ୍କ ପାଇଁ ନିର୍ମାଣ କରାଯାଇଥିବା ହଷ୍ଟେଲ୍‌କୁ ମଧ୍ୟ ଯଥେଷ୍ଟ ଜଳ ଯୋଗାଣ ବ୍ୟବସ୍ଥା ନାହିଁ।

ତେବେ ୮୦୦୦ ଶ୍ରମିକଙ୍କ ରହଣୀ ପାଇଁ ତିଆରି ହେଉଥିବା ୱାକର୍ସ ହଷ୍ଟେଲ୍‌ର ନିର୍ମାଣ କାର୍ଯ୍ୟ ଠିକ୍‌ ସମୟରେ ଶେଷ ହେବା ଆଶା କରାଯାଉଛି।

ସିଫୁଡ୍‌ ଶିଳ୍ପର ଦକ୍ଷତା ଆବଶ୍ୟକତା ପୂରଣ କରିବାକୁ ଏମ୍‌ପେଡା ଓ ଇଆଇଏ ସହଯୋଗରେ ୱାର୍ଲଡ୍‌ ସ୍କିଲ୍‌ ସେଣ୍ଟରରେ ତାଲିମ ମଡ୍ୟୁଲ ଆରମ୍ଭ କରିବା ବିଷୟରେ ବିଚାର କରାଯାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।