Devastating Flash Floods Ravage Nepal: ନେପାଳରେ ପ୍ରକୃତିର ଭୟଙ୍କର କୋପ, ଭୂତିକୋଶୀରେ ପ୍ରଳୟଙ୍କରୀ ବନ୍ୟା

Aug 26, 2026 - 20:27
Devastating Flash Floods Ravage Nepal: ନେପାଳରେ ପ୍ରକୃତିର ଭୟଙ୍କର କୋପ, ଭୂତିକୋଶୀରେ ପ୍ରଳୟଙ୍କରୀ ବନ୍ୟା

ପ୍ରକୃତିର ପ୍ରଳୟ କେତେ ଭୟାନକ ହୋଇପାରେ ତାହା କଳ୍ପନା କରିବା ଅସମ୍ଭବ। ନେପାଳ-ତିବ୍ଦତ ସୀମା ରୁସୁୱା ଜିଲ୍ଲାରେ ଭୂତିକୋଶୀ ନଦୀର ଭୟଙ୍କର ଦୃଶ୍ୟ। ପଡ଼ୋଶୀ ତିବ୍ଦତରେ ମୂଷଳ ଧାରାରେ ବର୍ଷା ହେବା ପରେ ଏମିତି ତାଣ୍ଡବ ରଚିଛି। ଭାଙ୍ଗି ଯାଇଛି ରୁସୁୱାରେ ନିର୍ମାଣଧୀନ ଡ୍ୟାମ୍। ଆଉ ତା ପରେ ପାଣି କୌଣସି ବାଡ଼ ବତା ମାନିନି। ଫ୍ଲାସ୍ ଫ୍ଳଡ୍ ମାଡ଼ି ଆସିଛି ନେପାଳର ୫ରୁ ଅଧିକ ଜିଲ୍ଲାକୁ। ନଦୀ କୂଳରେ ଯାହା ସବୁ ନିର୍ମାଣ ଥିଲା ଭାଙ୍ଗି ଛାରଖାର ହୋଇଯାଇଛି। ଜଙ୍ଗଲ ଭିତରୁ ହୁ ହୁ ହୋଇ ବହି ଆସୁଥିବା ନଦୀର ଏ ସବୁ ପ୍ରଖର ସ୍ରୋତ, ସମୁଦ୍ରର ଭୟଙ୍କର ଭ୍ରମ ସୃଷ୍ଟି କରୁଛି। ପ୍ରତିଟି ଦୃଶ୍ୟ ଛାତିଥରା, ପ୍ରତିଟି ଘଟଣା ବୟାନ କରିବା ବି କଷ୍ଟ। ସବୁଠୁ ଅଧିକ ପ୍ରଭାବିତ ହୋଇଛି ନେପାଳର ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ର। ରୁସୁୱାରେ ଥିବା ଏକାଧିକ ଜଳ ବିଦ୍ୟୁତ୍ କେନ୍ଦ୍ର ଓ ପ୍ରସ୍ତାବିତ ପ୍ରକଳ୍ପ ଫ୍ଲାସ୍ ଫ୍ଲଡରେ ଧୋଇ ଯାଇଛି। ସ୍ଥିତି ଏତେ ବିଗିଡ଼ି ଯାଇଛି ଯେ, ଆସନ୍ତା କିଛି ଦିନ ଯାଏଁ ନେପାଳର ଏକାଧିକ ଅଞ୍ଚଳ ଅନ୍ଧାରରେ ରହିପାରେ।

ଫ୍ଳାସ୍ ଫ୍ଳଡ୍ ଖାଲି ନେପାଳରେ ସ୍ଥିତି ବିଗାଡ଼ିନି, ୟୁପି ଓ ବିହାରରେ ବି ଟେନସନ୍ ବଢ଼ାଇଛି। କାରଣ ଭୂତକୋଶୀ ନଦୀ ବିହାର ଓ ୟୁପିରେ ଗଙ୍ଗା ନଦୀ ସହ ମିଶିଛି। ତେଣୁ ହିମାଳୟର ଉପର ମୁଣ୍ଡରୁ ଆସୁଥିବା ଏହି ପାଣି ବିହାରରେ ଗଙ୍ଗାକୁ ଫୁଲାଇବା ପାଇଁ ଯଥେଷ୍ଟ। ଅନୁମାନ କରନ୍ତୁ ଏତେ ପରିମାଣର ପାଣି ତଳ ମୁଣ୍ଡକୁ ଆସିଲେ କଣ କରିପାରେ। ତେଣୁ ବିହାର ଓ ୟୁପି ସରକାର ଗଙ୍ଗା ନଦୀର ଜଳସ୍ତର ଉପରେ କଡ଼ା ନଜର ରଖିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାରାଜଗଞ୍ଜ ଓ କୃଷିନଗର ଜିଲ୍ଲାକୁ ସତର୍କତା ଜାରି କରିବା ସହ ସବୁ ପରିସ୍ଥିତର ମୁକାବିଲା ପାଇଁ ନିର୍ଦ୍ଦେଶ ରହିଛି।

ପ୍ରକୃତିର କରାଳ ରୂପର ୟେ ଦୃଶ୍ୟ କିଛି ନୂଆ କଥା ନୁହେଁ । ଆଜିର ଏଇ ଘଟଣା ୨୦୧୩ ଉତ୍ତରାଖଣ୍ଡ କେଦାରନାଥ ଘଟଣାକୁ ମନେ ପକାଇ ଦେଉଛି। ଏମିତି ହିଁ ଆଖି ଆଗରେ ମାଡ଼ି ଆସିଥିଲା ପ୍ରଳୟ। ଚାହୁଁ ଚାହୁଁ ଶହ ଶହ ଲୋକଙ୍କ ଜୀବନ ନେଇଥିଲା, ଏବେ ବି ଅନେକ ନିଖୋଜ ସେଇ ଦିନ ପରଠୁ। ହେଲେ ସାରା ଭାରତକୁ ସୁରକ୍ଷା ଦେଉଥିବା ହିମାଳୟ ଏମିତି ପ୍ରଳୟ କାହିଁକି ରଚୁଛି? କାହିଁକି ନଦୀରେ ଏମିତି ଫ୍ଲାସ୍ ଫ୍ଲଡ୍ ହେଉଛି? କେବେ ବନ୍ୟା ତ ପୁଣି ଦେବଭୂମି ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଲଗାତାର ଭୂମିକମ୍ପ। ସମୟ ଥାଉ ଥାଉ ନଚେତିଲେ, କେତେବେଳେ କଣ ହେବ କିଏ କହିବ? 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।