SCB: ଏସ୍ସିବିରେ ରୋଗୀଙ୍କୁ ପିଟିପିଟି ମାରିବା ଘଟଣା: ଫରେନସିକ୍ ପରୀକ୍ଷା ପାଇଁ ଗଲା ହାର୍ଟ, ଲିଭର୍, କିଡ୍ନି
"କଟକ: ଏସ୍ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଚିକିତ୍ସାଧୀନ ଯାଜପୁରର ଶ୍ରୀକାନ୍ତ ଦାସଙ୍କୁ ପିଟିପିଟି ହତ୍ୟା ଅଭିଯୋଗର ପୁଲିସ ତନାଘନା ଚଳାଇଛି।
ଏସ୍ସିବି ପକ୍ଷରୁ ଶ୍ରୀକାନ୍ତଙ୍କ ଲିଭର୍, କିଡ୍ନି ଓ ହାର୍ଟର ହିଷ୍ଟୋପାଥୋଲୋଜିକାଲ୍ (ଏଚ୍ପି) ଷ୍ଟଡି ପାଇଁ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବୋରେଟୋରି(ଏସ୍ଏଫ୍ଏସ୍ଏଲ୍)କୁ ପଠାଯାଇଛି।
ଏହା ସହିତ ଭିସେରା ନମୁନା ମଧ୍ୟ ପଠାଯାଇଛି।
ଏସ୍ସିବି ପକ୍ଷରୁ ବ୍ୟବଚ୍ଛେଦ ସଂକ୍ରାନ୍ତ କୌଣସି ସ୍ପଷ୍ଟ ସୂଚନା ମଙ୍ଗଳାବାଗ ଥାନା ପୁଲିସକୁ ଦିଆଯାଇନାହିଁ।
ଏସ୍ଏଫ୍ଏସ୍ଏଲ୍ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
Advertisment Weather: "ବର୍ଷା ଅଭାବରୁ କର୍ଣ୍ଣାଟକରେ ୪୬ ହଜାରରୁ ଅଧିକ କୋଟି ଟଙ୍କା କ୍ଷତି ହୋଇଛି" କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଏନ୍ଏଚ୍ଆରସିରେ ଜୟନ୍ତ ଦାସ୫ ଜଣଙ୍କୁ ସାକ୍ଷୀ ଦର୍ଶାଇଲା ପୁଲିସ ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ପହଙ୍ଗା ଅଞ୍ଚଳର ସୌଭାଗ୍ୟ ଦାସଙ୍କ ପୁଅ ଶ୍ରୀକାନ୍ତ ସେପ୍ଟେମ୍ବର ୨୮ ତାରିଖରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଏସ୍ସିବି ସ୍ଥାନାନ୍ତର କରାଯାଇଥିଲା।
ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଚିକିତ୍ସାଧୀନ ଥିବା ବେଳେ ୨୯ ତାରିଖ ରାତି ପ୍ରାୟ ୯ଟା ବେଳେ ସେ ୱାର୍ଡରୁ ବାହାରକୁ ଆସିଥିଲେ।
ସେଠାରେ ତାଙ୍କୁ ତଳ ମହଲାରେ ଦୁଇ ସୁରକ୍ଷାକର୍ମୀ ଓ ଜଣେ ସାଦା ପୋଷାକରେ ଥିବା ଏସ୍ସିବି କର୍ମଚାରୀ ପ୍ଲାଷ୍ଟିକ୍ ପାଇପ୍ରେ ନିର୍ଘାତ ମାଡ଼ ମାରିଥିବା ପତ୍ନୀ ସସ୍ମିତା ଦାସ ଅଭିଯୋଗ ଆଣିଥିଲେ।
୩୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।
ମଙ୍ଗଳାବାଗ ଥାନା ପୁଲିସ ସିସି କ୍ୟାମେରା ଫୁଟେଜ, ଶ୍ରୀକାନ୍ତଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଚିକିତ୍ସାଧୀନ ସମୟର ଚିକିତ୍ସା ସଂକ୍ରାନ୍ତ ରେକର୍ଡ ଜବତ କରିଛି।
Walkathon: ସନ୍ସାଇନ୍ ହସ୍ପିଟାଲ୍ର ୱାକାଥନ୍ ଡ୍ୟୁଟିରେ ଥିବା ସମସ୍ତ କର୍ମଚାରୀ, ଅନ୍ୟ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।
୫ ଜଣଙ୍କୁ ପୁଲିସ ସାକ୍ଷୀ ଭାବେ ଦର୍ଶାଇଛି।
ଅନ୍ୟପଟେ ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ଜୟନ୍ତ କୁମାର ଦାସ ଜାତୀୟ ମାନବାଧିକାର କମିସନ(ଏନ୍ଏଚ୍ଆର୍ସି)ରେ ଫେରାଦ ହୋଇଛନ୍ତି।
କମିସନରେ ଏକ ମାମଲା ରୁଜୁ ହୋଇଛି।
ଏସ୍ସିବି ମେଡିକାଲ୍ କଲେଜ ବାହାରୁ ଏକ ସ୍ୱାଧୀନ ଚିକିତ୍ସା ବୋର୍ଡଦ୍ୱାରା ଦ୍ୱିତୀୟ ବ୍ୟବଚ୍ଛେଦ, କ୍ରାଇମ୍ବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ, ଅଧୀକ୍ଷକ, ମାନସିକ ରୋଗ ବିଭାଗର ବିଭାଗୀୟ ମୁଖ୍ୟ, ସୁରକ୍ଷା ଭାରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ, ମୃତକଙ୍କ ପତ୍ନୀଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଶ୍ରୀ ଦାସ ଦାବି ରଖିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।